କରୋନାକୁ ନେଇ ଚୀନ ପଛଘୁଞ୍ଚା ଦେଲା ନିଜ କଥାରୁ, ଯାହା କହିଲା ତାକୁ ଜାଣି ପୁରା ଦୁନିଆ ହେଇଯିବ ସ୍ତବ୍ଦ

କରୋନା ଭାଇରସର ଉତ୍ପତ୍ତିକୁ ନେଇ ଚୀନ ପୁଣି ଥରେ ପଲଟି ମାରିଛି । ବର୍ତ୍ତମାନ ଚୀନ ଏହା କହିବା ଆରମ୍ଭ କରିଦେଇଛି କି କରୋନା ଭାଇରସ ବୁହାନର ସି ଫୁଡ ବଜାରରୁ ବିସ୍ତାର ହୋଇ ନାହିଁ । ଏହି ଭାଇରସ କୌଣସି ଅନ୍ୟ ଉତ୍ସରୁ ଉତ୍ପନ୍ନ ହୋଇଛି । ଚୀନର ସରକାରୀ ଖବର କାଗଜ ପିପୁଲ୍ସ ଡେଲି ସଙ୍ଘାଇ ଜନସ୍ୱାସ୍ଥ୍ୟ କ୍ଲିନିକାଲ ସେଣ୍ଟର ଏବଂ ନ୍ୟାସନାଲ ରିସର୍ଚ ସେଣ୍ଟର ଫର ଟ୍ରାନ୍ସଲେଶନଲ ମେଡ଼ିସିନର ମିଳିତ ଅନୁସନ୍ଧାନ ରିପୋର୍ଟକୁ ଦର୍ଶାଇ କହିଛି କି ଦୁନିଆର ଲକ୍ଷ ଲକ୍ଷ ନିରୀହ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଇଥିବା କରୋନା ଭାଇରସ ବୁହାନ ବଜାରରୁ ଆସିନାହିଁ ।

ଏହି ଭାଇରସ ଅଲଗା କେଉଁ ଠାରୁ ଉତ୍ପନ୍ନ ହୋଇଛି । ପିପୁଲ୍ସ ଡେଲି ରିପୋର୍ଟରେ କୁହାଯାଇଛି କି ଚୀନର ବୈଜ୍ଞାନିକ ମାନେ ସଙ୍ଘାଇରେ ୩୨୬ଜଣ ରୋଗୀଙ୍କ ନମୁନା ଉପରେ ପରୀକ୍ଷା କରିଛନ୍ତି ଏବଂ ଜଣା ପଡିଛି କି କରୋନା ଭାଇରସର କୌଣସି ଗୋଟିଏ ଉତ୍ସ ନାହିଁ । ବୁହାନ ବଜାରର ତ କୌଣସି ସୋର୍ସରୁ ଏହା ହୋଇ ନାହିଁ । ଏହାର ଉତ୍ସ ଅନ୍ୟ କେଉଁଠି ଅଛି ।

ପିପୁଲ୍ସ ଡେଲି ଲେଖିଛି କି ବୁହାନର ସି ଫୁଡ ବଜାରକୁ ପ୍ରଥମେ କରୋନା ଭାଇରସର ଉତ୍ସ ବୋଲି କୁହାଯାଉ ଥିଲା କିନ୍ତୁ ଏପରି ଆରୋପ ଲଗାଇବା ଭୁଲ ଥିଲା । ଖବର କାଗଜରେ ଲେଖା ହୋଇଛି କି ବୁହାନ କରୋନା ଭାଇରସର ଉତ୍ସ ନୁହେଁ ବରଂ ଏହାର ଶିକାର ହୋଇଛି । ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନର ନିର୍ଦେଶକ ଗାଓ ଫୁ ଏହା ଠାରୁ ମଧ୍ୟ ଏକ ପାଦ ଆଗକୁ ବଢିଯାଇଛନ୍ତି, ସେ କହିଛନ୍ତି କି କରୋନା ଭାଇରସ ପ୍ରକୃତି ଏବଂ ବାତାବରଣ ଦ୍ଵାରା ସୃଷ୍ଟି ହୋଇଛି । ଏହାକୁ କୃତିମ ଭାବେ କରାଯାଇ ନାହିଁ ଏବଂ ବୁହାନ ବଜାରରୁ ମଧ୍ୟ ଏହାର ଉତ୍ସ ମିଳିନାହିଁ ।

ଏହା ଜଣାଯାଉଛି କି ଅନ୍ତରାଷ୍ଟ୍ରୀୟ ସ୍ଵତନ୍ତ୍ର ପରୀକ୍ଷାର ଚାପ ବଢିବାର ଦେଖି ଚୀନ ଏହି ନୂଆ ଚାଲ ଚଳାଇଛି ଏବଂ କହିଛି କି କରୋନା ଭାଇରସ ବୁହାନ ସହରରୁ ସୃଷ୍ଟି ହୋଇନାହିଁ । ଚୀନ ଅନୁସନ୍ଧାନ ପୂର୍ବରୁ ଦିଗ ବଦଳାଇବା ଏବଂ ନିଜକୁ ସ୍ଵଛ ଦେଖାଇବା ପାଇଁ ଷଡଯନ୍ତ୍ର ଆରମ୍ଭ କରିଦେଇଛି । କରୋନା ଭାଇରସ ଉପରେ ବାରମ୍ବାର ବୟାନ ବଦଳାଉ ଥିବା ଚୀନ ଉପରୁ ବର୍ତ୍ତମାନ ଦୁନିଆର ସବୁ ଦେଶରେ ବିଶ୍ଵାସ ଉଠିଯାଇଛି ।

ଆମେରିକା, ବ୍ରିଟେନ, ଜର୍ମାନ ଏବଂ ଫ୍ରାନ୍ସ ସହିତ ଅନ୍ୟ ଦେଶ ଗୁଡିକ କହୁଛନ୍ତି କି କରୋନା ଭାଇରସ କୃତିମ ଅଟେ ଏବଂ ଦୁନିଆ ସାରା କରୋନା ଭାଇରସରେ ମରିଥିବା ଲୋକଙ୍କ ପରିବାର ଲୋକଙ୍କୁ ଚୀନକୁ ଏହାର କ୍ଷତି ପୂରଣ ଦେବାକୁ ପଡିବ । କେବଳ ଆମେରିକା ଏବଂ ବ୍ରିଟେନ ଚୀନକୁ ୨୭ଖରବ ଡଲାର ଦେବା ପାଇଁ ଧମକ ଦେଇଛନ୍ତି ।