Health Tips: କାହିଁକି ହୁଏ ହାର୍ଟ ଆଟାକ୍ ? ହୃଦଘାତ ପୂର୍ବରୁ କେଉଁ ଲକ୍ଷଣ ଦେଖାଗଲେ ସତର୍କ ହେବା ଜରୁରୀ ?

ଆଜିକାଲି ହାର୍ଟ ଆଟାକ୍ ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲି ଯାଉଥିବା ଦେଖାଯାଉଛି । କେବଳ ବୟସ୍କ ଲୋକ ନୁହେଁ ବରଂ ଯୁବପିଢି ମଧ୍ୟ ହାର୍ଟ ଆଟାକ୍ ର ଶିକାର ହେଉଛନ୍ତି । ତେବେ ହାର୍ଟ ଆଟାକ୍ କାହିଁକି ହୋଇଥାଏ ଓ ଏହାର ଲକ୍ଷଣ ଗୁଡିକ କଣ ରହିଛି ଆସନ୍ତୁ ଜାଣିବା । ହାର୍ଟ ବା ଆମ ହୃତପିଣ୍ଡର କାମ ହେଉଛି ଶରୀରର ସବୁ ଅଙ୍ଗକୁ ଠିକ ଭାବେ ରକ୍ତ ସଞ୍ଚାଳନ କରିବା । ଏହାଦ୍ବାରା ଶରୀରର ପ୍ରତ୍ଯେକ ଭାଗକୁ ଠିକ ଭାବେ ଅମ୍ଳଜାନ ମିଳିଥାଏ ।

ଯଦି ହୃତପିଣ୍ଡ ତା’ କାମ ଠିକ ଭାବେ କରି ପାରେନାହିଁ ତେବେ ଶରୀରର ସବୁ ଭାଗକୁ ଠିକ ଭାବେ ରକ୍ତ ସଞ୍ଚାଳନ ହୋଇ ପାରେନାହିଁ । ଏଭଳି ସ୍ଥିତିରେ ହାର୍ଟ ଫେଲ୍ ହେବା ସ୍ଥିତି ଉପୁଜିଥାଏ । ଫଳରେ ଅନେକ ସମୟରେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ । ହାର୍ଟ ଫେଲ୍ ହେଲେ ଆମ ଶରୀରରେ ଅନେକ ଲକ୍ଷଣ ଦେଖା ଯାଇଥାଏ । ପ୍ରଥମ ଲକ୍ଷଣଟି ହେଉଛି ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ଵାସ ପ୍ରଶ୍ଵାସରେ ଯନ୍ତ୍ରଣା ନୁଭବ ହେବା ।

ଉଦାହରଣ ସ୍ୱରୂପ, ଯଦି ଆପଣ ସିଡି ଚଢି ଆସିବା ପରେ ଆପଣଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ହେଉଛି କିମ୍ବା ବସିବା ସମୟରେ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଛି ତେବେ ଏହା ହାର୍ଟ ଆଟାକ୍ ର ଲକ୍ଷଣ ହୋଇ ଥାଇପାରେ । ହାର୍ଟ ଆଟାକ୍ ହେବାର ଦ୍ଵିତୀୟ ଲକ୍ଷଣଟି ହେଉଛି, ଆପଣଙ୍କୁ ଭୋକ କମ୍ ହୋଇଥାଏ । ହଠାତ ଯଦି ଭୋକ ହେବାରେ କମ୍ ଲାଗୁଛି ତେବେ ଏହା ହାର୍ଟ ଆଟାକ୍ ର ଲକ୍ଷଣ ହୋଇ ଥାଇପାରେ ।

ଏହାସହ ବାରମ୍ବାର ପରିସ୍ରା ଲାଗିବା , ବିନା କାରଣରେ ହୃଦ ସ୍ପନ୍ଦନ ବଢିଯିବା, ଦରକାର ଠାରୁ ଅଧିକ ଥକା ଲାଗିବା ମଧ୍ୟ ହାର୍ଟ ଆଟାକ୍ ର ଲକ୍ଷଣ ହୋଇଥାଏ । ତେବେ ଏହି ଲକ୍ଷଣ ଗୁଡିକ ହାର୍ଟ ଆଟାକ୍ ର ଅନ୍ତିମ ଚରଣ ହୋଇଥାଏ । ହାର୍ଟ ମାଂସପେଶୀକୁ ରକ୍ତ ପମ୍ପ କରିବାରେ ବିଫଳ ହୋଇଥାଏ ଓ ଏଭଳି ସ୍ଥିତିରେ ହାର୍ଟ ଫେଲ ହୋଇଯାଏ ।

ଏଭଳି ଲକ୍ଷଣ ଯଦି ଆପଣଙ୍କ ଶରୀରରେ ଦେଖା ଯାଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ଯାଇ ପରାମର୍ଶ କରିବା ଉଚିତ । ଶରୀରରେ ଅନ୍ୟ କିଛି ସମସ୍ଯା ଥିଲେ ମଧ୍ୟ ଏଥିମଧ୍ୟରୁ ସମାନ ଲକ୍ଷଣ ଦେଖା ଯାଇଥାଏ । ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଯାଇ କୌଣସି ଚିକିତ୍ସା କରାଇବା ଆପଣଙ୍କ ପାଇଁ ଉତ୍ତମ ହେବ ।

ହାର୍ଟ ଆଟାକ୍ କୁ ରୋକିବା ପାଇଁ ଆପଣ ଯେତେ ସମ୍ଭବ ସୁସ୍ଥ ଜୀବନଶୈଳୀ ବ୍ଯତୀତ କରିବା ଜରୁରୀ ଅଟେ । ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯଥା ଅଧିକ ତେଲ ଓ ଚର୍ବିଜାତୀୟ ଖାଦ୍ଯ ଠାରୁ ଦୂରେଇ ରୁହନ୍ତୁ । ମଦ୍ୟପାନ, ଧୂମ୍ରପାନ ଆଦି ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

ପ୍ରତିଦିନ ସକାଳୁ ୪୫ ମିନିଟରୁ ଏକ ଘଣ୍ଟା ଯାଏଁ ଚାଲନ୍ତୁ ବା ବ୍ୟାୟାମ କରନ୍ତୁ । କୋଲେଷ୍ଟ୍ରୋଲ ଅଧିକ ଥିଲେ ଏହାର ତୁରନ୍ତ ଚିକିତ୍ସା କରାନ୍ତୁ ଏବଂ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ଦେଖିବେ ଆପଣ ହାର୍ଟ ଜନିତ ସମସ୍ଯା ଠାରୁ ଦୂରେଇ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।