୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ସବୁଠୁ ଖାସ ଅଟେ କେଦାରନାଥ, ଜାଣନ୍ତୁ କେଦାରନାଥ ସହ ଜଡିତ କିଛି ଆଶ୍ଚର୍ଯ୍ୟ କରିଦେଲାଭଳି କଥା

କେଦାରନାଥ ଧାମ ୧୨ଟି ଜ୍ୟୋତିର୍ଲିଙ୍ଗରୁ ସବୁଠୁ ଉଚ୍ଚ ସ୍ଥାନ ପ୍ରାପ୍ତ ଅଟେ । କେଦାରନାଥ ଧାମ ଭଗବାନ ଶିବଙ୍କ ସହ ଜଡିତ ଓ କେଦାନାଥକୁ ନେଇ ବିଭିନ୍ନ କଥା ଗୁଡିକ ବି ପ୍ରସିଦ୍ଧ ଅଛି । କେଦାରନାଥଙ୍କ ଏକ କଥା ଅନୁସାରେ ଭଗବାନ ଶିବ ଏହି ସ୍ଥାନରେ ପ୍ରକଟ ହୋଇଥିଲେ । ଏହା ପରେ ତାଙ୍କର ଏହି ସ୍ଥାନରେ ଭଗବାନ ଶିବଙ୍କର ପୂଜା ଅର୍ଚନା କରାଗଲା ।

କେଦାରନାଥ ଧାମ ସହ ଜଡିତ କଥା

କେଦାରନାଥ ଧାମ ସହ ଜଡିତ ସବୁଠୁ ପ୍ରସିଦ୍ଧ କଥା ଅନୁସାରେ ମହାଭାରତ ଯୁଧ୍ୟ ପରେ ପାଣ୍ଡବ ମାନେ ତାଙ୍କ ଦ୍ଵାରା ହୋଇଥିବା ସମସ୍ତ ପାପରୁ ମୁକ୍ତି ପାଇବା ପାଇଁ କେଦାରନାଥ ଯାଇଥିଲେ । ଏହି ସ୍ଥାନରେ ପାଣ୍ଡବମାନେ ଭଗବାନ ଶିବଙ୍କର ତପସ୍ୟା କରିଥିଲେ । ଭଗବାନ ଶିବ ପାଣ୍ଡବଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ବଳଦ ରୂପରେ ଦର୍ଶନ ଦେଇଥିଲେ । ଏହା ପରେ ଏହି ସ୍ଥାନରେ ଭଗବାନ ଶିବଙ୍କର ସ୍ଵୟଂଭୂ ଲିଙ୍ଗ ସ୍ଥାପିତ ହୋଇଥିଲା ଓ ଏହା ପର ଠାରୁ ଏହି ଲିଙ୍ଗର ପୂଜା ଆରମ୍ଭ କରାଗଲା ।

ଏହି ସ୍ଥାନରେ ଭଗବାନ ଶିବଙ୍କର ମନ୍ଦିର ଆଦି ଗୁରୁ ଶଙ୍କରାଚାର୍ୟଙ୍କ ଦ୍ୱାରା ସ୍ଥାପିତ କରା ଯାଇଥିଲା । ଏହି ମନ୍ଦିରର ଗର୍ଭ ଗୃହ ବାହାରେ ପଞ୍ଚୁ ପାଣ୍ଡବଙ୍କ ସହିତ ଦ୍ରୋପଦୀଙ୍କର ମୂର୍ତ୍ତି ବି ସ୍ଥାପିତ କରା ଯାଇଅଛି । ଏହି ମନ୍ଦିରକୁ କତ୍ୟୁରୀ ଶୈଲୀରେ ପ୍ରସ୍ତୁତ କରା ଯାଇଛି ।

ସବୁ ବର୍ଷ ଖୋଲାଯାଏ ଏହି ମନ୍ଦିରର କବାଟ

ସବୁ ବର୍ଷ ମନ୍ଦିରର କବାଟ ଖୋଲିବା ପରେ ଏହି ସ୍ଥାନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଭଗବାନ ଶିବଙ୍କର ସ୍ଵୟଂଭୂ ଲିଙ୍ଗର ଦର୍ଶନ କରିବା ପାଇଁ ଆସିଥାନ୍ତି । ଏହି ବର୍ଷ ବି କେଦାରନାଥଙ୍କର କବାଟ ଖୋଲାଯିବ ଏବଂ ଆପଣମାନେ ବି ଏହି ମନ୍ଦିରକୁ ଯାଇ ଭଗବାନ ଶିବଙ୍କର ଦର୍ଶନ କରି ନିଜର ସମସ୍ତ ମନୋକାମନାକୁ ପୁରା କରି ପାରିବେ ।

କେବେ ଯିବେ କେଦାରନାଥ

ଅଧିକ ବରଫ ପଡିବା କାରଣରୁ କେଦାରନାଥ ମନ୍ଦିରର କବାଟ ବିଧି ବିଧାନରେ ନଭେମ୍ବର ମାସରେ ବନ୍ଦ କରି ଦିଆଯାଏ । ପୁଣି ଏହି ମନ୍ଦିରର କବାଟ ୬ ମାସ ପରେ ଖୋଲାଯାଏ । କେଦାରନାଥଙ୍କର କବାଟ ଏପ୍ରିଲ – ମେ ମାସ ମଧ୍ୟରେ ଖୋଲା ଯାଇଥାଏ ।

କେମିତି ଯିବେ କେଦାରନାଥ

ଋଷିକେଶ, ହରିଦ୍ୱାର କିମ୍ବା ଦେହରାଦୂନରୁ ସହଜରେ କେଦାରନାଥ ପହଞ୍ଚି ପାରିବେ । ଦିଲ୍ଲୀରୁ ଆପଣ ହରିଦ୍ଵାରକୁ ୮ – ୯ ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ । ଏହା ପରେ ହରିଦ୍ଵାରରୁ ଋଷିକେଶର ଦୂରତା ପାଖାପାଖି ୨୩ କିଲୋମିଟର ଅଟେ ଏବଂ ଋଷିକେଶରୁ କେଦାରନାଥ ୨୨୩ କିଲୋମିଟର ଦୂରରେ ଅବସ୍ଥିତ । ଋଷିକେଶରୁ କେଦାରନାଥ ପହଞ୍ଚିବା ମଧ୍ୟରେ ୧୩ ଟି ଦ୍ଵାର ଆସିଥାଏ ।