କାହିଁକି ସିଆଇଏ, ଭାଭାଙ୍କର ବିମାନକୁ ବମରେ ଉଡାଇଦେଇଥିଲେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ଭାରତର ପ୍ରସିଦ୍ଧ ପରମାଣୁ ବିଜ୍ଞାନୀ ହୋମୀ ଜହାଁଗୀର ଭାଭାଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ତାଙ୍କ କାରଣରୁ ଆଜି ଭାରତ ବିଜ୍ଞାନରେ ଦୁନିଆରେ ବହୁତ ଆଗରେ ପହଞ୍ଚି ପାରିଛି । ଯଦି ସେ ଭାରତର ଅଂଶ ହୋଇ ନ ଥାନ୍ତେ ତେବେ ବୋଧେ ଭାରତ ବିଜ୍ଞାନରେ ଆଜି ବହୁତ ପଛରେ ହୋଇଥାନ୍ତା । ଭାଭାଙ୍କ ଯୋଗୁ ଭାରତକୁ କିଛି ଲୋକେ ଡ଼ରୁଥିଲେ । ହୋମୀ ଜହାଁଗୀର ଭାଭା ଏମିତି ଜଣେ ବ୍ୟକ୍ତି ଥିଲେ, ଯିଏକି ଭାରତକୁ ଏକ ଅଲଗା ପରିଚୟ ଦେଇଛନ୍ତି ।

ବିମାନରେ ଥିଲେ ଭାରତୀୟ ବୈଜ୍ଞାନିକ ଭାଭା :

ଫ୍ରାନ୍ସର ଏଲ୍ପସ ପାହାଡରେ ୧୯୬୬ରେ ଦୁଘଟଣାଗ୍ରସ୍ତ ହୋଇଥିବା ବିମାନର କିଛି ଅଂଶ ଓ କିଛି ମାନବୀୟ ଅବଶେଷ ମିଳିବା ଦ୍ଵାରା ସେହି ବିମାନ ଦୁର୍ଘଟଣାଟି ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି ।

ଆପଣଙ୍କୁ କହିଦେଉଛୁ କି ଏହି ଅଞ୍ଚଳରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏମାନଙ୍କ ମଧ୍ୟରୁ ଗୋଟିଏ ୧୯୫୦ ଓ ଦ୍ଵିତୀୟଟି ୧୯୬୬ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୨୬ ଜାନୁୟାରୀ ୧୯୬୬ରେ ଯେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରେ ଭାରତର ପ୍ରସିଦ୍ଧ ବୈଜ୍ଞାନିକ ହୋମୀ ଜହାଁଗୀର ଭାଭା ଯାତ୍ରା କରୁଥିଲେ ।

ଷଡଯନ୍ତ୍ର ଅନୁସାରେ ବିମାନକୁ ଉଡ଼ାଯାଇଥିଲା ବମରେ :

ବିମାନର ଦୁର୍ଘଟଣାକୁ ନେଇ ଆଜି ବି ମତଭେଦ ଅଛି । ବିମାନର ଦୁର୍ଘଟଣାକୁ ନେଇ ଦୁଇ ପ୍ରକାର ଥିଓରୀ ସାମ୍ନାକୁ ଆସୁଛି । ଗୋଟିଏ ଥିଓରୀ ଅନୁସାରେ ବିମାନର ଦୁର୍ଘଟଣା ପାଇଲଟର ଭୁଲ କାରଣରୁ ହୋଇଥିଲା, ଯେତେବେଳେ କି ଅନ୍ୟ ଏକ ଥିଓରୀ ଅନୁସାରେ ବିମାନ ଏକ ଷଡଯନ୍ତ୍ର କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ମାନେ ବିମାନକୁ ବମ ଦ୍ଵାରା ଉଡ଼ାଯାଇଥିଲା ।

ଲଗାତାର କରୁଥିଲା ଭାରତ ପ୍ରଗତି :

ଅକ୍ଟୋବର ୧୯୬୫ କଥା ଅଟେ, ସେହି ସମୟରେ ଭାଭା ଅଲ ଇଣ୍ଡିଆ ରେଡିଓରେ ଏକ ଘୋଷଣା କରିଥିଲେ କି ଯଦି ତାଙ୍କୁ ପୁରା ଫ୍ରୀ ମିଳିଯାଏ, ତେବେ ଭାରତକୁ ସେ ୧୮ ମାସ ମଧ୍ୟରେ ପରମାଣୁ ବମ ତିଆରି କରି ଦେଖାଇ ଦେବେ । ଭାଭାଙ୍କର ଦୂରଦର୍ଶୀ ଚିନ୍ତାଧାରା କାରଣରୁ ଭାରତ ଲଗାତର ପ୍ରଗତି କରୁଥିଲା । କିନ୍ତୁ ଏହି କଥା ଆମେରିକାକୁ ହଜମ ହେଲା ନହିଁ । ଭାରତର ଲଗାତାର ପ୍ରଗତି ଦେଖି ଆମେରିକା ଡରିଗଲା ।

ଭାରତକୁ ଡରି ଯାଇଥିଲା ଆମେରିକା, ସେଥିପାଇଁ କରାଇଲା ଭାଭାଙ୍କର ହତ୍ୟା :

ଆମେରିକାର ଚିନ୍ତାଧାରା ଏହା ଥିଲା କି ଯଦି ଭାରତ ପରମାଣୁ ବମ ପ୍ରସ୍ତୁତ କରିବାରେ ସଫଳ ହୋଇଯାଏ ତେବେ ପୁରା ଦକ୍ଷିଣ ଏସିଆ ପାଇଁ ଏହା ଭୟର ବିଷୟ ହୋଇଯିବ । ସେଥିପାଇଁ ଆମେରିକା ନିଜର ଖୁଫିଆ ଏଜେଂସି ସୀଆଈଏ ର ସାହାରା ନେଇ ହୋମୀ ଜହାଁଗୀର ଭାଭାଙ୍କର ବିମାନକୁ ବମ ଲଗାଇ ଉଡାଇ ଦେଲେ ।

ଆପଣଙ୍କୁ କହିଦେଉଛୁ କି ଆମେରିକା ଏହା ପ୍ରଥମ ଥର କରି ନାହିଁ । ଏହା ପୂର୍ବରୁ ବି ଆମେରିକାର ଖୁଫିୟା ଏଜେଂସି ଅନେକ ଲୋକମାନଙ୍କୁ ମାରିବା ପାଇଁ ଚେଷ୍ଟା କରିଛନ୍ତି ।