କଦଳୀ ଗଛରେ ଅର୍ପଣ କରନ୍ତୁ ଏହା ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ, ଭାଗ୍ୟ ରେ ହେବ ଉନ୍ନତି, ବୃହସ୍ପତି ହେବେ ପ୍ରସନ୍ନ, ହେବ ଧନ ବର୍ଷା

ପ୍ରାୟତଃ ଲୋକମାନେ ଦେବୀ – ଦେବତାଙ୍କୁ ପୂଜା କରି ନିଜ ଜୀବନର ଅସୁବିଧା ଗୁଡିକରୁ ବଞ୍ଚିବା ପାଇଁ ପ୍ରାର୍ଥନା କରନ୍ତି । ସମସ୍ତେ ଚାହାନ୍ତି କି ସେମାନେ ଉନ୍ନତି କରନ୍ତୁ । କହିବାକୁ ଗଲେ ସବୁ ଦିନ କୌଣସି ନା କୌଣସି ଦେବା ଦେବୀଙ୍କୁ ସମର୍ପିତ ଅଟେ । ସେହିଭଳି ଗୁରୁବାର ଦିନକୁ ବୃହସ୍ପତି ଭଗବାନଙ୍କର ଦିନ ବୋଲି କୁହାଯାଏ । ଏମିତି କୁହାଯାଏ କି ଗୁରୁବାର ଦିନ ଯଦି ବୃହସ୍ପତି ଭଗବାନଙ୍କର ପୂଜା କରାଯାଏ ତେବେ ଏହା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଖୋଲି ଯାଏ ।

ଏହା ଛଡା ଜ୍ୟୋତିଷୀ ଶାସ୍ତ୍ର ଅନୁସାରେ ଯଦି କିଛି ଉପାୟ କରାଯାଏ ତେବେ ବ୍ୟକ୍ତିକୁ ନିଜ ଜୀବନରେ ବହୁତ ଖୁସି ମିଳିଥାଏ ଓ ତାହାର ଭାଗ୍ୟ ଚମକି ଉଠେ । ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ଖାସ ଜିନିଷ ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ଜାତକରେ ବୃହସ୍ପତି ଗ୍ରହ ମଜବୁତ ରହିବ । ଏହା ସହିତ ଧନ ପ୍ରାପ୍ତି ବି ହେବ ।

କଦଳୀ ଗଛରେ ଅର୍ପଣ କରନ୍ତୁ ଏହା ମଧ୍ୟରୁ କିଛି ଜିନିଷ

·    ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଚନ୍ଦନ ଗଛର ୯ ଟି ଡାଳ ଦେଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ବଢି ଯାଏ ।

·    ଏହା ଛଡା ଯଦି ଆପଣ କଦଳୀ ଗଛରେ ପାଣି ସହିତ ହଳଦୀର ଜଳ ଅର୍ପଣ କରୁଛନ୍ତି, ତେବେ ଆପଣଙ୍କୁ ଚାକିରି କ୍ଷେତ୍ରରେ ସଫଳତା ହାସଲ ହେବ । ଏହା ସହିତ ଆପଣଙ୍କର ଭାଗ୍ୟ ମଜବୁତ ହେବ ।

·    ଯଦି ଆପଣ ନିଜ ଜୀବନରେ ସୁଖ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅଳ୍ପ ଗୁଡ ଓ ଭିଜା ଯାଇଥିବା ଚଣା ଡାଲି ଅର୍ପଣ କରନ୍ତୁ, ଏହା ଦ୍ଵାରା ବୃହସ୍ପତି ଭଗବାନଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଥାଏ ।

·    ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରୁଛନ୍ତି ତେବେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ପାଣି ସହିତ ଚିନି ମିଶାଇ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ କାର୍ଯ୍ୟ ସ୍ଥଳରେ ସଫଳତା ମିଳିବ ।

·    ଯଦି ଆପଣ ନିଜ ଜୀବନରେ ସମସ୍ତ କଷ୍ଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ କଦଳୀ ଗଛ ମୂଳରେ ହଳଦୀର ସାବୁତ ଗାଂଠେ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ।

·    ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ୧ ଟଙ୍କାର ମୁଦ୍ରା ଗୋଟିଏ ପୋତି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଧନ ପ୍ରାପ୍ତି ହୋଇଥାଏ ।

ଯଦି ଆପଣ ଗୁରୁବାର ଦିନ ସ୍ନାନ କରି କଦଳୀ ଗଛରେ ପାଣି ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଶୁଭ ପରିଣାମ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।