କଳା ଓଠକୁ ଗୋଲାପି ବନାନ୍ତୁ କେବଳ ୫ ମିନିଟରେ, ଜାଣନ୍ତୁ କେମିତି

ବର୍ତ୍ତମାନ ସମୟରେ ସବୁ ପୁଅ ଓ ଝିଅମାନେ ଚାହାନ୍ତି କି ସେମାନେ ଅଧିକ ରୁ ଅଧିକ ଆକର୍ଷିତ ଦେଖା ଯାଆନ୍ତୁ ଓ ସମସ୍ତେ ତାଙ୍କୁ ପସନ୍ଦ କରନ୍ତୁ । କିନ୍ତୁ ବେଳେ ବେଳେ ଆମର ଚେହେରା ସୁନ୍ଦର ହୋଇଥାଏ କିନ୍ତୁ ଆମର ଓଠ ଏତେ କଳା ହୋଇଥାଏ କି ଯାହା ଦ୍ଵାରା ଆମର ସୁନ୍ଦରତା ବି ଖରାପ ହୋଇଯାଏ । ଏହା ଛଡା ଥଣ୍ଡା ଦିନରେ ଆହୁରି ବି ଅଧିକ ଓଠ କଳା ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କ କଳା ଓଠ ପାଇଁ ଏକ ସରଳ ଉପାୟ ନେଇ ଆସିଛୁ ।

ପ୍ରଥମ ଉପାୟ

ଏହି ଉପାୟରେ ଆପଣଙ୍କୁ ନଡିଆ ତେଲ, ମହୁ ଓ ଚିନି ଦରକାର । ଏହା ପରେ ଗୋଟିଏ ଚାମଚ ନଡିଆ ତେଲ, ଗୋଟିଏ ଚାମଚ ମହୁ ଓ ଏକ ଚୁଟକି ଚିନି ନେଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ୧୫ ରୁ ୨୦ ସେକେନ୍ଡ ସମୟ ପର୍ଯ୍ୟନ୍ତ ଭଲ ଭାବରେ ମିକ୍ସ କରନ୍ତୁ । ଯାହା ଦ୍ଵାରା ଚିନିଟି ଭଲ ଭାବରେ ମିକ୍ସ ହୋଇ ପାରିବ । ଏହା ପରେ ଏହି ମିଶ୍ରଣକୁ ନିଜ ଓଠରେ ଲଗାଇ ତାହାକୁ ମସାଜ କରନ୍ତୁ ।

ଏହାକୁ ୫ ମିନିଟ ପର୍ଯ୍ୟନ୍ତ କରିବା ପରେ ନିଜର ଓଠକୁ ଧୋଇ ଦିଅନ୍ତୁ । ଏହା ପରେ ଆପଣଙ୍କ ଓଠ ୮୦ ରୁ ୯୦ ପ୍ରତିଶତ ଆକର୍ଷିତ, ଗୋଲାପି ଓ କୋମଳ ହୋଇଯିବ । ଆପଣ ଏହି ଉପାୟକୁ ତିନି ଦିନ ପର୍ଯ୍ୟନ୍ତ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଓଠ ପୂରାପୂରି ଗୋଲାପି ହୋଇଯିବ ।

ଦ୍ଵିତୀୟ ଉପାୟ

ଏହି ଉପାୟରେ ଆପଣଙ୍କୁ ଗୋଟିଏ ଚାମଚ କଞ୍ଚା କ୍ଷୀର, ଏକ ଚୁଟିକି ହଳଦୀ, ଗୋଟିଏ ଚାମଚ ଗୋଲାପ ଜଳ ଦରକାର । ଏହା ପରେ ଏହି ସମସ୍ତ ଜିନିଷକୁ ୧୫ ରୁ ୨୦ ସେକନ୍ଡ ପର୍ଯ୍ୟନ୍ତ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହା ପରେ ଏହାକୁ ଆପଣ ନିଜ ଓଠରେ ୫ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ । ୫ ମିନିଟ ପର୍ଯ୍ୟନ୍ତ ମସାଜ କରିବା ପରେ ଏହାକୁ ୧ ମିନିଟ ପର୍ଯ୍ୟନ୍ତ ଓଠରେ ଲଗାଇ ରଖନ୍ତୁ । ଏହା ପରେ ନିଜ ଓଠକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାକୁ ବି ୨ ରୁ ୩ ଦିନ ପର୍ଯ୍ୟନ୍ତ କରିବା ଦ୍ଵାରା ଆପଣଙ୍କ ଓଠ ପୂରାପୂରି ଗୋଲାପି ହୋଇଯିବ ।

ତୃତୀୟ ଉପାୟ

ଏହି ଉପାୟରେ ଆପଣଙ୍କୁ ଦରକାର ହେବ ଅଧ ଚାମଚ ଏଲୋବେରା ଜେଲ, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ବାଦାମ ତେଲ ଓ ଏକ ଚୁଟିକି ଚିନି । ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରି ନିଜ ଓଠରେ ଲଗାଇ ଦିଅନ୍ତୁ । ଏହା ପରେ ଏହାକୁ ୨ରୁ ୩ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଏହାକୁ ପୁଣି ଥରେ ୫ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହାକୁ ୩ ଦିନ ଲଗାତାର କରିବା ଦ୍ଵାରା ଆପଣଙ୍କ ଓଠ ପୁରାପୂରି ଗୋଲାପି ହୋଇଯିବ । ଆପଣ ଏହି ୩ଟି ଉପାୟ ମଧ୍ୟରୁ ଯେ କୌଣସି ଗୋଟିଏ ଉପାୟକୁ ବ୍ୟବହାର କରି ନିଜର ଓଠକୁ ଗୋଲାପି ଓ କୋମଳ କରି ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।