ଆସିଲା ବଡ ଖବର – କାଳିଆ ଯୋଜନା ବର୍ତ୍ତମାନ ହାଇକୋର୍ଟରେ – ଆଉ ମିଳିବ କି ନାହିଁ କାଳିଆ ଯୋଜନାର ଟଙ୍କା ?

ଆପଣମାନେ ସମସ୍ତେ ତ କାଳିଆ ଯୋଜନା ବିଷୟରେ ନିଶ୍ଚୟ ଅବଗତ ଥିବେ । ହେଲେ ଏବେ ଆସିଥିବା ଖବର ଅନୁଯାୟୀ ଆଗକୁ କାଳିଆ ଯୋଜନା ଟଙ୍କା ମିଳିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଆସନ୍ତୁ ଜାଣିବା କାହିଁକି ?

ବନ୍ଧୁଗଣ କାଳିଆ ଯୋଜନା ଓଡିଶା ଯାହାକି ସରକାରଙ୍କ ପକ୍ଷରୁ ଦାବି କରାଯାଇଥିବା ଏକ ଭଲ ଯୋଜନା ବୋଲି, ହେଲେ ଏହି ଯୋଜନା ଶେଷରେ ପହଁଞ୍ଚିଚି ଉଚ୍ଚ ନ୍ୟାୟାଳୟରେ । ସାମାଜିକ କର୍ମୀ ଡ଼ଃ ସୁବାଷ ମହାପାତ୍ର ଅଭିଯୋଗ ଆଣିଛନ୍ତି ଯେ କୌଣସି ଆପତ୍ତି କାଳୀନ ସମୟ ନଥାଇ ମଧ୍ୟ ଅଣ-ସାମ୍ବାଦିକ ଭାବେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ଏଠି ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ଏଥିରେ ମୁଖ୍ୟ ରାଜ୍ୟ ଶାସନ ସଚିବ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ, ଅର୍ଥ ସଚିବ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି ଆବେଦନକାରୀ । ଆବେଦନର ଡ଼ଃ ମହାପାତ୍ର କହିଛନ୍ତି ଯେ କାଳିଆ ଯୋଜନା ସମ୍ବିଧାନର ୨୬୭ ଧାରା ଓ ଓଡିଶା କଣ୍ଟିଜେନସ ଫଣ୍ଡ ଆକ୍ଟର ବିରୁଦ୍ଧାଚରଣ କରିଛି ।

ଏହି ଧାରା ଅନୁଯାୟୀ ଏହି ଫଣ୍ଡ କେବଳ ରାଜ୍ୟର ବିଭିନ୍ନ ସମୟରେ ବନ୍ୟା ଓ ବାତ୍ୟା ଭଳି ଜରୁରୀ କାଳୀନ ପରିସ୍ଥିତି ପାଇଁ ରହୁଥିବା ବେଳେ ଏବେ ଯାହାକୁ କି ନିର୍ବାଚନ ପାଇଁ ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି । କାଳିଆ ଯୋଜନା ପାଇଁ ଜରୁରୀ କାଳୀନ ଫଣ୍ଡରୁ ପାଖାପାଖି ୭୩୪ କୋଟି ଟଙ୍କା ଖର୍ଚ୍ଚ ହେଉଅଛି । ଆବେଦନକାରୀ ଉଲ୍ଲେଖ କରିଛନ୍ତି ଏହା ଅଣ-ସାମ୍ବାଦିକ ବୋଲି । ଡ଼ଃ ମହାପାତ୍ରଙ୍କ ଆବେଦନକୁ ସ୍ୱୀକାର କରିନେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ପ୍ରତିପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି କି ଆସନ୍ତା ୪ ସପ୍ତାହ ମଧ୍ୟରେ ଏହାର ଜବାବ ଦଖଲ କରିବା ପାଇଁ ।

କାଳିଆ ଯୋଜନା ଓ ଏଥିରେ କ’ଣ କ’ଣ ମିଳିବ ଲାଭ ?

ଚାଷ ପାଇଁ ସହାୟତା

୩୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ୫ଟି କିସ୍ତିରେ

ଅସମର୍ଥ ଚାଷୀଙ୍କୁ ସହାୟତା

ବୃଦ୍ଧବସ୍ଥା, ଅକ୍ଷମତା, ରୋଗ ତଥା ଅନ୍ୟାନ୍ୟ କାରଣରୁ ଚାଷ ପାଇଁ ଅସମର୍ଥ ୧୦ ଲକ୍ଷ ଚାଷୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

ବିନା ସୁଧରେ କୃଷି ଋଣ

୧% ସୁଧରେ ଋଣ ପାଉଥିବା ଚାଷୀ ଏଣିକି ବିନା ସୁଧରେ ପାଇବେ କୃଷି ଋଣ

ଏହି ଖବରଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।