ପୁରୁଣା ରୁ ଅତି ପୁରୁଣା ରୋଗକୁ ବି ଦୂର କରିଥାଏ ‘କଲରା ଜୁସ’, ଜାଣନ୍ତୁ ଏହାକୁ ପିଇଲେ କେଉଁ ସବୁ ଫାଇଦା ମିଳିଥାଏ !

କଲରା ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣକାରୀ ହୋଇଥାଏ ଓ ଏହାକୁ ଖାଇବା ଦ୍ଵାରା ବିଭିନ୍ନ ଭୟାନକ ରୋଗରୁ ବି ଆପଣ ବଞ୍ଚି ପାରିବେ । କଲରାର ପ୍ରୟୋଗ ବିଭିନ୍ନ ପ୍ରକାରର ଔଷଧର ପ୍ରସ୍ତୁତିରେ ବି କରା ଯାଏ । ଯଦି ଆପଣ ତଳେ ଦିଆ ଯାଇ ଥିବା ରୋଗରେ ପୀଡିତ ଅଛନ୍ତି ତେବେ କଲରା ଜୁସ ର ସେବନ କରନ୍ତୁ । କଲରା ଜୁସ ପିଇବା ଦ୍ଵାରା ଏହି ସମସ୍ତ ରୋଗରୁ ବି ମୁକ୍ତି ମିଳିଯିବ ।

କଲରା ର ଜୁସ ପିଇବାର ଲାଭ –

ରକ୍ତ ସଫା ହୋଇଥାଏ

କଲରା ଜୁସ ପିଇବା ଦ୍ଵାରା ରକ୍ତ ଶୁଦ୍ଧ ହୋଇଥାଏ ଓ ରକ୍ତ ସଫା ହେବା ଦ୍ଵାରା ଚେହେରାରେ କିଛି ବି ପ୍ରକାରର ଦାଗ ଦେଖାଯାଏ ନାହିଁ ।

କଫରୁ ମିଳିଥାଏ ଆରାମ

କଫର ସମସ୍ୟାକୁ ଦୂର କରିବା ପାଇଁ କଲରା ଜୁସ ବହୁତ ଲାଭଦାୟକ ହୋଇଥାଏ । କହିବାକୁ ଗଲେ କଲରାରେ ଫସଫରସ ଉଚ୍ଚ ମାତ୍ରାରେ ମିଳିଥାଏ ଓ ଏହା କଫକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ଲୋକମାନଙ୍କୁ କଫର ସମସ୍ୟା ଅଧିକ ହୋଇଥାଏ ସେମାନେ ଏକ ମାସ ପର୍ଯ୍ୟନ୍ତ କଲରା ଜୁସ ନିଶ୍ଚିତ ପିଅନ୍ତୁ ।

ସୁଗାର ଲେବୁଲ ହୋଇଥାଏ କମ

ସୁଗାର ରୋଗୀମାନଙ୍କ ପାଇଁ କଲରା ଜୁସ ପ୍ରଭାବି ହୋଇଥାଏ । ଏହାକୁ ପିଇବା ଦ୍ଵାରା ସୁଗାରର ସ୍ତର କନ୍ଟ୍ରୋଲରେ ରହିଥାଏ । ଏହି ରୋଗରେ ପୀଡିତ ଲୋକମାନେ ସବୁଦିନ ଏକ ଚତୁର୍ଥାଂଶ କପ କଲରା ଜୁସ ପିଅନ୍ତୁ । କିନ୍ତୁ ଏହାକୁ ଡାକ୍ତରଙ୍କର ପରାମର୍ଶ ନେଇ ପିଅନ୍ତୁ ।

ପଥରୀରୁ ମିଳିଥାଏ ମୁକ୍ତି

ପଥରି ହେବା ଦ୍ଵାରା ଆପଣ ସବୁଦିନ ଅଧ ଗ୍ଳାସ କଲରା ଜୁସ ପିଅନ୍ତୁ । କଲରାର ଜୁସ ପିଇବା ଦ୍ଵାରା ପଥରୀ ଶରୀରରୁ ବାହାରକୁ ବାହାରିଯାଏ । ଆପଣ କେବଳ ଅଧ ଗ୍ଳାସ କଲରା ଜୁସରେ ଅଳ୍ପ ହିଙ୍ଗ ମିଶାଇ ଦିଅନ୍ତୁ ଓ ଏହା ପରେ ଏହାର ସେବନ କରନ୍ତୁ ।

କେମିତି ପ୍ରସ୍ତୁତ କରିବେ କଲରା ଜୁସ

କଲରା ଜୁସ ପ୍ରସ୍ତୁତ କରିବା ବହୁତ ସହଜ ଅଟେ । ଆପଣ ଏକ କଲରାକୁ ନେଇ ତାହାକୁ ସଫା କରି ମିକ୍ସିରେ ପେଶି ଦିଅନ୍ତୁ । ଏହାପରେ କଲରା ଜୁସରେ ଲୁଣ ମିଶାଇ ଦିଅନ୍ତୁ । ବର୍ତ୍ତମାନ କଲରାର ଜୁସ ପ୍ରସ୍ତୁତ ହୋଇଗଲା । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଅଧିକ ମାତ୍ରାରେ କଲରାର ଜୁସ ପିଇବେ ନାହିଁ । କାରଣ ଅଧିକ କଲରା ଜୁସ ପିଇବା ଦ୍ଵାରା ଶରୀର ଖରାପ ବି ହୋଇପାରେ ।

ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।