ଭାରତ ଚୀନ ଯୁଧ୍ୟ କାରଣରୁ ଏବେ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ୮୨ ବର୍ଷୀୟ ଟାଟା, ବାହାଘର ହେଉ ହେଉ ରହି ଯାଇଥିଲା

ଭାରତ ଓ ଚୀନ ସୀମା ଉପରେ ବର୍ତ୍ତମାନ ଦିନରେ ବହୁତ ଭୟଙ୍କର ପରିସ୍ଥିତି ଅଛି । ଏହା ସହିତ ଦେଶରେ ଚିନୀ ଜିନିଷ ଗୁଡିକର ବହିଷ୍କାର ଉପରେ ବି ଜୋର ଦିଆ ଯାଉଛି । ଏହିଭଳି କିଛି ଅବସ୍ଥା ଦୁଇ ଦେଶରେ ୧୯୬୨ ମସିହାରେ ବି ହୋଇଥିଲା । ସେତେବେଳେ ସ୍ଥିତି ବହୁତ ଜଲ୍ଦି ପରିବର୍ତ୍ତନ ହୋଇ ଥିଲା । ସେହି ସମୟରେ ଭାରତର ବଡ ବିଜନେସମ୍ୟାନ ରତନ ଟାଟାଙ୍କ ବିବାହ ବି ହେଉ ହେଉ ରହି ଯାଇ ଥିଲା । ୮୨ ବର୍ଷୀୟ ରତନ ଟାଟା ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ଏକ ଇଣ୍ଟରଭିୟୁରେ ସେ କହିଥିଲେ କି ବହୁତ ଥର ଚାନ୍ସ ମିଳିଥିଲା କିନ୍ତୁ ସବୁବେଳେ କୌଣସି ନା କୌଣସି କାରଣରୁ ମୋର ବିବାହ ହେଉ ହେଉ ରହି ଯାଉ ଥିଲା ।

ଚିନୀ ଝିଅ ସହ ରିଲେଶନଶିପରେ ଥିଲେ ରତନ ଟାଟା

କିଛି ସମୟ ପୂର୍ବେ ରତନ ଟାଟା ଏକ ଇଣ୍ଟରଭିୟୁରେ କହିଥିଲେ କି କେମିତି ଭାରତ ଓ ଚୀନ ଯୁଧ୍ୟ କାରଣରୁ ତାଙ୍କର ବିବାହ ହୋଇ ପାରି ନ ଥିଲା । ଏହା ସେହି ଦିନର କଥା ଅଟେ ଯେତେବେଳେ ରତନ ଟାଟା ଆମେରିକାରର ସହର ଲସ ଏଂଜିଲ୍ସରେ ରହୁଥିଲେ । ସେହି ସମୟରେ ସେ ଏକ ଚିନୀ ଯୁବତୀକୁ ଡେଟ କରୁଥିଲେ । ଏହା ପରେ ଦୁଇ ଜଣ ପରସ୍ପରକୁ ବିବାହ କରିବା ପାଇଁ ବି ଚାହୁଁ ଥିଲେ । କିନ୍ତୁ ଦୁଖର କଥା ଏହା ଅଟେ କି ଭାରତ ଓ ଚୀନ ମଧ୍ୟରେ ଯୁଧ୍ୟ କାରଣରୁ ସେମାନଙ୍କ ବିବାହ ହୋଇ ପାରିଲା ନାହିଁ ।

ପାଖପାଖି ଠିକ ହୋଇସାରିଥିଲା ବିବାହ

ଇଣ୍ଟରଭିୟୁରେ ରତନ ଟାଟା କହିଲେ କି – ସେତେବେଳେ ଲସ ଏଂଜିଲ୍ସରେ ଏକ ଚିନୀ ଝିଅକୁ ସେ ଭଲ ପାଉ ଥିଲେ । ବିବାହ କରିବା ପାଇଁ ବି ନିଷ୍ପତି ନେଇ ସାରି ଥିଲେ । ପାଖାପାଖି ଆମର ବିବାହ ଠିକ ବି ହୋଇ ଯାଇଥିଲା । କିନ୍ତୁ ଏହା ପୂର୍ବରୁ ମୁଁ ଚିନ୍ତା କରିଲି କି କିଛି ସମୟ ପାଇଁ ଭାରତ ବୁଲି ଆସିବି । ଏହା ଦ୍ଵାରା ମୁଁ ନିଜର ଅସୁସ୍ଥ ଜେଜେମାଙ୍କୁ ବି ଦେଖା କରି ନେବି । ଏହା ଛଡା ମୁଁ ଚାହୁଁ ଥିଲି କି ମୁଁ ଯାହା ସହ ବିବାହ କରିବାକୁ ଚାହୁଁଛି ତାକୁ ବି ନିଜ ସହ ଭାରତ ନେଇ ଯିବି ।

କିନ୍ତୁ ଏହା ମଝିରେ ଭାରତ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ଯୁଧ୍ୟ ଆରମ୍ଭ ହୋଇଗଲା । ଏମିତିରେ ଚିନୀ ଯୁବତୀକୁ ତାହାର ପରିଜନମାନେ ଭାରତ ଯିବାକୁ ଅନୁମତି ଦେଲେ ନାହିଁ । ଏହିଭଳି ଭାବରେ ଆମର ସମ୍ପର୍କ ସମାପ୍ତ ହୋଇଗଲା ।

ମାତା ପିତାଙ୍କ ହୋଇଥିଲା ଛାଡପତ୍ର

ନିଜ ପିଲାଦିନର ବିଷୟରେ କଥାବାର୍ତ୍ତା କରି କହିଲେ କି ସେ ସମୟ ଭଲ ଥିଲା । କିନ୍ତୁ କହିବାକୁ ଗଲେ ସେହି ସମୟରେ ମୋର ମାତା ପିତାଙ୍କ ଛାଡପତ୍ର ବି ହୋଇ ଯାଇ ଥିଲା । ଏହି କାରଣରୁ ମୁଁ ଓ ମୋର ବଡ ଭାଇ ଚିନ୍ତିତ ରହୁଥିଲୁ । ସ୍କୁଲରେ ଏହି ଜିନିଷକୁ ନେଇ ରେଗିଙ୍ଗ ବି ହେଉଥିଲା । ଅନ୍ୟ ପଟେ ମୋ ମା ଦ୍ଵିତୀୟ ବିବାହ କରି ସାରି ଥିଲେ । ଏମିତିରେ ସ୍କୁଲ ପିଲାମାନେ ତାଙ୍କ ବିଷୟରେ ବି ବହୁତ ଖରାପ ଖରାପ କଥା କହୁଥିଲେ । କିନ୍ତୁ ମୋ ଜେଜେମା ମୋତେ କହିଥିଲେ କି କିଛି ବି ହୋଇ ଯାଉ ସର୍ବଦା ନିଜର ସମ୍ମାନ ବଞ୍ଚାଇ ରଖିବ ।

ପିତାଙ୍କ ସହ ସମ୍ପର୍କ ଭଲ ନ ଥିଲା

ରତନ ଟାଟା ଆଗକୁ କହିଲେ କି ମୋର ଓ ମୋ ପିତାଙ୍କ ଚିନ୍ତାଧାରା ପରସ୍ପର ଠାରୁ ବିପରୀତ ଥିଲା । ଯେମିତି କି ମୋତେ ଭାୟୋଲିନ ବଜାଇବାକୁ ଭଲ ଲାଗେ କିନ୍ତୁ ସେ ମୋତେ ପିୟାନୋ ବଜାଇବାକୁ କୁହନ୍ତି । କଲେଜ ପଢିବା ପାଇଁ ମୋତେ ଆମେରିକା ଯିବାର ଥିଲା । କିନ୍ତୁ ସେ ମୋତେ ବ୍ରିଟେନ ପଠାଇବାକୁ ଚାହୁଁ ଥିଲେ । ମୁଁ ଆର୍କିଟେକ୍ଟ ହେବାକୁ ଚାହୁଁ ଥିଲି । କିନ୍ତୁ ମୋର ପିତା ଚାହୁଁ ଥିଲେ କି ମୁଁ ଇଂଜୀନିୟରିଙ୍ଗ ପଢେ । କିନ୍ତୁ ମୋର ଜେଜେମା ମୋତେ ସମର୍ଥନ କରିଥିଲେ । ତାଙ୍କ କାରଣରୁ ମୁଁ ଆମେରିକା ଯାଇ ପଢିଲି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।