ଦେଖନ୍ତୁ Kalijai ରେ ବାତ୍ୟା “Gulab” କିପରି ରଚିଲା ତାଣ୍ଡବ, ଦେଖନ୍ତୁ Exclusive Video

ବାତ୍ୟା ଗୁଲାବ ଯୋଗୁଁ ଜୁଆର ଆସି କାଳିଜାଈ ମନ୍ଦିର ବେଢା ମଧ୍ୟରେ ପଶି ଯାଇଛି । କାଳିଜାଈ ଛୁଇଁଛି ଚିଲିକା ପାଣି । ମନ୍ଦିର ବେଢା ମଧ୍ୟରେ ଉଚ୍ଚ ଜୁଆର ଲହଡି ଭାଙ୍ଗୁଛି । ଚିଲିକା ହ୍ରଦ ମଧ୍ୟରେ ରହିଥିଲେ ବି କାଳିଜାଈ ମନ୍ଦିରଟି ଏକ ଟାପୁ ଉପରେ ରହିଥିବାରୁ ମନ୍ଦିର ବେଢାକୁ ପ୍ରାୟତଃ ପାଣି ଉଠି ନଥାଏ । କିନ୍ତୁ ଏଥର ବାତ୍ୟା ଗୁଲାବ ପ୍ରଭାବରେ କାଳିଜାଈ ମନ୍ଦିର ବେଢା ନିକଟକୁ ପାଣି ଉଠିଥିବାର ସୂଚନା ସାମନାକୁ ଆସୁଛି ।

ଭିଡିଓରେ ଦୃଶ୍ୟ ଦେଖି ଆପଣ ଜାଣି ପାରୁଥିବେ ବାତ୍ୟା ଗୁଲାବ ଯୋଗୁଁ ଅଶାନ୍ତ ପାଣି କିଭଳି ଭାବେ ମନ୍ଦିର ବେଢା ମଧ୍ୟକୁ ଉଠି ଆସୁଛି । କାଳିଜାଈ ମନ୍ଦିରଟି ସାଧାରଣତଃ ଭାବେ ଟିକେ ଉପର ସ୍ଥାନକୁ ରହିଥିବାରୁ ଏଠାକୁ ପାଣି ଆସି ନଥାଏ । କିନ୍ତୁ ପାଣି ମନ୍ଦିର ବେଢା ଉପରକୁ ଉଠୁଥିବାର ଆପଣ ଦେଖି ପାରୁଥିବେ । ବାତ୍ୟା ଗୁଲାବର ପ୍ରଭାବରେ ଭୟଙ୍କର ରୂପ ଧାରଣ କରିଛି ଚିଲିକା ହ୍ରଦ । ଚିଲିକାର ଏଭଳି ଭୟଙ୍କର ରୂପ ଏବଂ ବିକଟାଳ ଗର୍ଜନ ସହ ପବନର ଶବ୍ଦ ଶୁଣିଲେ ଦେଖିବା ଲୋକର ଛାତି ଥରିଯିବ ।

ଓଡ଼ିଶାକୁ ପ୍ରତିବର୍ଷ ଏକାଧିକ ବାତ୍ୟା ଏବଂ ସାମୁଦ୍ରିକ ଝଡ ଆସୁଛି । ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ପ୍ରତିବର୍ଷ ଏହିପରି ପ୍ରାକୃତିକ ବିପର୍ଯ୍ୟୟର ସମାନା କରିବାକୁ ପଡୁଛି ଓଡ଼ିଶାକୁ । ଗତ ମେ ମାସରେ ସାମୁଦ୍ରିକ ଝଡ ୟାଶ ଓଡିଶାକୁ ପ୍ରଭାବିତ କରିବା ପରେ ଏବେ ଅକ୍ଟୋବରରେ ବାତ୍ୟା ଗୁଲାବ ମଧ୍ୟ ଅନେକ ସ୍ଥାନରେ ତାଣ୍ଡବ ରହିଛି । ତେବେ ସ୍ଥଳଭାଗ ଛୁଇଁବା ବେଳକୁ କ୍ରମଶଃ ଦୁର୍ବଳ ହୋଇ ଯାଇଥିଲା ବାତ୍ୟା ଗୁଲାବ ।

କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳ ମାନକରେ ଏହାର ପ୍ରଭବ ଦେଖିବାକୁ ମିଳିଛି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବରେ ବର୍ଷା ଏବଂ ପବନ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ବାତ୍ୟା ଗୁଲାବ ଦୁର୍ବଳ ହୋଇ ଅବପାତର ରୂପ ଧାରଣ କରିଥିବା ବେଳେ ଏହାର ପ୍ରଭାବରେ ଏବେ ବି ଅଶ୍ନଟ ରହିଛନ୍ତି ସମୁଦ୍ର ଏବଂ ହ୍ରଦ ।

ତେବେ ଚିଲିକା କାଳିଜାଈ ମନ୍ଦିର ବେଢାକୁ ପାଣି ପଶିବା ସାଧାରଣ କଥା ନୁହେଁ । ଏଥିରୁ ଆପଣ ଅନୁମାନ କରି ପାରୁଥିବେ କେତେ ଅଧିକ ଅଶାନ୍ତ ରହିଥିବା ଚିଲିକା ପାଣି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।