କଳସ ଉପରେ ନଡିଆ କିପରି ରଖିଲେ ଘରେ କେଉଁ ସମସ୍ଯା ଦେଖାଦିଏ ? ଜାଣନ୍ତୁ କଳସ ଠିକ ଭାବେ ସ୍ଥାପନ କରିବାର କିଛି ବିଶେଷ ଉପାୟ (20+ ଅନୁଚିନ୍ତା)

ଶାସ୍ତ୍ର ଅନୁସାରେ କଳସକୁ ସୁଖ, ଶାନ୍ତି, ସମୃଦ୍ଧି, ବୈଭବ ଏବଂ ମଙ୍ଗଳ କାମନାର ପ୍ରତୀକ କୁହାଯାଏ । ତେଣୁ ପ୍ରତ୍ଯେକ ମାଙ୍ଗଳିକ କାର୍ଯ୍ୟରେ କଳସ ସ୍ଥାପନା କରାଯାଇଥାଏ । ପୌରାଣିକ ମାନ୍ୟତା ଅନୁସାରେ କଳସର ମୁଖରେ ଭଗବାନ ବିଷ୍ଣୁ ନିବାସ କରିଥାନ୍ତି, କଣ୍ଠରେ ମହେଶ, ମୂଳରେ ବ୍ରହ୍ମା ଏବଂ ମଧ୍ୟଭାଗରେ ସମସ୍ତ ଦେବୀମାନେ ନିବାସ କରିଥାନ୍ତି । କଳସରେ ପାଣି, ପାନପତ୍ର, ଆମ୍ବପତ୍ର, କେଶର, ଅକ୍ଷତ, କୁଙ୍କୁମ, ଦୁବ, ଗୁଆ, ପୁଷ୍ପ, ସୂତା, ଶସ୍ଯ ଏବଂ ନଡିଆ ଇତ୍ୟାଦିର ଉପଯୋଗ କରାଯାଇ ପୂଜା କରିବା ଉଚିତ ।

ଏହାଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । କଳସ ଉପରେ ନଡିଆ ରଖିବା ଦ୍ଵାରା ଅତ୍ୟନ୍ତ ମଙ୍ଗକଲାରୀ ହେବାସହ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ଏବଂ କଳସ ଉପରେ ନଡିଆକୁ ଗଣେଶଙ୍କ ପ୍ରତୀକ କୁହାଯାଏ । କଳସ ଉପରେ ନଡିଆ ଏପରି ସ୍ଥାପନା କରିବା ଉଚିତ ଯେପରି ନଡିଆର ମୁଖ ନିଆ ଆଡକୁ ରହିବ, ଏହାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ଯଦି ଋଣଭାର ବୃଦ୍ଧି ହେଉଥାଏ ତେବେ ଗୋଟିଏ ନଡିଆରେ ସ୍ଵସ୍ତିକ ଚିହ୍ନ ଅଙ୍କନ କରି ଭୋଗ ସହିତ ହନୁମାନ ମନ୍ଦିରରେ ଅର୍ପଣ କଲେ ଶୁଭ ଏବଂ ମଙ୍ଗକଲାରୀ ହୋଇଥାଏ । ଶନିବାର ଦିନ ନିଜ ଉଚ୍ଚତା ଅନୁସାରେ କଳାସୂତା ନେଇ ତାକୁ ନଡିଆରେ ଗୁଡାଇ ପୂଜା କରିବା ପରେ ନଡିଆକୁ ନଦୀଜଳରେ ପ୍ରବାହିତ କରିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଋଣଭାର ଦୂର ହୋଇଥାଏ ।

ଯଦି ବ୍ୟବସାୟରେ କ୍ଷତି ସହିବାକୁ ପଡୁଥାଏ ତେବେ ଗୁରୁବାର ଦିନ ହଳଦିଆ କପଡାରେ ଗୋଟିଏ ନଡିଆ ଗୁଡାଇ ତା’ ସହିତ ପଇତା ଏବଂ ମିଷ୍ଟାନ୍ନ ନାରାୟଣଙ୍କ ମନ୍ଦିରରେ ଅର୍ପଣ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିଥାଏ । ଯଦି କାଳସର୍ପ ଦୋଷ ଦେଖାଦିଏ ତେବେ ଶନିବାର ଦିନ କଳା କପଡାରେ ନଡିଆ ଗୁଡାଇ ତା’ ସହିତ କାଇଛି ବିରି ଏବଂ କଳାଖସା ନଦୀଜଳରେ ପ୍ରବାହିତ କରିବା ଦ୍ଵାରା ଲାଭକାରୀ ହୋଇଥାଏ ।

ଯଦି ଜାତକରେ ରାହୁ କେତୁ ଅଶୁଭ ଫଳ ପ୍ରଦାନ କରୁଥାନ୍ତି ତେବେ ଶୁଖିଲା ନଡିଆ କିମ୍ବା କଳାଧଳା କମ୍ବଳ ଦାନ କରିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଶାସ୍ତ୍ର ଅନୁସାରେ କଳସରେ ନଡିଆ ରଖିବା ସମୟରେ ନଡିଆର ମୁହଁ ତଳକୁ ରଖିବା ଉଚିତ ନୁହେଁ, ଏହା ମଙ୍ଗଳକାରୀ ହେବାସହ ଶତ୍ରୁବୃଦ୍ଧି ହୋଇଥାଏ ।

କଳସ ଉପରେ ନଡିଆର ମୁହଁ ଉପରକୁ କରି ମଧ୍ୟ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ଘରେ ରୋଗ ବୃଦ୍ଧିର ସମ୍ଭାବନା ଦେଖା ଦେଇଥାଏ । କଳସ ଉପରେ ନଡିଆର ମୁହଁ କେବେବି ପୂର୍ବକୁ କରିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ଅର୍ଥହାନି ହେବା ସହ ଘରେ ଧନ ସମସ୍ଯା ଦେଖା ଦେଇଥାଏ ।

ଘରର ଐଶାନ୍ୟ କୋଣ ଖାଲି ରଖିବା ସହ ମଙ୍ଗଳ କଳସ ସ୍ଥାପନ କଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।