କଳିଯୁଗର ହନୁମାନ ! ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରୁ ନେମାଳ ଆସେ ଏହି ମାଙ୍କଡ, ମାଙ୍କଡଟିର ଆବିର୍ଭାବ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଭକ୍ତ ଓ ଭଗବାନଙ୍କ ଅତୁଟ ବନ୍ଧନ ଆଗରେ କୌଣସି ବାଧାବିଘ୍ନ ତିଷ୍ଠି ପାରେନାହିଁ । ଯେତେ ଦୂରତା ଥାଉ କି ବିପଦ ଥାଉ ଭକ୍ତ କିଛିବି ଖାତିର ନକରି ଭଗବାନଙ୍କୁ ଦର୍ଶନ କରିବାକୁ ଧାଇଁ ଆସେ । ଆଉ ଏହି ଯେଉଁ ଭକ୍ତ କଥା ଆମେ କହୁଛୁ, ସେ କୌଣସି ଗାଡି କି ଘୋଡାରେ ତା’ ଆରାଧ୍ୟଙ୍କୁ ଦର୍ଶନ କରିବାକୁ ଆସେନାହିଁ । ପ୍ରତିବର୍ଷ ଏହି ଧର୍ମ ମାସରେ ଚାଲି ଚାଲି ସେ ଭଗବାନଙ୍କ ପାଖକୁ ଆସେ । ଶ୍ରୀକ୍ଷେତ୍ରରୁ ନେମାଳ ତଥା ଜଗନ୍ନାଥ ଧାମରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ପ୍ରତିବର୍ଷ ଆସୁଥିବା ଏହି ଭକ୍ତ କିଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ଭକ୍ତଟି ଏକ ବୃଦ୍ଧ ପାତିମାଙ୍କଡ । ତାଙ୍କୁ କଳିଯୁଗର ହନୁମାନ ବୋଲି ମଧ୍ୟ କୁହନ୍ତି । ପ୍ରତିବର୍ଷ ପୁରୀରୁ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦର୍ଶନ କରିବାକୁ ଆସିଥାଏ ଏହି ପାତିମାଙ୍କଡ । କିଛି ବର୍ଷ ଧରି କାର୍ତ୍ତିକ ମାସରେ ପୁରୀରୁ ନେମାଳ ଆସିଥାଏ ଏହି ବୁଢା ପାତିମାଙ୍କଡଟି । ଚିତ୍ରୋତ୍ପଳା ନଦୀବନ୍ଧ ନେଇ ମାଙ୍କଡଟି ନେମାଳ ଅଭିମୁଖେ ଆସେ ।

ମାଇଲ ମାଇଲ ବାଟକୁ ଖାତିର ନକରି ସେ ଆଗେଇ ଚାଲେ । ତେବେ ପ୍ରତିବର୍ଷ ସେ ଆସୁଥିବାରୁ ବାଟରେ ମାଙ୍କଡକୁ ଲୋକେ ବିଭିନ୍ନ ଫଳମୂଳ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଛି । ଲୋକେ ଦେଉଥିବା ଖାଦ୍ୟକୁ ମାଙ୍କଡଟି ଗ୍ରହଣ ମଧ୍ୟ କରେ, କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଫଳ ଖାଇବାକୁ ଦେଇ ଯଦି କେହି ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି ତେବେ ସେ ଏହାକୁ ଗ୍ରହଣ କରେନାହିଁ ବୋଲି ପ୍ରତ୍ୟକ୍ଷଦର୍ଶୀ କୁହନ୍ତି ।

ବର୍ଷ ବର୍ଷ ଧରି କାର୍ତ୍ତିକ ମାସର ଠିକ ଏହି ସମୟରେ ପୁରୀରୁ ନେମାଳକୁ ମାଙ୍କଡଟିର ଆଗମନ ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି । ସେ ପ୍ରତିବର୍ଷ ଆସେ ଆଉ ପୁଣି ଚାଲିଯାଏ । କାର୍ତ୍ତିକ ମାସ ଶେଷ ବେଳକୁ ତାକୁ ଆଉ ଏଠାରେ ଦେଖିବାକୁ ମିଳେନାହିଁ । ପୁଣି ଥରେ ବର୍ଷକ ପରେ ଆବିର୍ଭାବ ହୁଏ ମାଙ୍କଡ । ପାତିମାଙ୍କଡକୁ ଦେଖିବାକୁ ଆସୁଥିବା ଲୋକଙ୍କୁ ମୁହଁରୁ ଏସବୁ ରୋଚକ କଥା ଶୁଣିବାକଉ ମିଳେ ।

ପ୍ରଭୁ ଜଗନ୍ନାଥଙ୍କ ବଡ ଭକ୍ତ ତଥା ମାଳିକାର ରଚୟିତା ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ଆଉ ସତେ ଯେମିତି ତାଙ୍କ ମହିମା ସହ ଏହି ପାତିମାଙ୍କଡର ବଡ ସମ୍ପର୍କ ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।