ଖେଳ ଖେଳରେ ଏମିତି ଆକାଉଣ୍ଟ ଖାଲି କରିଦେଉଛି ଫ୍ରି ଫାୟାର, ସତର୍କ ରୁହନ୍ତୁ

ଖେଳ ଖେଳୁ ଖେଳୁ ଖୋଳ ହେଇଯାଉଛି ଆକାଉଣ୍ଟ । ଅନଲାଇନ ଗେମ ମସ୍ତି ଆଣିଦେଇଛି ଟେଂଶନ । ବଦଳୁଛି ଯୁଗ ଆଊ ବଦଳୁଛି ଲୋକଙ୍କର ଜୀବନଶୈଳୀ । ଆଜିର ଏହି ଆଧୁନିକ ଯୁଗରେ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ପାଲଟି ଯାଇଛି ଯୁବ ପିଢିଙ୍କ ରୋଲ ମଡେଲ । ଲାଇନ ବିଲ ଠାରୁ ଆରମ୍ଭ କରି ସବୁ କାମ ଏବେ ମୋବାଇଲ ଫୋନରେ ହୋଇପାରୁଛି ।

ଏପରି କି ପିଲାଙ୍କ ପାଠପଢା ମଧ୍ୟ ସ୍ମାର୍ଟ ଫୋନରେ ହେଉଛି । ତେବେ କୋରୋନା ମହାମାରୀ ଠାରୁ ଆରମ୍ଭ ହୋଇଛି ପିଲାମାନଙ୍କ ଅନଲାଇନ ପାଠ ପଢା । ପାଠ ପଢାର ଏହି ନୂଆ ସୁଯୋଗ ଦ୍ୱାରା ପିଲାମାନେ ଶିକ୍ଷା ଲାଭ କରୁଛନ୍ତି ସତ କିନ୍ତୁ ଏଥିପାଇଁ ବ୍ୟବହାର କରାଯାଉଥିବା ମୋବାଇଲ ଫୋନ କେତେକ କ୍ଷେତ୍ରରେ ବିପଦ ସାଜିଥିବା ଦେଖାଯାଇଛି ।

pubg ଗେମ ବ୍ୟାନ ହେବା ପରେ ଲକଡାଉନରେ ଫ୍ରି ଫାୟାର ଗେମିଂ ଆପ ଏବେ କମ ବୟସର ପିଲାମାନଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଛି । ମାତ୍ର ଏହି ଗେମ ଖେଳି ଛୋଟ ଛୋଟ ପିଲାମାନେ ନିଜ ଅଭିଭାବକ ମାନଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି ।

ଏହି ଗେମ ଖେଳି ଯାଜପୁର ଏବଂ କେନ୍ଦୁଝର ରୁ ଦୁଇଜଣ ଛାତ୍ର ଆତ୍ମହତ୍ୟା କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ ବ୍ଲୁ ୱ୍ଛେଲ ଏବଂ pubg ଖେଳି ଛାତ୍ର ଛାତ୍ରୀ ମାନେ ହାତ କାଟିବାର ଏବଂ ଆତ୍ମହତ୍ୟା କରିବାର ମଧ୍ୟ ଖବର ମିଳିଥିଲା । କିନ୍ତୁ ଏବେ ଏହି ଅନଲାଇନ ଖେଳ ମଣିଷକୁ କଙ୍ଗାଳ କରିଦେବାକୁ ବସିଲାଣି ।

ଏହି ଗେମ ଖେଳି ଜଣେ ନାବାଳକ ନିଜ ବାପା ଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୨୦୦୦୦ ଟଙ୍କା ଖର୍ଚ୍ଚ କରିଥିବା ଏବଂ ଆଊ ଜଣେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ଆସିଛି । କେବଳ ବାରିପଦାରେ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳିଛି । ଖାତାରୁ ଟଙ୍କା ଖାଲି କରିନେଇଛି ଫ୍ରି ଫାୟାର ।

ଏଆର୍ଦ୍ରପ କିଣିବାରେ କଟିଯାଉଛି ଲକ୍ଷାଧିକ ଟଙ୍କା । ଏହି ଗେମିଂ ଆପ ରେ ଚାଲେଞ୍ଜ ପୁରଣ କରିବା ପାଇଁ ଏଆର୍ଦ୍ରପ କିଣିବାକୁ ହୋଇଥାଏ ଯାହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଏଥିରେ ନିଜର ଗେମିଂ ଆଇକନ ମଧ୍ୟ କିଣିବାକୁ ପଡ଼ିଥାଏ ଯୋଉଥିପାଇଁ ନିଜର ବ୍ୟାଙ୍କ ବିବରଣୀ ଦେବାକୁ ହୋଇଥାଏ । ମାତ୍ର ଏହା କରିବା ଦ୍ୱାରା ଉକ୍ତ ବ୍ୟାଙ୍କ ଖାତାରୁ କେତେବେଳେ ପଇସା କଟିଥାଏ ତାହା ଜଣା ପଡ଼ିନଥାଏ ।

ତେବେ ଯଦି ଆପଣ ଏହି ଗେମ ଖେଳୁଛନ୍ତି ସତର୍କ ରୁହନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।