କେବଳ ଗୋଟିଏ ଦିନରେ ନିଜର କଳା ଓ ଅସୁନ୍ଦର ଓଠକୁ ବନାନ୍ତୁ ପ୍ରାକୃତିକ ଗୋଲାପି- Beauty Tips

ପ୍ରତେକ ଝିଅର ମନରେ ନିଜ ସୁନ୍ଦରତା ପାଇଁ ଗର୍ବ ରହିଥାଏ । କେହି ନିଜର ଚେହେରାକୁ ନେଇ ଏତେ ସୁନ୍ଦର ସଜେଇଥାନ୍ତି ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । କିନ୍ତୁ କିଛି ଝିଅମାନେ ନିଜର ଓଠକୁ ନେଇ ମଧ୍ୟ ବହୁତ ସିରିଏସ ହୋଇଥାନ୍ତି । ନିଜ ଓଠକୁ ଭଲ ଭାବେ ଯତ୍ନରେ ରଖିବା ପାଇଁ ଅନେକ ଟିପ୍ସ ସବୁ ଆପ୍ଳାଏ କରିଥାନ୍ତି । କିନ୍ତୁ କିଛି ଝିଅମାନଙ୍କର ଭୁଲ ଆପ୍ଳାଏ ଯୋଗୁ ତାଙ୍କ ଓଠ ଫାଟିଥାଏ ଓ କଳା ପଡି ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ନିଜ ଓଠକୁ କିପରି ଭାବେ ସଫ୍ଟ ଓ ବେବୀ ପିଙ୍କ ବନାଇ ପାରିବେ ତାହାର ଟିପ୍ପଣୀ ଦେବାକୁ ଯାଉଛୁ ।

ଆମ ଶରୀରରେ ପାଣି ପିଇବା କମି ଯୋଗୁ ଆମର ଓଠ ଫାଟିଥାଏ ଓ କଳା ମଧ୍ୟ ପଡିଯାଏ । ଦିନରାତି ସବୁବେଳେ ଓଠରେ ଲିପଷ୍ଟିକ ଲଗାଇ ରଖିଲେ ଓଠ କଳା ପଡିଯାଏ । ଏହି ସବୁ କାରଣ ପାଇଁ ଝିଅ ମାନଙ୍କର ଓଠର ସୌନ୍ଦର୍ଜ୍ୟ ଖରାପ ହୋଇଥାଏ । ଏମିତି କିଛି ପ୍ରଣାଳୀ ରହିଛି ଯାହା କରିବା ଦ୍ଵାରା ଓଠର ସୌନ୍ଦର୍ଜ୍ୟ ବୃଦ୍ଧି ପାଇଥାଏ ।ତେବେ ଆସନ୍ତୁ ଜାଣିବା ସେହି ପ୍ରଣାଳୀ ଗୁଡିକ କଣ ରହିଛି ।

ପ୍ରଥମେ ଗୋଟେ ଛୋଟ ପାତ୍ର ନେଇ ସେଥିରେ ଗୋଟେ ଚାମଚ ନଡିଆ ତେଲରେ ଅଧ ଚାମଚ ଚିନି ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଅଧ ଚାମଚ ଲେମ୍ବୁ ମିଶାଇ ଦିଅନ୍ତୁ । ଏହା ପରେ ଅଧ ଚାମଚ ମହୁ ମିଶାଇ ଏହାର ମିଶ୍ରଣ କରନ୍ତୁ । ତା ପରେ ଏହାକୁ ମିକ୍ସ କରି ଏହାର ଶିରମ ପ୍ରସ୍ତୁତ କରନ୍ତୁ । ପ୍ରତେକ ଦିନ ରାତିରେ ଶୋଇବା ସମୟରେ ଏହି ଶିରମକୁ ଓଠରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ ।

ଏହା କରିବା ଫଳରେ ଆପଣଙ୍କ ଓଠର ବ୍ରାଇଟନେସ ବୃଦ୍ଧି ହୋଇଥାଏ । ଏହା ଛଡା ଓଠର କଳା ଦାଗ ମଧ୍ୟ ଦୂର ହୋଇଥାଏ । ଏଥିରେ ମିଶିଥିବା ନଡିଆ ତେଲ ଆମ ସ୍କିନ କଲରକୁ ବ୍ରାଇଟନେସ କରିଥାଏ । ଏହାଛଡା ଲେମ୍ବୁ ସ୍କିନର ବେସକୁ ବ୍ରାଇଟ କରିଥାଏ । ଏହାଛଡା ଏଥିରେ ମିଶିଥିବା ମହୁ ଆମ ସ୍କିନର କଳା ଦାଗକୁ ଦୂର କରିଥାଏ ଓ ଓଠକୁ ବହୁତ ନରମ ମଧ୍ୟ କରିଥାଏ ।

ଏହି ମିକ୍ସରେ ଚିନି ସ୍କରବ ଭଳି କାମ କରିଥାଏ ଯାହା ଫଳରେ ଓଠ ପିଙ୍କ ହୋଇଥାଏ । ଏହାକୁ ଓଠରେ ମସାଚ କରି ଏକ ଘଣ୍ଟା ରଖି ପାଣିରେ ଧୋଇ ଦେବେ । ଓଠ ଧୋଇବା ପରେ ଭେସ୍ଲିନ କିମ୍ବା ଲିପବାମ ଲଗାଇବା ଉଚିତ । ଏହାକୁ ମାତ୍ର ୧୫ ଦିନ ବ୍ୟବହାର କରିଲେ ଆପଣଙ୍କ ଓଠ ସଫ୍ଟ ଓ ପିଙ୍କ ଭଳି ଲାଗିବ । କୌଣସି ବ୍ରାଣ୍ଡେଡ କମ୍ପାନୀର ଲିପଷ୍ଟିକ ବ୍ୟବହାର କରିବା ଦ୍ଵାରା ଓଠର ସ୍କିନ ଭଲ ରହିଥାଏ ।

ଆମର ଦିଆଯାଇଥିବା ଏହି ସ୍କିନ ଟିପ୍ସଟିକୁ ଆପ୍ଳାଏ କରିଲେ ଆପଣଙ୍କ ଓଠର ସ୍କିନ ବହୁତ ସୁନ୍ଦର ଓ ପିଙ୍କ ଦେଖାଯିବ । ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।