ରିଲେସନସିପ ପାଇଁ କମ ବୟସର ଝିଅମାନେ ଏହି ପରି ପୁଅମାନଙ୍କୁ କରିଥାନ୍ତି ପସନ୍ଦ, ଜାଣନ୍ତୁ

ସମୟ ସହିତ ଅନଲାଇନ ଡେଟିଙ୍ଗ କରିବାର ଉପାୟ ବଦଳି ଯାଇଛି । ବର୍ତ୍ତମାନ ଲୋକ କେବଳ ମୁହଁ ଦେଖି ନିଜ ପାର୍ଟନର ବାଛୁ ନାହାନ୍ତି । ଏଥିପାଇଁ ସେ ତାଙ୍କ ପାର୍ଟନରର ଏଜୁକେସନ କ୍ଵାଲିଫିକେସନ ମଧ୍ୟ ଦେଖୁଛନ୍ତି । ଖାସ କରି ପୁରୁଷମାନେ ମ୍ୟାଚୋର ଓ ଶିକ୍ଷିତ ମହିଳା ମାନଙ୍କୁ ପସନ୍ଦ କରିଥାନ୍ତି । ହେଲେ ଝିଅମାନଙ୍କ ପସନ୍ଦ ବହୁତ ଅଲଗା ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କମ ବସ ଥିବା ଝିଅ ମାନଙ୍କର ପସନ୍ଦ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।


କମ ବୟସର ଝିଅମାନେ ଆର୍ଥିକ ରୂପରେ ସବଳ ଓ ଖୋଲା ମନର ପୁଅ ମାନଙ୍କୁ ପସନ୍ଦ କରିଥାନ୍ତି । ସେଇଠି ଅଧିକ ବୟସର ଝିଅମାନେ ନିଜଠୁ କମ ଶିକ୍ଷିତ ପୁଅମାନଙ୍କୁ ପସନ୍ଦ କରିଥାନ୍ତି । ଏହା ଏକ ସର୍ଭେରୁ ପଡିଛି । ଏହି ସର୍ଭେ ଅଷ୍ଟ୍ରେଲିଆ ସ୍ଥିତ କୁଇନ୍ସଲ୍ୟାଣ୍ଡ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରେ କରାଯାଇଛି । ଏହି ସର୍ଭେରେ ଅନଲାଇନ ଡେଟ କରୁଥିବା ୧୮ରୁ ୮୦ ବର୍ଷର ୪୧,୦୦୦ ଅଷ୍ଟ୍ରେଲିଆ ଲୋକଙ୍କୁ ସାମିଲ କରାଯାଇଥିଲା ।


ପରମ୍ପରାଗତ ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ଲୋକ ସବୁଠୁ ଅଧିକ ବ୍ୟକ୍ତିର ସ୍ଵଭାବ, ବ୍ୟକ୍ତିର ବିଶେଷତ୍ଵ, ସୁନ୍ଦରତା, ଆକର୍ଷଣ, ବ୍ୟକ୍ତିତ୍ତ୍ଵ, ସଂସ୍କୃତି ଓ ଧର୍ମ ଆଦି ଦେଖିଥାନ୍ତି । ସମୟ ସହ ଅନଲାଇନ ଡେଟିଙ୍ଗ କରିବାର ଉପାୟ ବଦଳି ଯାଇଛି । ଲୋକମାନେ ଏବେ କେବଳ ଚେହେରାର ସୁନ୍ଦରତାକୁ ଦେଖି ଅନଲାଇନ ପାର୍ଟନର ବାଛୁ ନାହାଁନ୍ତି ତାଙ୍କର ଏଜୁକେସନ କ୍ବାଲିଫିକେସନ ବି ତାଙ୍କ ପାଇଁ ବହୁତ ମହତ୍ତ୍ଵ ରଖୁଛି ।

ଖାସ କରି ପୁରୁଷମାନେ ଶିକ୍ଷିତ ମାଚ୍ଯୋର ଝିଅମାନଙ୍କୁ ପସନ୍ଦ କରୁଛନ୍ତି ଯେତେବେଳେ କି ଝିଅମାନଙ୍କର ପସନ୍ଦ ଏହି ମାମଲାରେ ଅଲଗା ଅଟେ । ଏଠାରେ କମ ବୟସର ଝିଅମାନେ ଶିକ୍ଷିତ,ଧନୀ ଓ ଖୋଲା ବିଚାରର ପୁଅମାନଙ୍କୁ ପସନ୍ଦ କରୁଛନ୍ତି ତ ଅଧିକ ବୟସର ଝିଅମାନେ ନିଜ ଠାରୁ କମ ଶିକ୍ଷିତ ପୁଅମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି ।