କାଲି ସୁଦଶା ବ୍ରତ, ଘରର ମୁଖ୍ୟ ଦ୍ବାରରେ ରଖି ଦିଅନ୍ତୁ 5ଟି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଚଳିତ ବର୍ଷ ନଭେମ୍ବର ୩ ତାରିଖରେ ପଡିବାକୁ ଯାଉଛି ସୁଦଶା ବ୍ରତ । ଘରର ମୁଖ୍ୟ ଦ୍ଵାରା ପ୍ରମୁଖ ସ୍ଥାନ ହୋଇଥାଏ । ଏହି ମୁଖ୍ୟ ଦ୍ଵାରା ଦେଇ ଘରକୁ ଅନେକ ପ୍ରାକାର ଲୋକ ଯିବା ଆସିବା କରିଥାନ୍ତି । ବିଭିନ୍ନ ପ୍ରକାରର ପଜେଟିଭ ଓ ନେଗେଟିଭ ଶକ୍ତି ଘରକୁ ପ୍ରବେଶ କରିଥାନ୍ତି । ଯଦି ମୁଖ୍ୟ ଦ୍ଵାରା ବାସ୍ତୁ ଠିକ ନ ଥାଏ ତେବେ ଘରର ମୁଖ୍ୟ ଦ୍ଵାରରେ ଏମିତି କିଛି ଜିନିଷ ରଖାଯାଇଥାଏ ଯାହା ନେଗେଟିଭ ଶକ୍ତି କୁ ଆକର୍ଷିତ କରିଥାଏ ।

ଯାହା ଫଳରେ ସେହି ଘରର ଧନ ହାନି ହେବ ସହ ଝଗଡା ହୋଇଥାଏ । ଆଜି ଆମେ ଆପଣଙ୍କୁ ଘରର ମୁଖ୍ୟ ଦ୍ଵାରରେ କଣ ରଖିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।  ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ସୁତୁରା ରଖନ୍ତୁ । ଯିବା ଆସିବା ସମୟରେ ଗୋଡରେ ଯେଉଁ ଜିନିଷ ବାଜୁଥିବ ତାହାକୁ ହଟାଇ ଦିଅନ୍ତୁ । ଘରର ମୁଖ୍ୟ ଦ୍ଵାରା ଆଗରେ ଚପଲ ରଖନ୍ତୁ ନାହି ଖାସ ଗୁରୁବାର ଦିନ ।

ନ ହେଲେ ମା ଲକ୍ଷ୍ମୀ ଆସିବା ବଦଳରେ ଫେରି ଯାଇଥାନ୍ତି  ଆଉ ଆର୍ଥିକ ଅବସ୍ଥାରେ ଶୁଧରା ଆସିବ ନାହି । ପ୍ରତେକ ଗୁରୁବାର ଦିନ ଘର ଦୁଆର ମୁହଁ ରେ ଚିଟା ପକାନ୍ତୁ । ଗୁରୁବାର ଦିନ ସକାଳୁ ଉଠି ଗୋବର ପାଣି ସିଂଚନ କରି ଓଳାନ୍ତୁ । ଗୁରୁବାର ଦିନ ପାହାଚର ଏ ପାଣି ପକାଇ ଭଲରେ ଧୋଇ ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ପ୍ରତେକ ଗୁରୁବାର ଓ ମଙ୍ଗଳବାର ଦିନ ଦେବଦାରୁ ବା ଆମ୍ବ ପତ୍ରରେ ଗେଣ୍ଡୁ ଫୁଲ ମିଶାଇ ମାଳ କରି ମୁଖ୍ୟ ଦ୍ଵାରରେ ଟଙ୍ଗାନ୍ତୁ ।

ଏହା ଦ୍ଵାରା ମା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥାନ୍ତି । ପ୍ରବେଶ ଦ୍ଵାରା କୁ କେବେ ବି ଅନ୍ଧାରରେ ରଖନ୍ତୁ ନାହି । ତେଣୁ ସେଠାରେ ଆଲୋକିତ ରଖିବାକୁ ବଲବ ଲାଗନ୍ତୁ । କେତେକ ଘରେ ଘରର ସୁରକ୍ଷା ପାଇଁ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଫୋଟୋ ଲଗାଇଥାନ୍ତି । ଏହା କରିବା ବହୁତ ଶୁଭ ହୋଇଥାଏ । ଏଥିପାଇଁ ଘରେ ଧନର ଆଗମନ ହୋଇଥାଏ । କିନ୍ତୁ ଠାକୁରଙ୍କ ଫୋଟୋ ଘର ଆଗରେ ଲଗାଇଥିଲେ ତାଙ୍କର ମୁହଁ ଭିତରକୁ କରନ୍ତୁ ।

ନଚେତ ଗୋଟେ ଫୋଟୋ ସହ ଆଉ ଗୋଟେ ଫୋଟୋ ବିପରୀତ ଦିଗରେ ଲଗାନ୍ତୁ । ମାଣବସା ଗୁରୁବାର ବା ସୁଦଶା ବ୍ରତରେ ଚାଉଳ ଚୁନାରେ ଚିତା ପକାଇ ଲକ୍ଷ୍ମୀ ପାଦ ଚିହ୍ନ ପକାନ୍ତୁ । ସୁଦଶା ବ୍ରତ ଦିନ ଘରକୁ ଗୋବରରେ ଲିପି ଚିତା ପକାନ୍ତୁ । ଏହା ସହ ମା ଲକ୍ଷ୍ମୀ ଙ୍କ ପୂଜା ମଧ୍ୟ ବିଧି ବିଧାନ ଅନୁଯାୟୀ କରନ୍ତୁ ।

ମୁଖ୍ୟ ଦ୍ଵାରର ଡାହାଣ ପାଟ ରେ କଳସରେ ପାଣି ଭାରି ମନ୍ଦାର ଫୁଲ ରଖିଲେ ମା ଲକ୍ଷ୍ମୀ ଙ୍କ ଆଗମନ ଘରକୁ ହୋଇଥାଏ । ଏହା ସହ ଧନର ଆଗମନ ଗୃହକୁ ହୋଇଥାଏ । ତେବେ ଆପଣ ମାନେ ଏହି ଉପାୟମାନ କରିଲେ ସର୍ବ ମଙ୍ଗଳ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।