ଖାଇବାର ଏହି ଜିନିଷରେ ଥାଏ ମାଂସ ଠାରୁ 10 ଗୁଣା ଓ କ୍ଷୀର ଠାରୁ 18 ଗୁଣା ଅଧିକ ଶକ୍ତି- Chanakya Niti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ର ଦଶମ ଅଧ୍ୟାୟ ରେ ଚାଣକ୍ୟ କହିଛନ୍ତି ଯେ ଦୃଷ୍ଟି ରୁ ଦେଖିକି ପାଦ ରଖିବା ଉଚିତ , କପଡା ରୁ ଶୁଦ୍ଧ କରିକି ପାଣି ପିଇବା ଉଚିତ , ଶାସ୍ତ୍ର ଠାରୁ ଶୁଦ୍ଧ କରି ବଚନ କହିବା ଉଚିତ , ଏବଂ ମନ ରେ ବିଚାର କରି କାର୍ଯ୍ୟ କରିବା ଉଚିତ । ଧନ ଠାରୁ ହୀନ ବ୍ୟକ୍ତି ହୀନ ଗଣା ଯାଇ ନ ଥାଏ , ଏହା ନିଶ୍ଚୟ କି ସେ ଧନୀ ଅଟେ । ବିଦ୍ୟାଧନ ଠୁ ହୀନ ବ୍ୟକ୍ତି ହିଁ ସବୁ ଜିନିଷ ରେ ହୀନ ଅଟେ ।

ଯଦି ସୁଖ ଦରକାର ତେବେ ବିଦ୍ୟା କୁ ଛାଡିଦିଅ ଏବଂ ଯଦି ବିଦ୍ୟା ଦରକାର ତେବେ ସୁଖ କୁ ଛାଡିଦିଅ । ସୁଖ ଚାହୁଁଥିବା ବ୍ୟକ୍ତି ଙ୍କୁ ବିଦ୍ୟା କିପରି ପ୍ରାପ୍ତ ହୋଇପାରିବ ଏବଂ ବିଦ୍ୟାର୍ଥୀ ମାନଙ୍କୁ ସୁଖ କିପରି ମିଳିପାରିବ । କବି କଣ କଣ ନ ଦେଖନ୍ତି ? ସ୍ତ୍ରୀ ମାନେ ସବୁ କଣ ବା କରିପାରିବେ ନାହିଁ ? ମମଦ ପିଉଥିବା ବ୍ୟକ୍ତି କଣ କଣ ନ ଗପେ ? କାଉ କଣ କଣ ଖାଏ ନାହିଁ ? ନିଶ୍ରୟ ଏହାକି ବିଧି ବା ଭାଗ୍ୟ ରାଜା କୁ ରଙ୍କ କରିଦିଏ ଏବଂ ରଙ୍କ କୁ ରାଜା ।

ଏହା ଧନୀ କୁ ଗରିବ ଏବଂ ଗରିବ କୁ ଧନୀ କରିଦେଇଥାଏ । ଲୋଭୀ ମାନଙ୍କର ଶତ୍ରୁ ଭିକ୍ଷୁ ଅଟେ , ଭିକ୍ଷୁ ର ଶତ୍ରୁ ଜ୍ଞାନୀ ଅଟେ , ବ୍ୟଭିଚାରିଣୀ ସ୍ତ୍ରୀ ର ଶତ୍ରୁ ପତି ହୋଇଥାଏ ଏବଂ ଚୋର ର ଶତ୍ରୁ ଚନ୍ଦ୍ରମା ହୋଇଥାଏ । ଯାହା ପାଖରେ ନା ବିଦ୍ୟା ଅଛି , ନା ତପ ଅଛି , ନା ଦାନ ଅଛି ନା ଧର୍ମ ସେ ଏ ପୃଥିବୀ ପାଇଁ ଏକ ମନୁଷ୍ୟ ରୂପୀ ପଶୁ ଅଟେ ।

ଗମ୍ଭୀରତା ରୁ ହିଁ କୌଣସି ମନୁଷ୍ୟ ଉପରେ ଉପଦେଶ ଲାଗୁ ହୋଇ ନ ଥାଏ । ଯାହାର ସ୍ୱାଭାବିକ ବୁଦ୍ଧି ନାହିଁ ତା ପାଇଁ ଶାସ୍ତ୍ର କଣ ବା କରିପାରିବ ? ସେହିପରି ଯେପରି କି ଅନ୍ଧ ପାଇଁ ଦର୍ପଣ କଣ କରିପାରିବ ? ଦୁର୍ଜନ ମାନଙ୍କୁ ସଜନ ବନାଇବା ପାଇଁ ଏହି ପୃଥିବୀ ରେ କୌଣସି ଉପାୟ ନାହିଁ । ନିଜ ଠାରୁ ବଡ଼ ମାନଙ୍କ ସହ ଦ୍ୱେଷ କରିବା ଦ୍ବାରା ନିଜର ବିନାଶ ହୋଇଥାଏ , ଶତ୍ରୁ ସହିତ ଦ୍ୱେଷ ଯୋଗୁଁ ଧନ ର ହାନି ହୋଇଥାଏ , ରାଜା ସହିତ ଦ୍ୱେଷ ହେଲେ ନିଜର ସର୍ବନାଶ ହୋଇଯାଇଥାଏ , କିନ୍ତୁ ବ୍ରାହ୍ମଣ ସହିତ ଦ୍ୱେଷ କଲେ ପୁରା କୂଳ ର ବିନାଶ ହୋଇଯାଇଥାଏ ।

ବ୍ରାହ୍ମଣ ବୃକ୍ଷ ଅଟେ , ସନ୍ଧ୍ୟା ତାର ଜଡ , ବେଦ ତାର ଶାଖା ସବୁ , ଧର୍ମ ତଥା କର୍ମ ତାର ପତ୍ର ସବୁ । ତେଣୁ ବ୍ରାହ୍ମଣ ର କର୍ତ୍ତବ୍ୟ କି ସେ ତା ଜଡ ର ରକ୍ଷା କରିବ କାରଣ ଜଡ ଚାଲିଗଲେ ନା ଶାଖା ସବୁ ରହିବ ନା ପତ୍ର । ଯାହାର ଲଷ୍ମୀ ମାତା , ବିଷ୍ଣୁ ପିତା , ଭାଇ ଓ ବନ୍ଧୁ ବିଷ୍ଣୁ ଙ୍କର ଭକ୍ତ ଅଟନ୍ତି ତାଙ୍କ ପାଇଁ ତିନିଲୋକ ସ୍ବଦେଶ ପରି ଅଟେ । ତାଙ୍କ ରଙ୍ଗ ଏବଂ ରୂପ ଧାରୀ ପକ୍ଷୀ ସନ୍ଧ୍ୟା ସମୟରେ ଗଛ ରେ ବସିଥାଏ ଏବଂ ପ୍ରାତଃ ହେବା ମାତ୍ରେ ଉଡିଯାଇଥାଏ ।

ତେଣୁ ଲୋକମାନେ ଛାଡିଯିବା ଦ୍ବାରା ଦୁଃଖ କଣ ପାଇଁ କରିବା । ଯିଏ ବୁଦ୍ଧିମାନ , ସେ ବଳବାନ । ବୁଦ୍ଧିହୀନ ଙ୍କ ପାଖରେ ଶକ୍ତି ନ ଥାଏ । ଶାଗ ଖାଇବା ଦ୍ବାରା ରୋଗ ବଢ଼ିଥାଏ , କ୍ଷୀର ପିଇବା ଦ୍ୱାରା ଶରୀର ର ବୃଦ୍ଧି ହୋଇଥାଏ , ଘିଅ ଦ୍ବାରା ଶରୀର ର ଶକ୍ତି ବଢ଼ିଥାଏ ଏବଂ ମାଂସ ଖାଇବା ଦ୍ବାରା ଶରୀର ର ମାଂସ ବଢ଼ିଥାଏ । ଆମେ ଖାଉଥିବା ଅନ୍ନ ଅପେକ୍ଷା ଅଟା ରେ ପ୍ରାୟତଃ ଦଶ ଗୁଣ ଅଧିକ ଶକ୍ତି ରହିଥାଏ । ଏହି ପରି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ମଧ୍ୟ ଶକ୍ତ ହୋଇଥାଏ ଓ ମଜବୁତ ହୋଇଥାଏ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।