ଜାଣନ୍ତୁ କାହିଁକି ଥାଏ ଫ୍ଲଶରେ ଗୋଟିଏ ବଡ ଓ ଗୋଟିଏ ଛୋଟ ବଟନ, ଆପଣବି ଜାଣି ନଥିବେ ଏହାର କାରଣ, ଜାଣନ୍ତୁ

ଆପଣମାନେ ତ ଜାଣିଥିବେ ବର୍ତ୍ତମାନ ସବୁଘରେ ମଡର୍ନ ଟୟଲେଟ ରହିଛି ଯେଉଁଥିରେ ଫ୍ଲଶ ର ସାହାର୍ଯ୍ୟ ରେ ପାଣି ଯାଇଥାଏ । ଆପଣମାନେ ଦେଖିଥିବେ ଫ୍ଲଶରେ ଗୋଟିଏ ଛୋଟ ଓ ଗୋଟିଏ ବଡ ସୁଇଚ ଦେଇଥାଏ । ଆପଣ କେବେ ଭାବିଛନ୍ତି କାହିଁକି ଏହି ସୁଇଚ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏହାର କାରଣ କହିବୁ । ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଫ୍ଲଶକୁ ଡୁଆଲ ଫ୍ଲଶ କୁହାଯାଏ । ବଡ ସୁଇଚକୁ ଚିପିଲେ ୬ ରୁ ୯ ଲିଟର ପାଣି ବାହାରିଯାଏ । ଛୋଟ ସୁଇଚକୁ ଚିପିଲେ ୩ ରୁ ୪.୫ ଲିଟର ପାଣି ବାହାରିଥାଏ । ଆପଣ ମାନେ ତ ଜାଣିପାରୁଥିବେ ଅଧିକ ପାଣି କଣ ପାଇଁ ଲାଗେ ଓ କମ ପାଣି କଣ ପାଇଁ ।

ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ଯଦି ଗୋଟିଏ ଘରେ ସିଙ୍ଗୀଲ୍ ଫ୍ଲଶ ବଦଳରେ ଡୁଆଲ ଫ୍ଲଶ ରହିବ ତେବେ ସେହି ଘରେ ୨୦ ହଜାର ଲିଟର ପାଣିର ସଞ୍ଚୟ ହୋଇପାରେ । ଏହା ଦ୍ଵାରା ପାଣିର ସଞ୍ଚୟ ମଧ୍ୟ ହେବ ଯାହାକି ଆଗାମୀ ଭବିଷ୍ୟତ ପାଇଁ ନିହାତି ଦରକାର । ଏହି ଡୁଆଲ ଫ୍ଲଶ କନସେପ୍ଟ ଆମେରିକାର ଇଣ୍ଡଷ୍ଟ୍ରିଆଲ ଡିଜାଇନର ଭିକ୍ଟର ପାପାନେକ ବାହାର କରିଥିଲେ ।

୧୯୭୬ ମସିହାରେ ଭିକ୍ଟର ତାଙ୍କର ଏକ ବହି “design for the new world” ରେ ଏହା ବିଷୟରେ ଲେଖିଥିଲେ ଓ ସବୁଠୁ ପ୍ରଥମେ ଏହି ସିଷ୍ଟମ ଅଷ୍ଟ୍ରେଲିଆରେ ବ୍ୟବହାର କରାଯାଇଥିଲା ।