କାହିଁକି Andrew Symonds ଙ୍କ ସାଥି ହୋଇଗଲା ମଦ ? ତାଙ୍କ ଜୀବନର ମୋଡ ବଦଳାଇ ଦେଲା ଏହି ଗୋଟିଏ ଘଟଣା !

ବିଶ୍ଵର ଅନ୍ଯତମ ଲୋକପ୍ରିୟ ତଥା କିମ୍ବଦନ୍ତୀ କ୍ରିକେଟ ଖେଳାଳି ଆଣ୍ଡ୍ର୍ଯୁ ସାଇମଣ୍ଡ ଆଉ ଆମ ଗହଣରେ ନାହାନ୍ତି । ଗତ ଶନିବାର ରାତିରେ ଟାଉନ୍ସଭିଲେ ସହରରେ ଏକ ବ୍ରିଜ ଉପରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ଅଷ୍ଟ୍ରେଲିଆର ଦକ୍ଷ ଅଲରାଉଣ୍ଡର ଆଣ୍ଡ୍ର୍ଯୁ ସାଇମଣ୍ଡ । ତାଙ୍କ ପ୍ରତିନିଧିତ୍ବରେ ଅଷ୍ଟ୍ରେଲିଆ ଦୁଇ ଦୁଇ ଥର ବିଶ୍ଵ ବିଜୟୀ ହୋଇଛି । କିନ୍ତୁ ୪୭ ବର୍ଷୀୟ ଏହି ପୂର୍ବତନ ଖେଳାଳିଙ୍କ ମୃତ୍ୟୁର କାରଣ ମଦ ନିଶା ବୋଲି ଲୋକେ କହୁଛନ୍ତି ।

ସମସ୍ତଙ୍କ ଜୀବନରେ ଏମିତି କିଛି ସମୟ ଆସେ ଯାହା ଆମକୁ ଦୁର୍ବଳ କରିଦିଏ ବା ଏକଦମ ଭାଙ୍ଗି ପକାଏ । ଏମିତି କିଛି ସମୟ ସାଇମଣ୍ଡଙ୍କ ଜୀବନରେ ମଧ୍ୟ ଆସିଥିଲା । ଯେଉଁଥି ପାଇଁ ତାଙ୍କୁ ନିନ୍ଦିତ ଏବଂ ଅପମାନିତ ମଧ୍ୟ ହେବାକୁ ପଡିଥିଲା । ତେବେ ଏହି ଲୋକପ୍ରିୟ ଖେଳାଳି ବ୍ୟାଟ ଛାଡି ହାତରେ ମଦ ବୋତଲ କାହିଁକି ଧରି ନେଇଥିଲେ ଓ କାହିଁକି ତାଙ୍କୁ ଅପମାନିତ ହେବାକୁ ପଡିଥିଲା ଏକଥା ଖୁବ କମ୍ ଲୋକେ ଜାଣିଛନ୍ତି । ଏମିତି କିଛି ଘଟଣା ତାଙ୍କୁ ଏତେ ମର୍ମାହତ କରି ଦେଇଥିଲା ଯେ ନିଶାକୁ ସାଥି ଭାବେ ବାଛି ନେଇଥିଲେ ସାଇମଣ୍ଡ ।

ସାଇମଣ୍ଡ ଚାଲିଯିବା ପରେ ତାଙ୍କ ଜୀବନର ଅନେକ କଥା ଏବେ ସାମ୍ନାକୁ ଆସୁଛି । ପ୍ରତିଟି କ୍ରିକେଟ ପ୍ରେମୀ ତାଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି । ଏହି କ୍ରମରେ ଏମିତି ଏକ କାହାଣୀ ଆମେ କହିବୁ ଯାହା ସାଇମଣ୍ଡଙ୍କ ଜୀବନର ସବୁଠାରୁ ବଡ ଭୁଲ ପଦକ୍ଷେପ ଥିଲା ବୋଲି କୁହା ଯାଇପାରିବ ।

ସାଇମଣ୍ଡ ଜଣେ ପ୍ରସିଦ୍ଧ ଖେଳାଳି ଥିଲେ ସତ କିନ୍ତୁ ମଦ ତାଙ୍କ କ୍ଯାରିୟରକୁ ବରବାଦ କରିଦେଲା ।କ୍ଯାରିୟରର ଶୀର୍ଷରେ ଥିବାବେଳେ କେବଳ ମଦ ପାଇଁ ସେ ଦଳରୁ ବିତାଡିତ ହୋଇଥିଲେ । ୨୦୦୮ର ଏକ ଘଟଣା ତାଙ୍କ ଜୀବନର ଗତିପଥକୁ ଏକଦମ ବଦଳାଇ ଦେଇଥିଲା । ମଙ୍କିଗେଟର ଘଟଣା ଊଣା ଅଧିକ ସମସ୍ତଙ୍କୁ ନିଶ୍ଚୟ ଜଣାଥିବ । ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ଯାଚ ଚାଲିଥିଲା ।

ସେତେବେଳେ ଉଭୟ ଦଳ ମଧ୍ୟରେ ସ୍ଲେଜିଙ୍ଗ ବା ଗାଳିଗୁଲଜ ସେତେବେଳେ ସାଧାରଣ ଥିଲା । ମ୍ଯାଚରେ ହରଭାଜନ ସିଂ ତାଙ୍କୁ ମଙ୍କି କହି ଆକ୍ଷେପ କରିଥିବା ଅଭିଯୋଗ ଆଣିଥିଲେ ସାଇମଣ୍ଡ । ପରେ ଏହି ଘଟଣା ତାଙ୍କୁ ଏତେ ବାଧିଲା ଯେ ସେ ମଦକୁ ସାଥି କରିବା ଆରମ୍ଭ କରିଦେଲେ , ଯେଉଁଥି ପାଇଁ ତାଙ୍କ କ୍ଯାରିୟରର ପତନ ହୋଇଗଲା ।

୨୦୦୯ରେ ବାରମ୍ବାର ସିରିଜ ସମୟରେ ମଦ ପିଇବା ଓ ଏକାଧିକ ନିୟମ ଉଲ୍ଲଂଘନ କରିବା ଫଳରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତାଙ୍କ ଟିମ୍ କଣ୍ଟ୍ରାକ୍ଟ ରବ୍ଦ କରି ଦେଇଥିଲା । ଯାହାଫଳରେ ସେ ଆହୁରି ଭାଙ୍ଗିପଡିଲେ ଓ ଯେଉଁ ମଦ ପାଇଁ ସେ ଟିମ୍ ରୁ ବିଦା ହୋଇଥିଲେ ତାକୁ ହିଁ ନିଜର ସାଥି କରିନେଲେ ।

ଏହା ସାଇମଣ୍ଡଙ୍କ ଜୀବନର ସବୁଠାରୁ ଭୁଲ ପଦକ୍ଷେପ ଥିଲା ବୋଲି ପୂର୍ବରୁ ସେ ନିଜେ ମଧ୍ୟ ସ୍ଵୀକାର କରିଛନ୍ତି । ହେଲେ ଖେଳିଥିବା ମ୍ଯାଚ ଓ ଦେଶ ପ୍ରତି ତାଙ୍କ ଭଲପାଇବା ତାଙ୍କୁ ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମନରେ ଅମର କରି ରଖିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।