କାଲି ବେଦିରେ ବସିଥିଲେ, ଆଉ ଆଜି ଦାଣ୍ଡରେ ବସିଛନ୍ତି… Manisha ବଖାଣିଲେ ନିଜର ଦୁଖ, ଦେଖନ୍ତୁ Video

ଝାଞ୍ଝି ପବନ ମାଡରେ ବାହାରେ ବସିଛି ବୋହୂ । ଆଉ ଭିତରପଟୁ ତାଲା ମାରି ଶ୍ଵଶୁର ଘର ଲୋକେ ବସିଛନ୍ତି । ବୋହୂ ଉପୟଶୂନ୍ୟ ହୋଇ ନ୍ୟାୟ ଦରକାର ବୋଲି କହୁଛନ୍ତି । ଶ୍ଵଶୁରଙ୍କ ଚାପରେ ପୋଲିସ ଅଛି ବୋଲି ବୋହୂ ଅଭିଯୋଗ ମଧ୍ୟ କରିଛନ୍ତି । ବାପଘର ଏରୁଣ୍ଡି ବନ୍ଧ ଡେଇଁ ଝିଅଟିଏ ଯେତେବେଳେ ଶ୍ଵଶୁର ଘରକୁ ଯାଏ ସେ ଭାବିଥାଏ କି ସମସ୍ତଙ୍କ ମନ ନେଇ ଚଳିବ ଓ ସେମାନଙ୍କୁ ନିଜର କରିବ । କିନ୍ତୁ ଯୌତୁକ ଲୋଭରେ ଶାଶୁଘର ଲୋକେ ନିରୀହ ବୋହୂ ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି ।

ଚିହ୍ନା ମଣିଷଙ୍କ ଘର ଦୁଆର ଛାଡି ଅଚିହ୍ନା ମଣିଷଙ୍କ ଗହଣରେ ସ୍ନେହାଶ୍ରଦ୍ଧ ବାଣ୍ଟୁଥିବା ବୋହୂଟିଏ ଆଜି ସ୍ଵାମିଅଙ୍କ ଘରଦୁଆରେ ବସିରହିଛି । ମାର୍ଚ୍ଚ ୨୦୧୬ରେ ବୈଦିକ ରୀତିନୀତିରେ ବିଶ୍ଵନାଥ ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ମନୀଷା । ବାହାଘରର ଏକ ବର୍ଷ ପରେ ଅର୍ଥାତ ଜୁଲାଇ ୨୦୧୭ରେ ମନୀଷାଙ୍କୁ ଘରୁ ତଡି ଦେଇଥିଲେ ବିଶ୍ବନାଥଙ୍କ ଘରଲୋକ । ଏହାପରେ ଭାଙ୍ଗି ପଡିଥିବା ମନୀଷା ଆତ୍ମହତୟଆ କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ।

କିନ୍ତୁ ସେ ଯେତେବେଳେ ବୁଝିଲେ କି ସମସ୍ୟାର ସମାଧାନ ଆତ୍ମହତୟଆ ନୁହେଁ ସେତେବେଳେ ସେ ଦମ୍ଭ ବାନ୍ଧି ନ୍ୟାୟ ପାଇଁ ଲଢେଇ କରିବା ଆରମ୍ଭ କଲେ । ଗଜପତି ଜିଲ୍ଲା ରାଜସୀତାପୁର ଗାଁର ଝିଅ ଏବେ ନ୍ୟାୟ ମାଗୁଛି । ପାରଳାଖେମୁଣ୍ଡି ଅଞ୍ଚଳର ଏହି ଘଟଣା ଏବେ ଚାରିଆଡେ ପ୍ରଘଟ ହୋଇ ସାରିଲାଣି । ମନୀଷା କହିଛନ୍ତି କି, ସେ ପରେ ଜାଣିବାକୁ ପାଇଥିଲେ କି ବିଶ୍ଵନାଥ ତାଙ୍କ ପୂର୍ବରୁ ତିନିଥର ବିବାହ କରି ସାରିଛନ୍ତି ।

ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ସହ ସେମାନେ ତାଙ୍କୁ ଘରୁ ତଡି ଦେଇଥିଲେ ଓ ତାଙ୍କ ବାପାଙ୍କୁ ମଧ୍ୟ ନିର୍ଯ୍ୟାତନା ଦେଇଥିଲେ । ମନୀଷାଙ୍କ ବାପା କିନ୍ତୁ ଏବେ ମୃତ୍ୟୁବରଣ କରି ସାରିଛନ୍ତି । ମନୀଷାଙ୍କ ସହ ଶ୍ଵଶୁର ଘର ଲୋକେ କଥା ହୋଇ ସମାଧାନ କରିବାକୁ କହିଥିଲେ ମଧ୍ୟ ମନୀଷାଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡିଛି । ଏବେ ନ୍ୟାୟ ଅପେକ୍ଷାରେ ମନୀଷା ଓ ତାଙ୍କ ଭାଇଆ ଭାଉଜ ଦାଣ୍ଡ ଦୁଆରେ ବସିଛନ୍ତି ।

ଟାଣ ଖରାରେ ପାଲ ଟାଣି ବସିଥିବା ମନୀଷା ଓ ତାଙ୍କୁ ଭାଇଙ୍କୁ ପୋଲିସ ଘଉଡାଇବାକୁ ଉଦ୍ୟମ କରୁଛି । କୁହାଯାଉଛି କି ମନୀଷାଅଙ୍କ ଶ୍ଵଶୁର ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ପୋଲିସ ତାଙ୍କ କଥା ଶୁଣୁଛି । କିନ୍ତୁ ବୋହୂ ମନୀଷାଙ୍କ ଏକା ଜିଦ୍ କି ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଶ୍ଵଶୁର ଘର ସାମ୍ନାରେ ସେମିତି ବସିରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।