Malika Bachan- ଏହି ଜାଗାରେ ମିଳିଲା କଳିଯୁଗ ଶେଷର ସବୁଠୁ ବଡ ପ୍ରମାଣ, ୧୨ ହାତ ୧୩ ଆଙ୍ଗୁଳିର ହୁଙ୍କା

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ କଳି ଯୁଗରେ କେତେ ଯେ ପାପ ପୂଣ୍ୟ ଘଟୁଛି ତାହର ହିସାବ ନାହି । ମାଳିକା ବଚନ ଅନୁସାରେ ବହୁତ ଜଲ୍ଦି କଳି ଯୁଗ ଶେଷ ହୋଇ ସତ୍ୟ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି ।

ମାଳିକାରେ ଲେଖା ଅଛି “ସାଲ ଯେ ନ ଥିବ ମସିହା ନ ଥିବ ପାଟ ଅଙ୍କରେ ନ ଥିବ ଆଳିର ଅଧିପ ଗଙ୍ଗା ବଂଶରେ ତାଙ୍କରି ଅଙ୍କରେ ମିଳିବ” । ଏହାର ଅର୍ଥ ହେଉଛି ବର୍ତ୍ତମାନ ରାଜା ଅଛନ୍ତି ଦିବ୍ୟ ସିଂ ଦେବ ଯାହାଙ୍କର ଅଙ୍କ ଯିଏ ଜାଣିଥିବ ସେ କିଛି ନା କିଛି ପାଇବ । ଏହା ଛଡା ଦିବ୍ୟ ସିଂ ଦେବଙ୍କ ପରେ ପରବର୍ତ୍ତୀ ରାଜା ହେବେ ଅନନ୍ତ କିଶୋରୀ ଓ ଘୋର କଳି ଯୁଗର ଅନ୍ତ ହୋଇ ସତ୍ୟ ଯୁଗର ଆରମ୍ଭ ହେବ ।

ମାଳିକା ଅନୁସାରେ ଯେଉଁ ସବୁ ଯଜ୍ଞ ହେବ ଯାଜପୁରରେ ଏମିତି ଏକ ଯଜ୍ଞ ହେବ ଯେଉଁଥିରେ ପ୍ରଭୂ ଜଗନ୍ନାଥ, ବଳରାମ ଓ ବ୍ରହ୍ମା ଓ ୩୩ କୋଟି ଦେବତା ଆସିବେ ଯେଉଁଠାରେ ବିଚାର ପଡିବ । ତେଣୁ ଭଗବାନଙ୍କୁ ସ୍ମରଣ କରିବା ଉଚିତ ।

ମହାପ୍ରଭୁ ଅଚ୍ୟୁତାନନ୍ଦ କହିଛନ୍ତି ଯେ ଯେଉଁ ଲୋକ ଜଗନ୍ନାଥଙ୍କର ଉପାସକ ହୋଇଥିବ ତାର ଆଯୁ ବୃଦ୍ଧି ପାଇବ । ପ୍ରଭୁଙ୍କର ପ୍ରକୃତ ଭକ୍ତର ଆୟୁ ୧୨୦ ବର୍ଷ ହୋଇଥିଲେ ୩୦୦ ବର୍ଷ ଯାଜପୁର ଯଜ୍ଞରେ ହେବ । ଏହି ଯଜ୍ଞରେ ସବୁ ହିସାବ କିତାବ ହେବ ଯେ କିଏ ଏ ଦୁନିଆରେ ରହିବ ଆଉ କିଏ ନୁହେ । ନେମାଳରେ ଅଚ୍ୟୁତାନନ୍ଦଙ୍କର ଯେଉଁ ଗାଦି ରହିଛି ଯେଉଁଠାରେ ନେମାଳ ବଟର ଓହଳ ରହିଛି ତାହା ଗାଦିରେ ଲାଗିଲେ କଳି ଯୁଗ ଶେଷ ହେବ ବୋଲି ମାଳିକାରେ କୁହ ଯାଉଛି ।

“ଶିରେ ଲାଗିବ ବର ଡାଳ ପୃଥିରେ ପଡିବ ଚହଳ” ଏହି କଥାର ମର୍ମ ହେଉଛି ମହାପୁରୁଷ ବିଜେ ହୋଇଛନ୍ତି ତାଙ୍କ ଶିର ଯେତେବେଳେ ବର ଡାଳ ଛୁଇଁବ ସେତେବେଳେ କଳି ଯୁଗର ଅନ୍ତ ଘଟିବ । ରାମ ଦାସଙ୍କର ଯେତେବେ ଦେ-ହ ପ-ରି-ତ୍ୟା-ଗ କରିଥିଲେ ସେତେବେଳେ ତାଙ୍କର ଏହି ମାଟିରେ ସମାଧି ତିଆରି ହୋଇଥିଲା । ସେହି ସମାଧି ପିଠା ଧୀରେ ଧୀରେ ବଢିବାରେ ଲାଗିଛି ।

ତାହା ଆଉ ୧୨ ହାତ ୧୩ ଅଙ୍ଗୁଳ ବଢି ହୁଙ୍କା ହେବ ତେବେ ଯାଇ ପ୍ରଭୁ ରାମଚନ୍ଦ୍ର ପଦାର୍ପଣ କରିବେ । ମାଳିକାରେ ଲେଖା ଯାଇଛି ଯେ ୧୨ ହାତ ଖଣ୍ଡା କାଳିଆବୋଦାରୁ ବାହାରିବ ଏହାର ଅର୍ଥ ହେଉଛି ସମସ୍ତେ ନିଜ ନିଜ ହାତରେ ଖଣ୍ଡା ଧରି ମରାମରି ହେବେ ତେବେ ଯାଇ କଳି ଯୁଗର ଶେଷ ହେବ ।

ଏହି ଲେଖାଟି ସତ୍ୟ ଭଞ୍ଜ ୟୁଟ୍ୟୁବ ଚ୍ଯାନେଲର ଏକ ଭିଡିଓ ରୁ ପ୍ରେରିତ । ଏହାର ସତ୍ୟାସତ୍ୟ ପାଇଁ ଆମେ ଦାଇ ନୁହେଁ । ଯଦି ଆପଣଙ୍କୁ ଆମର ଏହି ଲେଖାରେ କୌଣସି ତ୍ରୁଟି ପରିଲିଖିତ ହୁଏ ତେବେ ତୁରନ୍ତ ଆମକୁ କମେଣ୍ଟ ରେ ଜଣାନ୍ତୁ । ଯାହାପରେ ଆମେ ଏଥିରେ ସୁଧାର କରି ପାରିବୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।