କେଉଁ କାମ କରି ଟଙ୍କାରେ ଶୋଉଥିଲେ ଏମାନେ, ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ, ଦେଖନ୍ତୁ video

ଏକ ବଡ ଧରଣର ଚୋରି ଡକାୟତି ଯୋଜନାକୁ ପଣ୍ଡ କରି ଦେଇଛି ଉଦଳା ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଅର୍ଥାତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଉଦଳା ଥାନା ସବଇନ୍ସପେକ୍ଟର ଏକ ବଡ ସୂଚନା ପାଇଥିଲେ । ସେହି ସମୟରେ ସବଇନ୍ସପେକ୍ଟର ସରୋଜ ଜେନା ଓ ତାଙ୍କ ଟିମ୍ ନାଇଟ ପେଟ୍ରୋଲିଂ କରୁଥିଲେ । ଏକ ବିଶ୍ୱାସଯୋଗ୍ୟ ସୂତ୍ରରୁ ତାଙ୍କୁ ଖବର ମିଳିଥିଲା କି, ଶ୍ମଶାନକାଳୀ ମନ୍ଦିର ପାଖରେ ପ୍ରାୟ ୫-୬ ଜଣ ଲୋକ ଏକାଠି ହୋଇଛନ୍ତି ଏବଂ ସେମାନେ କିଛି ବଡ ଯୋଜନା ମଧ୍ୟ କରିଛନ୍ତି ।

ଉଦଳା ଟାଉନରେ ସେହି ଲୋକମାନେ ଡକାୟତି କରିବା ପାଇଁ ଏକ ବଡ ପ୍ଲାନିଂ କରୁଛନ୍ତି । ଏହି ଖବର ପାଇବା ପରେ ଏ ସମ୍ବନ୍ଧରେ ସେ ଉଦଳା ଥାନା ଏସଏସପି ନିରୋଜ କୁମାର ଷଡଙ୍ଗୀକୁ ଅବଗତ କରାଇଥିଲେ । ତାଙ୍କ ନିର୍ଦ୍ଦେଶ ପାଇବା ପରେ ସଂପୂର୍ଣ୍ଣ ପୋଲିସ ଫୋର୍ସ ନେଇ ଡକାୟତି ଯୋଜନା କରା ଯାଉଥିବା ସ୍ଥାନରେ ରେଡ୍ କରା ଯାଇଥିଲା । ଘଟଣାସ୍ଥଳରେ ୫ ଜଣ ଲୋକ ଥିବାର ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାରେ ସକ୍ଷମ ହୋଇପାରିଛି ।

ବାକି ଚାରିଜଣ ଲୋକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ଦୁଇଟି ଛୁରୀ, ଗୋଟେ ଭୁଜାଲି, ୫ଟା ମୋବାଇଲ ଫୋନ, ୪୮ ହଜାର ଟଙ୍କାର କ୍ୟାଶ ଏବଂ ତିନୋଟି ବାଇକ ମଧ୍ୟ ପୋଲିସ ଜବତ କରିଛି । ସେହି ବାଇକ ଗୁଡିକ ଚୋରି ବାଇକ ବୋଲି ପୋଲିସକୁ ଜଣାପଡିଛି ।

ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନାଁରେ ପୂର୍ବରୁ କେଉଁ କେଉଁ ଥାନାରେ ମାମଲା ଥିଲା ସେସବୁ ମଧ୍ୟ ପୋଲିସ ଖୋଲତାଡ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଏବଂ ଯାଜପୁରରେ ବିଭିନ୍ନ କେସ୍ ରେ ସେମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ପୂର୍ବରୁ ଚୋରି, ଡକାୟତି, ଲୁଟ୍ ଭଳି କେସ୍ ରେ ଏହି ପିଲାମାନେ ସମ୍ପୃକ୍ତ ଥିବା ପୋଲିସ କହିଛି । ଚାରିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ନାଁରେ ଅଧିକ ମାମଲା ରହିଛି ।

ପୋଲିସ ତାଙ୍କୁ ଗିରଫ କରିବା ପରେ ଥାନାରେ ସବୁ କାଗଜପତ୍ର କାମ ଶେଷ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଉଦଳା କୋର୍ଟକୁ ଚାଲାଣ କରିଛି । ଏଭଳି ଚୋରି, ଡକାୟତି କରି ସେମାନେ ଟଙ୍କାର ଗଦିରେ ଶୋଉଥିବା ବେଳେ ଶେଷରେ ଆଇନ ହାତରେ ଧରା ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।