କାହିଁକି ଭୟାନକ ଅଟେ ଭାନଗଢର ଏହି କିଲା, ଏମିତି କଣ ହୋଇଥିଲା କି ଯିଏ ଏହି ସୁନ୍ଦର କିଲା କୁ ଏକ ଧ୍ଵଂସାବଶେଷ କରିଦେଲା, ଦେଖନ୍ତୁ

ଯେତେବେଳ ଭୁତ ପ୍ରେତର କଥା ଆସେ ସେତେବେଳ ମନରେ ବିଭନ୍ନ ପ୍ରଶ୍ନ ଆସିଥାଏ । ସେହି ପ୍ରଶ୍ନ ଉପରେ ସେତେବେଳେ ବିଶ୍ଵାସ ଆସିଥାଏ ଯେତେବେଳେ ତାହା ସହିତ ଜଡିତ କିଛି କଥା ଦେଖିବାକୁ ମିଳେ । ଏମିତି ହିଁ ଏକ ପ୍ରମାଣ ଅଛି ଯାହାକି ରାଜସ୍ଥାନର ଭାନଗଢ କିଲା ଅଟେ । ଯାହାକୁ ସବୁଠାରୁ ଭୟାନକ କିଲା ବୋଲି କୁହାଯାଏ । ଏହା କେବଳ ଲୋକମାନଙ୍କର କଥା ଶୁଣି ନୁହେଁ, ବରଂ ଭାରତୀୟ ପୁରାତତ୍ତ୍ଵ ସର୍ବେକ୍ଷଣ ବିଭାଗ ଦ୍ୱାରା ମଧ୍ୟ କୁହାଯାଇଛି କି ସୂର୍ଯ୍ୟାସ୍ତ ପରେ ଏଠାକୁ ଯିବା ନିଷେଧ ଅଟେ ।

ଏହି କିଲାର ରହସ୍ୟକୁ କେତେକ ବୈଜ୍ଞାନିକ ଏବଂ ନ୍ୟୁଜ ଚ୍ୟାନେଲ ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି, ତଥାପି ଏହାର ପୁରା ରହସ୍ୟ ଖୋଲୁନାହିଁ । ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ଭାନଗଢ କିଲାର ପୁରା ସତ୍ୟତା ।

ଜଣେ ରାଜକୁମାରୀ ଥିଲେ ରତ୍ନାବତୀ

ଭାନଗଢ କିଲାକୁ ଭଗବାନ ଦାସ ନିଜର ପୁଅ ମାଧବ ଦାସ ପାଇଁ କରିଥିଲେ । ମାଧବ ଦାସଙ୍କର ପୁତ୍ରୀ ରାଜକୁମାରୀ ରତ୍ନାବତୀ ବହୁତ ସୁନ୍ଦର ଥିଲେ । କୁହାଯାଏ କି ତାଙ୍କର ସୁନ୍ଦରତାର ଚର୍ଚ୍ଚା ଦୂର ଦୂରାନ୍ତ ପର୍ଯ୍ୟନ୍ତ ହେଉଥିଲା । ସମସ୍ତେ ରାଜକୁମାରୀଙ୍କୁ ପାଇବାକୁ ଇଛା ରଖୁଥିଲେ । ସେହି ଭାନଗଢ କିଲା ପାଖରେ ହିଁ ସିନ୍ଧିୟା ନାମକ ଜଣେ ତାନ୍ତ୍ରିକ ରହୁଥିଲେ ।

ସେହି ତାନ୍ତ୍ରିକ କଳାଯାଦୁ କରୁଥିଲେ । ଥରେ ରାଜକୁମାରୀ ରତ୍ନାବତୀ ନିଜର ଦାସୀମାନଙ୍କ ସହ ଜୋହରୀ ବଜାରରୁ ଅତର ଆଣିବା ପାଇଁ ଯାଇଥିଲେ । ସିନ୍ଧିୟାର ନିଜର ରାଜକୁମାରୀ ଉପରେ ପଡିଲା ।

ରାଜୁକୁମାରୀଙ୍କର ସୁନ୍ଦରତା ସିନ୍ଧିୟାଙ୍କୁ ମୋହିତ କରିନେଲା । ସେ କଳାଯାଦୁ ଜାଣିଥିଲେ ସେଥିପାଇଁ ସେ ମୋହପାଶ ବନ୍ଧନ ପାଇଁ ସେ କଳାଯାଦୁର ସାହାରା ନେଲେ । ଯେଉଁ ଅତର ରାଜକୁମାରୀଙ୍କୁ ପସନ୍ଦ ଆସୁଥିଲା ସେହି ଅତର ବୋତଲରେ ସେ କଳାଯାଦୁ କରିଦେଲେ । ଏହା ବିଷୟରେ ଜଣେ ବ୍ୟକ୍ତିଙ୍କୁ ଜଣା ପଡିଗଲା ଓ ସେ ରାଜକୁମାରୀଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ଯାଇ ସବୁ ସତ କଥା କହିଦେଲେ ।

ଗୋଟିଏ ଅଭିଶାପ ଦ୍ଵାରା ବର୍ବାଦ ହୋଇଗଲା ଏହି କିଲା

ରାଜକୁମାରୀଙ୍କୁ ଏହି ଛଳ ଜଣା ପଡିଲା ପରେ ସେ କାଚର ବୋତଲକୁ ବାହାରେ ଫୋପାଡି ଦେଲେ । ସେଥିରେ ଥିବା ସବୁ ଅତର ଗୋଟିଏ ପଥର ଉପରେ ଯାଇ ପଡିଲା । କଳାଯାଦୁ ହୋଇଥିବାରୁ ତାନ୍ତ୍ରିକ ଆଡକୁ ସେହି ପଥରଟି ଆକର୍ଷିତ ହେବାକୁ ଲାଗିଲା ଏବଂ ତାନ୍ତ୍ରିକର ଛାତି ଉପରେ ଯାଇ ସେହି ପଥରଟି ପଡିଲା । ମୁର୍ତ୍ୟୁ ସମୟରେ ତାନ୍ତ୍ରିକ ଜଣକ ଭାନଗଢ କିଲାକୁ ଅଭିଶାପ ଦେଲେ କି ବର୍ତ୍ତମାନଠାରୁ ଏହି କିଲାରେ କେହି ମଧ୍ୟ ଖୁସିରେ ରହିବେ ନାହିଁ ।

ଏହି ଅଭିଶାପ ଯୋଗୁ କିଛି ସମୟ ଭିତରେ ହିଁ ଲୋକମାନଙ୍କର ମୁର୍ତ୍ୟୁ ହେବାକୁ ଲାଗିଲା । ରାଜକୁମାରୀ ରତ୍ନାବତୀ ମଧ୍ୟ ଏହି ଅଭିଶାପ ଦ୍ଵାରା ମୁର୍ତ୍ୟୁ ବରଣ କରିଥିଲେ ।

ଲୋକମାନଙ୍କର କହିବା ଅଟେ କି ଆଜି ବି ସେହି ତାନ୍ତ୍ରିକଙ୍କର ଆତ୍ମା ରତ୍ନାବତୀ ଙ୍କୁ ପାଇବାକୁ ଚାହୁଁଛି । ଲୋକମାନଙ୍କୁ ରାଜକୁମାରୀ ରତ୍ନାବତୀଙ୍କ ଗୋଡର ପାଉଁଜିର ଆବାଜ ଶୁଣିବାକୁ ମିଳିଥାଏ । କେତେ ଥର ଲୋକମାନଙ୍କୁ ଏମିତି ଲାଗିଛି କି ତାହା ଭିତରେ ଯେମିତି ତାଙ୍କର କେହି ବେକ ଚିପି ଦେଉଛି ।

ବୈଜ୍ଞାନିକମାନେ ଏହି ଭୁତ ପ୍ରେତକୁ ମାନିବାକୁ ମନା କରୁଥିଲେ, କିନ୍ତୁ ସେ ସେହି ଜାଗାକୁ ଯାଇ ଏହାକୁ ମାନିଛନ୍ତି କି ଏହି କିଲାରେ ବହୁତ ନେଗେଟିବ ଏନର୍ଜୀ ଅଛି ଏବଂ ସବୁଠୁ ଅଧିକ ନେଗେଟିବ ଏନର୍ଜୀ ରାଜକୁମାରୀ ରତ୍ନାବତୀଙ୍କ ରୁମରୁ ଆସିଥାଏ । ଲୋକମାନଙ୍କର ଯିବା ଆସିବା ନ ହେବା ଦ୍ଵାରା ସେଠାରେ ଏକ ଭୟାକୂଳ ପରିବେଶ ସୃଷ୍ଟି ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।