କାହିଁକି ଓଡିଶା ଫେରିଲେନି ହିରୋ ନଂ.1 Babushan Mohanty ? ମା’ ଓ ପରିବାର ସମସ୍ତେ ଅପିଲ କରିବେ ସତ୍ତ୍ୱେ ଏମିତି କାହିଁକି କଲେ Babushan ?

ଘଟଣା ଦିନ ବାବୁଶାନ ସେଠାରୁ ସିଧାସଳଖ ଚେନ୍ନାଇ ଚାଲି ଯାଇଥିଲେ । ସେଠାରେ ଓଡିଆ ଆସୋସିଏସନର ସଦସ୍ୟମାନେ ତାଙ୍କୁ ସ୍ଵାଗତ ମଧ୍ୟ କରିଥିଲେ । କିନ୍ତୁ ସେ ଯେଉଁ ଫିଲ୍ମର ପ୍ରମୋଶନ କରିବାକୁ ଯାଇଥିଲେ ତା’ର ପ୍ରଡ୍ୟୁସର ବାବୁଶାନଙ୍କୁ ଚେନ୍ନାଇରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରି ଦେଇଥିଲେ । ସେଠାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ ମଧ୍ୟ ଓଡିଶା ଫେରିନାହାନ୍ତି ଓଲିଉଡ ସୁପରଷ୍ଟାର ବାବୁଶାନ ମହାନ୍ତି । ଯାହାକି ବର୍ତ୍ତମାନର ବିବାଦକୁ ଆହୁରି ବଢେଇ ଦେଇଛି ।

ଅଭିନେତା ବାବୁଶାନ କୁଆଡେ ଗଲେ ଓ କାହିଁକି ଓଡିଶା ଫେରୁନାହାନ୍ତି ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଏପଟେ ତାଙ୍କ ମା’, ପତ୍ନୀ ଏବଂ ପୁରା ପରିବାର ଭାବବିହ୍ଵଳ ହୋଇ ଅପିଲ କରିବା ସତ୍ତ୍ୱେ ମଧ୍ୟ ଘରକୁ ଫେରୁନାହାନ୍ତି ଓଡିଶାର ହିରୋ ନଂ.୧ ବାବୁଶାନ ମହାନ୍ତି । ଯାହାକୁ ନେଇ ବର୍ତ୍ତମାନର ସବୁଠୁ ପ୍ରଶ୍ନ ଛିଡା ହୋଇଛି । ଅଭିନେତା ବାବୁଶାନ ଚେନ୍ନାଇ ଯିବା ଦିନ ସାଙ୍ଗରେ ପ୍ରକୃତି ମିଶ୍ରଙ୍କୁ ବି ନେଇ ଯାଇଥିଲେ । ଏହାପରେ ଉଭୟଙ୍କୁ ନେଇ ସାରା ଓଡିଶା ଖୁବ ଉଠିଲା ପଡିଲା ।

ଆଉ ଆଜି ପ୍ରକୃତିଙ୍କ ଠିକଣା ମିଳିସାରିଛି ଓ ତାଙ୍କ ପାଖରେ ତାଙ୍କ ପରିବାର ଯାଇ ପହଞ୍ଚିଛନ୍ତି ବୋଲି ଜଣାପଡିଛି । ସେ ଖୁବ ଶୀଘ୍ର ଓଡିଶା ଫେରି ଥାନାରେ ନିଜ ପକ୍ଷ ରଖିବେ ବୋଲି କୁହାଯାଉଛି । କିନ୍ତୁ ଏପଟେ ବାବୁଶାନଙ୍କର କୌଣସି ଖୋଜଖବର ମିଳୁନାହିଁ ।

ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକାଠି ମିଶି ଚେନ୍ନାଇ ବାହାରିଥିବା ବେଳେ ବାବୁଶାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଏକାଠି ଧରିଥିଲେ । ସେତେବେଳର ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେ ସମସ୍ତେ ବାବୁଶାନ ଘରକୁ ଫେରି ଆସନ୍ତୁ ବୋଲି ତାଙ୍କୁ ଅନୁରୋଧ କରୁଛନ୍ତି । ବାବୁଶାନ ନିଜ ସମୟ ଥାଉ ଥାଉ ନିଜ ଭୁଲ ବୁଝି ଓ ତାଙ୍କୁ ସ୍ଵୀକାର କରି ନିଜ ପତ୍ନୀ ଏବଂ ପୁଅ ପାଖକୁ ଫେରି ଆସନ୍ତୁ ବୋଲି ସାରା ଓଡିଶାବାସୀ ତାଙ୍କୁ ଅନୁରୋଧ କରୁଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରିର ଭବିଷ୍ୟତ ତାଙ୍କ ହାତରେ ଏବଂ ସେ ଏହାକୁ ଉଦ୍ଧାର କରିପାରିବେ ବୋଲି ଅନେକ କଳାକାରମାନେ ନିଜ ମତ ରଖିଛନ୍ତି । ତେଣୁ କୌଣସି ସବିବାଦରେ ଜଡିତ ନରହି ନିଜ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ମନ ଦେବାକୁ ତାଙ୍କୁ ସମସ୍ତେ ପରାମର୍ଶ ଦେଉଛନ୍ତି । ତେବେ ଦେଖାଯାଉ ବାବୁଶାନ ଘରକୁ ଫେରୁଛନ୍ତି ନା ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।