କାହିଁକି କୁଆଁରୀ ରହି ଖୁସି ଅଛନ୍ତି ଝିଅମାନେ, ଚାହୁଁ ନାହାନ୍ତି ବିବାହ କରିବା ପାଇଁ, ଏହା ଅଟେ ୫ଟି ବଡ କାରଣ

କୁହାଯାଏ ବିନା ଲାଇଫ ପାର୍ଟନରରେ ଜୀବନରେ ବଞ୍ଚିବା ବହୁତ କଷ୍ଟକର ହୋଇଥାଏ । ହେଲେ ବର୍ତ୍ତମାନର ସମୟରେ ବହୁତ ଝିଅ ସିଙ୍ଗଲ ରହି ବଞ୍ଚିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ସମୟ ସହିତ ଝିଅମାନଙ୍କର ଭାବନାରେ ବହୁତ ପରିବର୍ତ୍ତନ ଆସିଯାଇଛି । ତେଣୁ ଆଜି ଆମେ ଆପଣଙ୍କୁ ଝିଅ ମାନଙ୍କର ଏହି ୫ ଟି ବଡ କାରଣ ବିଷୟରେ କହିବୁ, ଯେଉଁଥି ପାଇଁ ଝିଅମାନେ ସିଙ୍ଗଲ ରହିବା ପାଇଁ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ୫ଟି ବଡ କାରଣ ବିଷୟରେ ।

ପ୍ରଫେସନକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି

ବିବାହ ପରେ ଝିଅ ମାନଙ୍କ ପ୍ରଫେସନ ଉପରେ କିଛି ନା କିଛି ପ୍ରଭାବ ପଡିଥାଏ । ସେମାନଙ୍କୁ ଘର ସହିତ ଅଫିସ କାମ ଦେଖିବାକୁ ହୋଇଥାଏ । ବିବାହ ପରେ ପୁଅମାନଙ୍କ ଜୀବନରେ କିଛି ଖାସ ପରିବର୍ତ୍ତନ ଆସିନଥାଏ । ହେଲେ ଝିଅ ମାନଙ୍କ ଜୀବନ ବହୁତ ବଦଳି ଯାଇଥାଏ । ସେମାନଙ୍କ ଘର ପରିବାର ମଧ୍ୟ ବଦଳି ଯାଇଥାଏ । ସେମାନଙ୍କୁ ନିଜ ସାଥି ସହ ନୂଆ ପରିବାର ବିଷୟରେ ବୁଝିବାକୁ ହୋଇଥାଏ । ସେମାନେ ନିଜ କ୍ୟାରିୟର ପ୍ରତି ପୁରା ଧ୍ୟାନ ଦେଇପାରନ୍ତି ନାହିଁ ।

ଏକୁଟିଆ ମିଳିଥାଏ ଶାନ୍ତି

ସାଧାରଣତଃ ଅଧିକାଂଶ ଝିଅମାନଙ୍କୁ ଏକୁଟିଆ ରହିବା ପାଇଁ ବହୁତ ଭଲ ଲାଗିଥାଏ ଓ ଶାନ୍ତି ମିଳିଥାଏ । ସେମାନେ ଏକୁଟିଆ ଖୁସିରେ ରହିବା ପାଇଁ ଚାହିଁଥାନ୍ତି ।

ଆଜାଦୀ

ଝିଅ ମାନେ ଛୋଟ ବେଳରୁ ଏହା ଶୁଣି ବଡ ହୋଇଥାନ୍ତି କି, ବିବାହ ପରେ ସେମାନେ ତାଙ୍କ ଶଶୁରଘର ହିସାବରେ ଚଳିବେ । ହେଲେ ଝିଅମାନେ ଏକା ରହିବାକୁ ପସନ୍ଦ କରନ୍ତି । ଝିଅମାନେ ନିଜ ଆଜାଦୀ ପାଇଁ ବହୁତ ଡରନ୍ତି । ସେଥିପାଇଁ ଝିଅମାନେ ଆତ୍ମନିର୍ଭର ହୋଇ ରହିବା ପାଇଁ ଚାହିଁଥାନ୍ତି ।

ମନପସନ୍ଦର ପୁଅ ନମିଳିବା

ବହୁତ ଝିଅ ଏଥିପାଇଁ ସିଙ୍ଗଲ ରହିବା ପାଇଁ ପସନ୍ଦ କରନ୍ତି, କାରଣ ତାଙ୍କୁ ନିଜ ମନ ପସନ୍ଦର ପୁଅ ମିଳିନଥାଏ । କିଛି ଝିଅମାନଙ୍କୁ ପରିବାର ଲୋକ ବିବାହ ପାଇଁ ବାଧ୍ୟ କରିଥାନ୍ତି । ହେଲେ ଏହା ଦ୍ଵାରା ଝିଅମାନେ ବାନ୍ଧିହୋଇ ରହିଯାନ୍ତି ।

ସ୍ଵତନ୍ତ୍ର ରହିବାକୁ ଚାହାନ୍ତି

ଅଧିକାଂଶ ଝିଅ ଏଥିପାଇଁ ସିଙ୍ଗଲ ରୁହନ୍ତି, କାରଣ ସେମାନେ ସ୍ଵତନ୍ତ୍ର ରହିବା ପାଇଁ ଚାହାନ୍ତି । ଏହା ଦ୍ଵାରା ସେମାନେ ନିଜ ମନପସନ୍ଦର ଇଛା ପୂରଣ କରନ୍ତି । ତାଙ୍କୁ କେହି ରୋକିବା ପାଇଁ ଓ କହିବା ପାଇଁ ନଥାନ୍ତି । ହେଲେ ବିବାହ କଲେ ଝିଅମାନଙ୍କ ସ୍ଵତନ୍ତ୍ରତା ରହିନଥାଏ ।