ଜୀବନରେ ଏହି 5ଟି ଗୁପ୍ତ କଥା କାହାରିକୁ କୁହନ୍ତୁ ନାହିଁ

ଆପଣମାନେ ଜାଣିଥିବେ ଆମ ଦେଶ ଭାରତ ନିଜର କଲା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ପରିଚିତ । ଏହି ଭାରତବର୍ଷରେ ବହୁତ ଜ୍ଞାନୀ ଓ ପଣ୍ଡିତ ମାନେ ଜନ୍ମ ଗ୍ରହଣ କରିସାରିଛନ୍ତି । ପ୍ରାଚୀନ କାଳରେ ଏମିତି କିଛି ଜ୍ଞାନୀ ଥିଲେ ଯିଏକି ନିଜ ଦାର୍ଶନିକ ବଳରେ ଲୋକମାନଙ୍କୁ କେମିତି ବଞ୍ଚିବାକୁ ତାହାର ବାଟ ଦେଖାଇଛନ୍ତି । ଆଜି ସେହି ବିଦ୍ୱାନ ମାନେ ଆମ ପାଖରେ ନାହାନ୍ତି ସତ କିନ୍ତୁ ତାଙ୍କ ଦ୍ବାରା ଦିଆଯାଇଥିବା ଜ୍ଞାନକୁ ଲୋକମାନେ ନିଜର ଜୀବନରେ ଲଗାଇ ଏକ ସୁନ୍ଦର ଜୀବନଯାପନ ଅତିବାହିତ କରୁଛନ୍ତି । ସେହି ବିଦ୍ୱାନମାନଙ୍କ ମଧ୍ୟରୁ ଜଣେଥିଲେ ଶୁକ୍ଲଚାର୍ଯ୍ୟ ।

ଶୁକ୍ଲଚାର୍ଯ୍ୟ ଏକ ଭଲ ବିଦ୍ୱାନ ହେବାସହ ଏକଁଭଲ ନୀତିକାର ମଧ୍ୟ ଯିଏକି ତାଙ୍କ ନୀତି ମାଧ୍ୟମରେ କିଛି ଲେଖା ଲେଖିଛନ୍ତି ଯାହାକୁ ଲୋକମାନେ ତାଙ୍କ ଜୀବନରେ ଲଗାଇବା ଦ୍ଵାରା ଏକ ହସଖୁସିର ଜୀବନ ଅତିବାହିତ କରିଥାନ୍ତି । ଆସନ୍ତୁବଜାଣିବା ଶୁକ୍ଲଚର୍ଯ୍ୟ ତାଙ୍କ ନୀତିରେ କହିଥିବା କିଛି କଥା ଯାହାକୁ ଆପଣ ନିଜର ଜୀବନରେ ବ୍ୟବହାର କରିବାକୁ ପଡିବ ।

1. ପ୍ରତ୍ୟେକ ପତି ଓ ପତ୍ନୀଙ୍କ ମଧ୍ୟରେ ଥିବା ଗୁପ୍ତ କଥାକୁ କାହାରି ଆଗରେ ସେୟାର କରିବା ଉଚିତ ନୁହେଁ ଏମିତିକି ସେ ନିଜର ପରିବାର ଲୋକ ହେଉଥାଉ କି ବାହାର ଲୋକ । ଏହିକଥା ଆପଣଙ୍କ ସ୍ୱାମୀ ଓ ସ୍ତ୍ରୀ ମାନଙ୍କ ମଧ୍ୟରେ ସୀମିତ ରହିବା ଅଟେ ,ଏହିକଥା ବାହାର ଲୋକ ଜାଣିଲେ ଏହା ଆପଣଙ୍କ ପାଇଁ ଲଜ୍ୟାର କଥା ହୋଇଥାଏ ।

2. କୁହାଯାଏ କି ବ୍ୟକ୍ତିର ବୟସ ସୀମା ଅନ୍ୟ କାହାରିକୁ କହିବା ଉଚିତ ନୁହେଁ କି କାହା ସହ ସେୟାର କରିବା ଉଚିତ ନୁହେଁ । ଏହାକୁ ଗୁପ୍ତ ରଖିବା ଆବଶ୍ୟକ । ଏହା ଆପଣଙ୍କ ଶତ୍ରୁ ମାନେ ଜାଣିବା ଦ୍ୱାରା ସେଥିରେ ଫାଇଦା ଉଠାଇ ପାରନ୍ତି ।

3. ସମାଜରେ କିଛି ଏଭଳି ଲୋକ ଅଛନ୍ତି ଯିଏକି ନିଜର ଘର କଥା ବାହାରେ ବନ୍ଧୁ ବର୍ଗଙ୍କ ସହ ଆଲୋଚନା କରିଥାନ୍ତି । କିନ୍ତୁ ଏପରୀ କରିବା ସବୁଠାରୁ ଭୁଲ ହୋଇଥାଏ । ଯଦି କେବେ ଆପଣଙ୍କ ସମ୍ପର୍କ ସେହି ସାଙ୍ଗ ସହ ଭଲ ନଥାଏ ତାହେଲେ ସେ ଏହିକଥାକୁ ନେଇ ଆପଣଙ୍କ ଆଗରେ କିଛି ଏପଟ ସେପଟ କହିଥାଏ । ସେଥିପାଇଁ ଘରେ ଯେକୌଣସି ଝଗଡା ହେଲେ ମଧ୍ୟ ଘରକଥା ଘରେ ରହିବା ଆବଶ୍ୟକ ।

4. ନିଜର ଟଙ୍କା ପଇସା ବିଷୟରେ ମଧ୍ୟ କାହା ଆଗରେ କହିବା କଥା ନୁହେଁ । କାରଣ ଧନ ଏପରି ଏକ ଜିନିଷ ଯାହା ନିଜ ଲୋକକୁ ମଧ୍ୟ ପର କରିଦେଇଥାଏ । ଏଥିପାଇଁ ଏହିକଥା କାହା ଆଗରେ ଆଲୋଚନା କରିବା ଉଚିତ ନୁହେଁ ।

5. କଥାରେ ଅଛି ଦାନକଲେ ଭଲ ଫଳ ମିଳିଥାଏ ।ଯେଉଁ ବ୍ୟକ୍ତି ଅନ୍ୟକୁ ଦେଖେଇବା ପାଇଁ ଦାନ କରିଥାଏ, ସେହି ବ୍ୟକ୍ତିକୁ କେବେବି ହେଲେ ଦାନର ଫଳ ମିଳିପାରିନଥାଏ ।

6. ଯଦି ଆପଣ ନିଜର ଭଗବାନଙ୍କୁ ସନ୍ତୁଷ୍ଟ ରଖିବାପାଇଁ କୌଣସି ମନ୍ତ୍ରର ଜପ କରୁଥାନ୍ତି ତାହେଲେ ଏହାକୁ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ ।

7. ଯଦି ଆପଣ ନିଜର ମାନ ଓ ସମ୍ମାନ ବିଷୟରେ କାହା ଆଗରେ ଆଲୋଚନା କରୁଛନ୍ତି ତାହେଲେ ଏହା କରିବା ଆଜିଠାରୁ ବନ୍ଦ କରିଦିଅନ୍ତି ।

8. ନିଜର ଅପମାନକୁ ମଧ୍ୟ ଅନ୍ୟ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କୁ ସମସ୍ତେ ଅସମ୍ମାନୀତ କରିଥାନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।