କାହିଁକି ସବୁବେଳେ ଚମକୁଥାଏ Jaya Kishori ଙ୍କ ଚେହେରା, ତାଙ୍କ ଉଜ୍ଵଳ ତ୍ଵଚାର ରାଜ୍ ଜାଣିଲେ ଆପଣ ବି ବିଶ୍ବାସ କରି ପାରିବେନି !

ଜୟା କିଶୋରୀ ଭାରତର ବେଶ ଜଣାଶୁଣା ପ୍ରବଚକ ଏବଂ ମୋଟିଭେସନାଲ ସ୍ପିକର । ଖାସ କରି ଯୁବପିଢିଙ୍କ ମଧ୍ୟରେ ତାଙ୍କର ବହୁତ ଲୋକପ୍ରିୟତା ରହିଛି । ସୋସିଆଲ ମିଡିଆରେ ଜୟା କିଶୋରୀଙ୍କ ଫଟୋ ଏବଂ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ । ତେବେ ତାଙ୍କର ଏତେ ଅଧିକ ଫ୍ୟାନ ଫଲୋଇଂର ସବୁଠୁ ବଡ କାରଣ ହେଉଛି ତାଙ୍କର ଐଶ୍ଵରୀୟ ସୁନ୍ଦରତା । ସେ ସବୁବେଳେ ବେଶ ସାଧାସିଧା ଓ ସରଳ ଭେଶ ପୋଷାକରେ ନଜର ଆସନ୍ତି । କିନ୍ତୁ ତାଙ୍କ ଚେହେରା ସବୁବେଳେ ସୂର୍ଯ୍ୟଙ୍କ ଭଳି ଚମକୁଥାଏ ।

ତାଙ୍କର ସୁନ୍ଦରତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ଆଜି ଆମେ ଆପଣଙ୍କୁ ଜୟା କିଶୋରୀଙ୍କ ଉଜ୍ଵଳ ଚେହେରା ପଛର ସୁନ୍ଦରତାର ରାଜ୍ କଣ ରହିଛି ତାହା କହିବାକୁ ଯାଉଛୁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଜୟା କିଶୋରୀ ବଜାରରେ ମିଳୁଥିବା କୌଣସି ସ୍କିନ କେୟାର ସାମଗ୍ରୀର ଉପଯୋଗ କରନ୍ତି ନାହିଁ । କାରଣ ସେଗୁଡିକରେ କେମିକାଲ ରହିଥାଏ ଓ ଏହା ଆମ ତ୍ଵଚାକୁ ନଷ୍ଟ କରିଥାଏ ।

ସେଥିପାଇଁ ତ୍ଵଚା ପାଇଁ ପ୍ରାକୃତିକ ଉପଚାର ସବୁଠୁ ଅଧିକ ଲାଭଦାୟୀ ହୋଇଥାଏ । ଯଦି ବି ମେକଅପ କରିବାକୁ ହୁଏ ତେବେ ସେ ବହୁତ ହାଲୁକା ମେକଅପ କରନ୍ତି । ଯେଉଁମାନେ ଖୁବ ଅଧିକ ମେକଅପ କରନ୍ତି ସେମାନେ ଜୟା କିଶୋରୀଙ୍କ ଠାରୁ ଶିକ୍ଷାଗ୍ରହଣ କରିବା ଉଚିତ । ଜୟା କିଶୋରୀଙ୍କ ଖାଦ୍ୟପେୟ ତାଙ୍କ ଉଜ୍ଵଳ ତ୍ଵଚା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।

ସେ ସୁଷମ ଖାଦ୍ଯ ଖାଇବା ସହ ଜଙ୍କ ଫୁଡ୍ ଏବଂ ଆମିଷ ଖାଇବାଠୁ ଦୂରେଇ ରୁହନ୍ତି । ସବୁଠୁ ମହତ୍ବପୂର୍ଣ୍ଣ କଥା ହେଉଛି ସେ ପ୍ରଚୁର ପରିମାଣରେ ପାଣି ପିଅନ୍ତି । ଜୟା କିଶୋରୀଙ୍କ ବେଶଭୂଷା ତଥା ପୋଷାକ ମଧ୍ୟ ତାଙ୍କ ସୁନ୍ଦରତାକୁ ଆହୁରି ବୃଦ୍ଧି କରିଥାଏ । ତାଙ୍କୁ ଦେଖିଲେ ଜଣେ ଭାରତୀୟ ମହିଳା କିପରି ଦେଖାଯିବା ଉଚିତ ତାହା ସ୍ପଷ୍ଟ ଜଣାପଡେ ।

ଏହା ବ୍ଯତୀତ ଜୟା କିଶୋରୀ ୟୋଗା ଏବଂ ମେଡିଟେସନ ମଧ୍ୟ କରନ୍ତି । ଏହା ଯୋଗୁଁ ସେ କେବଳ ଶାରୀରିକ ଭାବେ ନୁହେଁ ବରଂ ମାନସିକ ଭାବେ ମଧ୍ୟ ସୁସ୍ଥ ଓ ଫିଟ୍ ରୁହନ୍ତି । ଆଉ ଏହାର ପ୍ରଭାବ ତାଙ୍କ ଉଜ୍ଵଳ ତ୍ଵଚା ଉପରେ ପରିଷ୍କାର ଭାବେ ନଜର ଆସିଥାଏ । ସେ ନିଜ ଜୀବନରେ ଷ୍ଟ୍ରେସ ବା ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ ଓ ସବୁବେଳେ ହସୁଥାନ୍ତି ।

ଜୟା କିଶୋରୀ ଜଣେ ସାଧୁସନ୍ଥ ନୁହନ୍ତି ବରଂ ସେ ସବୁବେଳେ କହି ଆସିଛନ୍ତି କି ସେ ସାଧାରଣ ଜୀବନଜାପାନ କରିବାକୁ ଚାହାନ୍ତି । ଏଥିପାଇଁ ସେ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ସେ ଭଗବାନ କୃଷ୍ଣଙ୍କର ବଡ ଭକ୍ତ ଅଟନ୍ତି ଓ ଆଜୀବନ ଧର୍ମର ମାର୍ଗରେ ଚାଲିବେ ବୋଲି କୁହନ୍ତି । ଜୟା କିଶୋରୀ ଜଣେ ଭଲ ଭଜନ ଗାୟିକା ମଧ୍ୟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।