କଳିଯୁଗର ୫ଟି ସତ୍ୟ ଯାହା କୃଷ୍ଣ ପାଣ୍ଡବମାନଙ୍କୁ ପୂର୍ବରୁ ହିଁ କହିଦେଇଥିଲେ

ମହାଭାରତ କେବଳ ହିନ୍ଦୁଙ୍କର ନୁହେଁ ସମସ୍ତ ମାନବ ଜାତିର ଗ୍ରନ୍ଥ ଅଟେ । ମହାଭାରତ ଗ୍ରନ୍ଥରୁ ସମସ୍ତ ମାନବଜାତିକୁ ଭଲ ଶିକ୍ଷା ଓ ଭଲ ମାର୍ଗ ମିଳି ପାରିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମହାଭାରତ ପଢିବା ଉଚିତ । ମହାଭାରତରେ ଜୀବନ ସହ ଜଡିତ ଏମିତି କୌଣସି ବିଷୟ ନାହିଁ ଯାହାର ଉଲ୍ଲେଖ କରାଯାଇ ନାହିଁ । ମହାଭାରତ ଗ୍ରନ୍ଥରେ ଜୀବନର ସମସ୍ତ ସମାଧାନ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ମହାଭାରତର ଏକ ଏମିତି ପ୍ରସଙ୍ଗ କହିବୁ ଯେଉଁଥିରୁ ବର୍ତ୍ତମାନର ମନୁଷ୍ୟ ବହୁତ କିଛି ଶିଖି ପାରିବ ।

ଏହି ପ୍ରସଙ୍ଗ ସେହି ସମୟର ଅଟେ ଯେତେବେଳେ ପାଞ୍ଚ ପାଣ୍ଡବଙ୍କୁ ବନବାସ ହୋଇ ଯାଇଥିଲା । ବନବାସ ଯିବା ପୂର୍ବରୁ ପାଣ୍ଡବମାନେ ଶ୍ରୀ କୃଷ୍ଣଙ୍କୁ ପଚାରିଲେ କି ଭଗବାନ ଶ୍ରୀ କୃଷ୍ଣ ଏହା ଦ୍ଵାପରର ଅନ୍ତ କାଳ ଚାଲୁଅଛି ତେବେ ଆପଣ ଆମକୁ କୁହନ୍ତୁ କି ଆସନ୍ତା କଳିଯୁଗର ସମୟ କେମିତି ରହିବ । ଏହା ପରେ ଶ୍ରୀ କୃଷ୍ଣ କହିଲେ କି ମୁଁ ଏହାର ସିଧା ଉତ୍ତର ତ ଦେଇ ପାରିବି ନାହିଁ କିନ୍ତୁ ତୁମେ ୫ ଭାଇ ବନକୁ ଯାଅ ଓ ଯାହା ବି କିଛି ଦେଖିବ ତାହାକୁ ଆସି ମୋତେ କୁହ ତେବେ ମୁଁ ତାହାର ପ୍ରଭାବ କଳିଯୁଗରେ କେମିତି ରହିବ ସେହି ବିଷୟରେ କହିବି ।

ଏହା ପରେ ୫ ପାଣ୍ଡବ ବନର ଅଲଗା ଅଲଗା ଦିଗରେ ଭ୍ରମଣ ପାଇଁ ଚାଲିଗଲେ । ଏହା ପରେ ସେମାନେ ବନରେ ଯାହା ବି ଦେଖିଲେ ତେବେ ସେମାନେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ପରେ ୫ ପାଣ୍ଡବ ଏକତ୍ରିତ ହେଲେ ଓ ସନ୍ଧ୍ୟା ସମୟରେ ନିଜର ଅନୁଭବ ବିଷୟରେ ଶ୍ରୀ କୃଷ୍ଣଙ୍କୁ କହିଲେ ।

ପ୍ରଥମେ ଯୁଧିଷ୍ଠିର କହିଲେ କି ମୁଁ ପ୍ରଥମ ଥର ଦୁଇଟି ଶୁଣ୍ଢ ବାଲା ହାତୀକୁ ଦେଖିଲି ଓ ଏହା ମୋ ପାଇଁ ବହୁତ ହିଁ ଆଶ୍ଚର୍ଯ୍ୟକର ଥିଲା । ଏହାର ଜବାବରେ ଶ୍ରୀ କୃଷ୍ଣ କହିଲେ କି କଳିଯୁଗରେ ଏହିଭଳି ଲୋକଙ୍କ ରାଜ୍ୟ ହେବ ଯେଉଁମାନେ ଦୁଇ ଦିଗରୁ ଲୋକମାନଙ୍କ ଶୋଷଣ କରିବେ । କହିବେ କିଛି କିନ୍ତୁ କରିବେ ଅନ୍ୟ କିଛି । ମନରେ କିଛି ଓ କର୍ମରେ କିଛି ଥିବ ଅନ୍ୟ କିଛି । ଏହିଭଳି କଳିଯୁଗରେ ଲୋକମାନଙ୍କ ରାଜ ହେବ । ସେଥିପାଇଁ ତୁମେ କଳିଯୁଗ ଆସିବା ପୂର୍ବରୁ ଶାସନ କରିନିଅ ।

ଏହା ପରେ ଅର୍ଜୁନ କହିଲେ କି ମୁଁ ଏକ ପକ୍ଷୀର ପର ମଧ୍ୟରେ ବେଦ ଲେଖା ହୋଇଥିବାର ଦେଖିଲି କିନ୍ତୁ ସେହି ପକ୍ଷୀ ପୁଣି ମୃତ ମନୁଷ୍ୟର ମାଂସ ସେବନ କରୁଛି । ତେବେ ଶ୍ରୀ କୃଷ୍ଣ କହିଲେ କି କଳିଯୁଗରେ ଏହିଭଳି କିଛି ଲୋକ ରହିବେ, ଯେଉଁମାନେ ବହୁତ ଜ୍ଞାନୀ ଓ ବିଜ୍ଞାନର ଚର୍ଚ୍ଚା କରିବେ କିନ୍ତୁ ତାଙ୍କର ଆଚରଣ ରାକ୍ଷସ ଭଳି ରହିବ । ସେମାନେ ବଡ ପଣ୍ଡିତ ଓ ବିଦ୍ଵାନ ହେବେ ।

କିନ୍ତୁ ସେମାନଙ୍କ ନଜର ଥିବ କି କେଉଁ ମନୁଷ୍ୟ କେବେ ମୃତ୍ୟୁ ବରଣ କରିବ ଓ ଆମ ନାମରେ ତାହାର ସବୁ ସମ୍ପତ୍ତି କରିଯିବ । ସବୁ ଜାତିର ପ୍ରମୁଖ ପଦରେ ବସିଥିବା ବ୍ୟକ୍ତି ବିଚାର କରିବେ କି କେତେବେଳେ କାହାର ମୃତ୍ୟୁ ହେଉ କିଏ କେତେବେଳେ କିଏ କେଉଁ ପଦରୁ ହଟିବ ଆମେ ସେହି ପଦକୁ ଅଧିକାର କରିବୁ ।

ଏହା ପରେ ଭୀମ କହିଲେ କି ଗାଈ ନିଜର ବାଛୁରିକୁ ଏତେ ଚାଟୁଛି କି ସେ ରକ୍ତାତ ହୋଇ ଯାଉଛି ତେବେ ଶ୍ରୀ କୃଷ୍ଣ କହିଲେ କି କଳିଯୁଗରେ ଶିଶୁମାନଙ୍କ ପ୍ରତି ମା’ଙ୍କ ମମତା ଏତେ ବଢିଯିବ କି ତାଙ୍କୁ ସେମାନଙ୍କର ବିକାସର ଅବସର ହିଁ ମିଳିବ ନାହିଁ । ମୋହ ମାୟାରେ ହିଁ ଗର୍ଭ ନଷ୍ଟ ହୋଇଯିବ ।

କାହାର ପୁଅ ଘର ଛାଡି ସାଧୁ ହେବ ତ ହଜାର ହଜାର ବ୍ୟକ୍ତି ତାହାର ଦର୍ଶନ କରିବେ । କିନ୍ତୁ ଯଦି ନିଜ ପୁତ୍ର ସାଧୁ ହେବାକୁ ଚାହିଁବ ତେବେ କାନ୍ଦିବେ କି ମୋ ପୁଅର କଣ ହେବ । ଏତେ ମମତା ରହିବ କି ତାକୁ ମୋହ ମାୟା ଓ ପରିବାର ମଧ୍ୟରେ ବାନ୍ଧି ରଖିବ ଓ ତାହାର ଜୀବନ ସେଇଠି ହିଁ ଶେଷ ହୋଇଯିବ ।

ଏହା ପରେ ସହଦେବ ପଚାରିଲେ କି ମୁଁ ଯାହା ଦେଖିଲି ତାହାର ଅର୍ଥ କଣ ଅଟେ । ମୁଁ ଦେଖିଲି କି ୫-୭ଟି ବଡ କୂଅ ମଧ୍ୟରେ ଗୋଟିଏ ଗଭୀର କୂଅ ବିଲକୁଲ ଖାଲି ଅଛି । ଏହିଭଳି କେମିତି ସମ୍ଭବ ହୋଇପାରେ । ଏହା ପରେ ଶ୍ରୀ କୃଷ୍ଣ କହିଲେ କି କଳିଯୁଗରେ ଲୋକମାନେ ପୁଅ ଝିଅର ବିବାହରେ, ଘରର କୌଣସି ଉତ୍ସବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିଦେବେ କିନ୍ତୁ ପଡୋଶୀରେ ଯଦି କୌଣସି ବ୍ୟକ୍ତି ଭୋକରେ ମରି ଯାଉଥିବ ତେବେ ସେମାନେ ଦେଖିବେ ନାହିଁ କି ସେମାନେ ଭୋକିଲା ପେଟରେ ଅଛନ୍ତି ।

ତାଙ୍କର ନିଜର ଲୋକ ହିଁ ଭୋକରେ ମରିଯିବ ଓ ସେ ଦେଖୁଥିବେ । ଅନ୍ୟ ପଟେ କାମନା, ମଦ, ମାଂସ ସେବନ, ସୁନ୍ଦରତା, ବାସନାରେ ଟଙ୍କା ଉଡାଇବେ । କିନ୍ତୁ ସେ କାହାର ଦୁଃଖରେ ଟଙ୍କା ଖର୍ଚ କରିବେ ନାହିଁ । ଅର୍ଥାତ କଳିଯୁଗରେ ଅନ୍ନର ଭଣ୍ଡାର ହେବ । କିନ୍ତୁ ଅନ୍ୟ ପଟେ ଲୋକମାନେ ଭୋକରେ ମରିବେ ।

ଏହା ପରେ ନକୁଳ କହିଲେ କି ମୁଁ ଏକ ବଡ ପଥର ଖଣ୍ଡ ପାହାଡରୁ ତଳକୁ ଖସି ପଡୁଥିବାର ଦେଖିଲି ଓ ସେହି ପାହାଡରେ ଥିବା ବଡ ବଡ ଗଛ ବି ତାକୁ ଅଟକାଇ ପାରିଲେ ନାହିଁ । କିନ୍ତୁ ସେହି ପଥର ଖଣ୍ଡଟି ଗୋଟିଏ ଛୋଟ ଗଛ ମଧ୍ୟରେ ବାଜିବା ଦ୍ଵାରା ଅଟକି ଗଲା । ଏହା କେମିତି ସମ୍ଭବ ଅଟେ ।

ଏହା ପରେ ଶ୍ରୀ କୃଷ୍ଣ କହିଲେ କି କଳିଯୁଗରେ ବି ମାନବର ମନ ତଳକୁ ପଡିବ । ତାହାର ଜୀବନ ତଳକୁ ଖସିଯିବ । ତାହାର ଜୀବନ ଟଙ୍କାର ଶିଳାରେ ଅଟକିବ ନାହିଁ ଓ ନାହିଁ ସତ୍ତାର ଶିଳାରେ ଅଟକିବ । କିନ୍ତୁ ମାତ୍ର ହରି ନାମକ ଏକ ଛୋଟ ଗଛ ଦ୍ଵାରା ମନୁଷ୍ୟ ଜୀବନର ପତନ ଅଟକିଯିବ । ସେଥିପାଇଁ ହରି ନାମ ହିଁ କଳିଯୁଗରେ ମୋକ୍ଷ ପ୍ରାପ୍ତି କରିବାର ଏକମାତ୍ର ଉପାୟ ଅଟେ ।