କେମିତି ହୋଇଥିଲା କଳିଯୁଗର ଆରମ୍ଭ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ପୁରାଣରେ ୪ଟି ଯୁଗ ବିଷୟରେ ବର୍ଣନା କରାଯାଇଛି । ସେ ଗୁଡ଼ିକ ହେଲା ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଓ କଲି ଯୁଗ । କହିବାକୁ ଗଲେ କଳିଯୁଗକୁ ଏକ ଅଭିଶାପ ବୋଲି କୁହାଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏ ପୃଥିବୀ ପୃଷ୍ଠକୁ କଳିଯୁଗର ଆଗମନ କିପରି ହୋଇଥିଲା । ତେବେ ଚାଲନ୍ତୁ ଜାଣିବା ଏ ବିଷୟରେ । ମହାନ ଗଣିତଜ୍ଞ ଆର୍ଯ୍ୟ ଭଟ୍ଟ ନିଜ ପୁସ୍ତକରେ ଆର୍ଯ୍ୟ ଭଟ୍ୟମରେ ଏହା ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି କି ଯେତେବେଳେ ସେ ୨୩ ବର୍ଷ ଥିଲେ ସେତେବେଳ କଳିଯୁଗର ୩୬୦୦ ବର୍ଷ ଚାଲିଥିଲା ।

ସୂଚନା ଅନୁସାରେ ଆର୍ଯ୍ୟ ଭଟ୍ଟଙ୍କ ଜନ୍ମ ୪୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା । ଗଣନା ଅନୁସାରେ କଳିଯୁଗର ଆରମ୍ଭ ୩୧୦୨ ଇଶା ପୂର୍ବ ହୋଇ ସାରିଛି । ଯେତେବେଳେ ଧର୍ମ ରାଜା ଯୁଧିଷ୍ଠିର ନିଜ ରାଜକାର୍ଯ୍ୟ ପରିକ୍ଷିତକୁ ହସ୍ତାନ୍ତର କରି ଅନ୍ୟ ପାଣ୍ଡବ ଓ ଦ୍ରୋପଦୀଙ୍କ ସହ ମହାପ୍ରୟାଣ ପାଇଁ ହିମାଳୟକୁ ଚାଲିଯାଇଥିଲେ ।

ସେହି ସମୟରେ ଧର୍ମ ସ୍ଵୟଂ ବଳଦ ରୂପ ଧାରଣ କରି ସରସ୍ଵତୀ ନଦୀ କୂଳରେ ଗାଈ ରୂପରେ ବସିଥିବା ପୃଥିବୀ ଦେବୀଙ୍କୁ ଦେଖା କରିଲେ । ଗାଈ ରୂପି ପୃଥିବୀ ଦେବୀଙ୍କ ଆଖିରୁ ଲୁହ ବାହାରୁଥିବା ଦେଖି ଏହାରର କାରଣ ପଚାରିଲେ । ଏହା ପରେ ଧର୍ମ ଦେବତା କହିଲେ କି ଦେବୀ ତୁମେ ଏହା ଦେଖି ଦୁଖୀ ଦୁଖିତ ହେଉଛ କି ମୋର କେବଳ ଗୋଟିଏ  ଗୋଡ ଅଛି । କିମ୍ବା ଏହା ଜାଣି ଦୁଖୀ ହେଉଛ କି ବର୍ତମାନ ତୁମ ଉପରେ ଖରାପ ଶକ୍ତି ଶାସନ କରିବେ ।

ଏହା ବିଷୟରେ ଶୁଣି ପୃଥିବୀ ଦେବୀ କହିଲେ କି ହେ ଧର୍ମ ଦେବତା ତୁମେ ତ ସବୁ କିଛି ଏମିତିରେ ମୋ ଦୁଖର କାରଣ ପଚାରିବାର ଲାଭ କଣ । ସତ୍ୟ, ପବିତ୍ରତା, କ୍ଷମା, ଦୟା, ତ୍ୟାଗ, ଶାସ୍ତ୍ର ବିଚାର, ଜ୍ଞାନ, ବୈରାଗ୍ୟ, ନିର୍ଭୀକତା, କୋମଳତା, ଧର୍ଯ୍ୟ ଇତ୍ୟାଦି ଗୁଣର ସ୍ଵାମୀ ଭଗବାନ ଶ୍ରୀ କୃଷ୍ଣ ନିଜ ଧାମକୁ ଚାଲିଯିବା କାରଣରୁ କଳିଯୁଗର ମୋ ଉପରେ ଆଧିତ୍ଵ ବିସ୍ତାର କରି ନେଇଛି । ପୂର୍ବେ ଶ୍ରୀ କୃଷ୍ଣଙ୍କ ପାଦ ମୋ ଉପରେ ପଡୁଥିଲା ।

ଯେଉଁ କାରଣରୁ ମୁଁ ନିଜକୁ ସୌଭାଗ୍ୟଶାଳି ବୋଲି ଭାବୁଥିଲି । କିନ୍ତୁ ବର୍ତ୍ତମାନ ମୋର ସୌଭାଗ୍ୟ ନଷ୍ଟ ହୋଇ ଯାଇଛି । ଧର୍ମ ଓ ପୃଥିବୀ ପରସ୍ପର ମଧ୍ୟରେ କଥା ହେଉଥିଲେ କି ସେହି ସମୟରେ ଅସୁର ରୂପୀ କଳିଯୁଗ ଆସି ଗାଈ ଓ ବଳଦକୁ ମାରିବାକୁ ଲାଗିଲା । ଏହି ସମୟରେ ରାଜା ପରୀକ୍ଷିତ ବି ସେହି ରାସ୍ତା ଦେଇ ଯାଉଥିଲେ । ସେ ଏହି ଦୃଶ୍ୟକୁ ଦେଖି କଳିଯୁଗ ରୂପୀ ଅସୁର ଉପରେ ବହୁତ ରାଗି ଗଲେ ।

ରାଜା ପରୀକ୍ଷିତ କଳିଯୁଗକୁ କହିଲେ କି ହେ ପାପୀ ତୁ କିଏ ଓ ଏହି ନିରୀହ ବଳଦ ଏବଂ ଗାଈ ଉପରେ କାହିଁକି ଅତ୍ୟାଚାର କରୁଛୁ । ତୋର ଏହି ଅପରାଧ କ୍ଷମା ଯୋଗ୍ୟ ନୁହେଁ । ସେଥିପାଇଁ ତୁମର ହତ୍ୟା କରିବା ଆବଶ୍ୟକ ଅଟେ । ରାଜା ପରୀକ୍ଷିତ ବଳଦ ରୂପୀ ଧର୍ମ ଓ ଗାଈ ରୂପୀ ପୃଥିବି ଦେବୀକୁ ଚିହ୍ନି ଯାଇ ଥିଲେ । ଏହା ପରେ ରାଜା ପରୀକ୍ଷିତ କହିଲେ କି। ହେ ଧର୍ମ ସତ୍ୟ ଯୁଗରେ ଆପଣଙ୍କ ତପ, ପବିତ୍ରତା, ସତ୍ୟ ଓ ଦୟା ଏହି ୪ଟି ଚରଣ ଥିଲା ।

ତ୍ରେତୟାରେ ୩ଟି ଚରଣ ରହିଗଲା । ଦ୍ବାପରରେ ୨ଟି ଚରଣ ରହିଗଲା । ବର୍ତ୍ତମାନ ଏହି ଦୁଷ୍ଟ କଳିଯୁଗ କାରଣରୁ ଆପଣ ଗୋଟିଏ ଚରଣ ହିଁ ରହିଛି । ଏହା କହି ରାଜା ନିଜର ଖଣ୍ଡା ବାହାର କରି କଳିଯୁଗକୁ ମାରିବାକୁ ଆଗକୁ ବଢିଲେ । ଏହା ଦେଖି କଳିଯୁଗ ରାଜାଙ୍କ ଗୋଡ ତଳେ ପଡି କ୍ଷମା ମାଗିଲା । ରାଜା ବି କ୍ଷମା କରି କଳିଯୁଗକୁ କହିଲେ କି ଅଧର୍ମ, ପାପ, ମିଛ, କପଟ, ଚୋରି, ଦରିଦ୍ରତା ଇତ୍ୟାଦି ସମସ୍ତ ଜିନିଷର ମୂଳ କାରଣ କେବଳ ତୁମେ ହିଁ ଅଟ ।

ସେଥିପାଇଁ ମୋ ରାଜ୍ୟରୁ ବାହାରି ଯାଅ । ଆଉ କେବେ ଫେରି ଆସିବ ନାହିଁ । ଏହା ଶୁଣି କଲିଯୁଗ କହିଲା କି ପୁରା ପୃଥିବୀ ଉପରେ ଆପଣଙ୍କ ନିବାସ ଅଛି , ପୃଥିବୀ ଉପରେ ଏମିତି କୌଣସି ବି ସ୍ଥାନ ନାହିଁ ଯେଉଁଠି ଆପଣଙ୍କ ରାଜ୍ୟ ନାହିଁ । ଏମିତିରେ ମୋତେ ରହିବା ପାଇଁ ସ୍ଥାନ ଦିଅନ୍ତୁ । ଏହା ପରେ ରାଜା କହିଲେ କି ଅସତ୍ୟ, ମଦ, କାମ ଓ କ୍ରୋଧର ନିବାସ ବି ଏହି ସ୍ଥାନରେ ହୋଇଥାଏ । ତୁମେ ଏହି ୪ଟି ସ୍ଥାନରେ ରହିପାରିବ ।

କିନ୍ତୁ କଳିଯୁଗ କହିଲା କି ଏହି ୪ଟି ସ୍ଥାନ ମୋ ପାଇଁ ଉଦିଷ୍ଟ ନୁହେଁ । ମୋତେ ଅନ୍ୟ ସ୍ଥାନ ବି ପ୍ରଦାନ କରନ୍ତୁ । ଏହା ପରେ ରାଜା କଳିଯୁଗକୁ ସ୍ଵର୍ଣ ସ୍ଥାନରେ ପଞ୍ଚମ ସ୍ଥାନ ପ୍ରଦାନ କରିଲେ । କଳିଯୁଗ କୁ ଏହି ସବୁ ସ୍ଥାନ ମିଳିଯିବା ପରେ ସେହି ସ୍ଥାନରୁ ଚାଲି ଗଲା କିନ୍ତୁ କିଛି ଦୂର ଜୀବ ପରେ ଅଦୃଶ୍ୟ ରୂପରେ ରାଜାଙ୍କ ମୁକୁଟରେ ହିଁ ନିବାସ କରିଲା । ମାର୍କେଣ୍ଡୟ ପୁରାଣ ଅନୁସାରେ କଳିଯୁଗରେ ଅଧର୍ମ, ଭୟ, କ୍ରୋଧ , ଲୋଭ ଇତ୍ୟାଦି ରହିବ । ଏହିଭଳି ଭାବରେ ହୋଇଥିଲା କଳିଯୁଗ ସୃଷ୍ଟି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।