କଇଁଛ ମୁଦି ପିନ୍ଧୁଛନ୍ତି କି ? ଜାଣି ନିଅନ୍ତୁ କିଏ ଓ କିପରି କଇଁଛ ମୁଦି ପିନ୍ଧିଲେ ମଣିଷ ହୋଇଥାଏ ଧନୀ…

ଆଜିକାଲି କଇଁଛ ମୁଦି ପିନ୍ଧିବା ଏକ ଫ୍ୟାଶନ ହୋଇଗଲାଣି । ପ୍ରାୟତଃ ସମସ୍ତେ ଏହି କଇଁଛ ମୁଦିକୁ ପିନ୍ଧୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଜ୍ଯୋତିଷ ଅନୁସାରେ ଏହି କଇଁଛ ମୁଦି ପିନ୍ଧିବାକୁ ନେଇ କିଛି ନିୟମ ରହିଛି । ଏହି ମୁଦିକୁ କେଉଁମାନେ ପିନ୍ଧିବା ଉଚିତ, କେଉଁ ବାରରେ ପିନ୍ଧିବା ଉଚିତ ଓ କେଉଁ ଧାତୁରେ ତିଆରି କଇଁଚ ମୁଦି ପିନ୍ଧିଲେ ଲାଭ ହୋଇଥାଏ ସେସବୁ ନଜାଣି ଏହି ମୁଦି ପିନ୍ଧିଲେ ଅଶୁଭ ଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା କିଏ ଓ କିପରି ପିନ୍ଧିପାରିବେ ଏହି ମୁଦି ।

କଇଁଛ ଶ୍ରୀହରି ବିଷ୍ଣୁଙ୍କର ଏକ ବତାର ବା ସ୍ୱରୂପ ଅଟେ । କଇଁଛ ଜଳଚର ପ୍ରାଣୀ ଅଟେ ଏବଂ ଶ୍ରୀହରି ବିଷ୍ନୁଙ୍କ ସମେତ ମାତା ଲକ୍ଷ୍ମୀ ମଧ୍ୟ ଜଳସାଗରରେ ବିରାଜିତ ହୋଇଥିବାରୁ କଇଁଛ ମଧ୍ୟରେ ଉଭୟଙ୍କ ଅପାର କୃପା ରହିଛି । ତେଣୁ ଏହି କଇଁଛ ମୁଦିକୁ ଧାରଣ କରିବା ଦ୍ଵାରା ମଣିଷ ମନରେ ଧୈର୍ଯ୍ୟ, ଶାନ୍ତି, ଶାଳୀନତା ଓ ନମ୍ରତା ପ୍ରାପ୍ତି ହୋଇଥାଏ । ଏହାକୁ ପିନ୍ଧିବା ଦ୍ଵାରା ବ୍ୟକ୍ତିଙ୍କ ଶରୀର ସହ ତାଙ୍କ ଘରେ ମଧ୍ୟ ସକରାତ୍ମକତା ବୃଦ୍ଧି ପାଇଥାଏ । ଯାହାଦ୍ୱାରା ବ୍ୟକ୍ତି ଧନ ଓ ଐଶ୍ଵର୍ଯ୍ୟର ଅଧିକାରୀ ହୋଇଥାନ୍ତି ।

କିନ୍ତୁ କିଛି ଅଜଣା ଭୁଲ ପାଇଁ ଅନେକ ଲୋକଙ୍କର କଇଁଛ ମୁଦି ପିନ୍ଧିବା ଦ୍ଵାରା କ୍ଷତି ମଧ୍ୟ ହୋଇଥାଏ । କଇଁଛ ଜଳତତ୍ତ୍ଵର ହୋଇଥିବାରୁ ଏହି ମୁଦି ରୂପାର ହୋଇଥିବା ଆବଶ୍ୟକ । ନାରୀ ହୁଅନ୍ତୁ ବା ପୁରୁଷ ଏହି କଇଁଛ ମୁଦିକୁ କେବଳ ଡାହାଣ ହାତରେ ପିନ୍ଧି ପାରିବେ ଏବଙ ଏହାକୁ କେବେ କନିଷ୍ଠ ଆଙ୍ଗୁଳି, ବୁଢା ଆଙ୍ଗୁଳି କିମ୍ବା ତର୍ଜନୀ ଆଙ୍ଗୁଳିରେ ପିନ୍ଧିବା ଉଚିତ ନୁହେଁ ।

ଏହାକୁ କେବଳ ମଧ୍ୟମ ଏବଂ ଅନାମିକା ଆଙ୍ଗୁଳିରେ ପିନ୍ଧି ପାରିବେ । ସିଂହ ରାଶି, କୁମ୍ଭ ରାଶି ଓ ଧନୁ ରାଶିର ଲୋକ ଏହି ମୁଦି ପିନ୍ଧିବା ଦ୍ଵାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ ତଥା ସେମାନକ ଜୀବନ ଧନ ଓ ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ ହୋଇଯାଏ । କିନ୍ତୁ ବିଛା ଓ ମୀନ ରାଶିଙ୍କ ପାଇଁ ଏହା ଅତ୍ୟନ୍ତ ଅଶୁଭ ଫଳଦାୟକ ହୋଇଥାଏ । କିନ୍ତୁ ଅନ୍ୟ ସବୁ ରାଶିଙ୍କ ପାଇଁ ଶୁଭ ଫଳଦାୟକ ହୋଇଥାଏ ।

ଏହି କଇଁଛ ମୁଦିକୁ ଶୁକ୍ରବାର ଦିନ କିଣିବା ଏବଂ ଶୁକ୍ରବାର ଦିନ ପିନ୍ଧିବାର ବିଧି ରହିଛି । ଏହାସହ ଦିନବେଳା ବା ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ପିନ୍ଧିବାର ନିୟମ  ମଧ୍ୟ ରହିଛି । କଇଁଛ ମୁଦି ପିନ୍ଧିବା ପୂର୍ବରୁ ଏହାକୁ ଗଙ୍ଗାଜଳରେ ଭଲ ଭାବେ ଧୋଇ ଏଥିରେ ପଞ୍ଚାମୃତ ଛିଞ୍ଚି ଦିଅନ୍ତୁ ଓ ଏହାକୁ ଲକ୍ଷ୍ମୀ ନାରାୟଣଙ୍କ ପାଖେ ନିଶ୍ଚିତ ଭାବେ ପୂଜା କରେଇ ନିଅନ୍ତୁ ।

ଶୁଦ୍ଧି କ୍ରିୟା ଆଦିରେ ଏହି ମୁଦି ପିନ୍ଧିବା ଅଶୁଭ ହୋଇଯାଏ । ତେଣୁ ଏହି ସମୟରେ ଏହାକୁ ବାହାର କରି ଘରର ଠାକୁରଙ୍କ ପାଖେ ରଖିନେବେ ଓ ପୁଣି ଥରେ ପିନ୍ଧିବା ପୂର୍ବରୁ ଗଙ୍ଗାଜଳ ଓ ପଞ୍ଚାମୃତରେ ଧୋଇ ପିନ୍ଧିବେ । ଯେଉଁ ମାନଙ୍କୁ ନିଜ ରାଶି ଜଣା ନାହିଁ ସେମାନେ ଏହି ମୁଦିକୁ ବିଲକୁଲ ପିନ୍ଧନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।