Jyotisha Shastra- ପକ୍କା ଜାସୁଶୀ ହୋଇଥାନ୍ତି ଏହି 4 ରାଶିର ଝିଅ, ଏମାନଙ୍କଠୁ ଠିକେ ବଞ୍ଚିକି ରହିବେ

ଆପଣ ତ ଜାଣିଥିବେ କିଛି ସ୍ତ୍ରୀ ମାନେ ବହୁତ ତେଜ ଓ ଗୁଇନ୍ଦା ପ୍ରକୃତିର ହୋଇଥାନ୍ତି । ଏମାନେ ଆପଣଙ୍କ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡ ହୁଅନ୍ତୁ ନା କାହିଁକି ଏମାନେ ନିଜ ସାଥିଙ୍କ ଉପରେ ସବୁବେଳେ ନଜର ରଖିଥାନ୍ତି ଓ ତାଙ୍କର ପ୍ରତ୍ୟେକ କଥାକୁ ନିରୀକ୍ଷଣ କରନ୍ତି । କାଳେ ତାଙ୍କ ସାଥୀ ତାଙ୍କୁ ଧୋକା ଦେଉଛନ୍ତି କି କଣ ଜାଣିବା ପାଇଁ ଏହି ସ୍ତ୍ରୀମାନେ ନିଜ ସାଥିଙ୍କ ପ୍ରତ୍ୟେକ ଛୋଟ ଛୋଟ କଥାକୁ ଅନୁସନ୍ଧାନ କରନ୍ତି । ତେବେ ଆଜି ଆମେ ଏପରି କିଛି ରାଶିର ମହିଳାଙ୍କ ବିଷୟରେ ଜାଣିବା ଯେଉଁମାନେ ନିଜ ସାଥିଙ୍କୁ ନେଇ ବହୁତ ଗୁଇନ୍ଦା ସ୍ୱଭାବର ହୋଇଥାନ୍ତି ।

ନଂ.୧- ସିଂହ ରାଶି

ସିଂହ ରାଶିର ସ୍ତ୍ରୀମାନେ ବହୁତ ସଜାଗ ପ୍ରକୃତିର ହୋଇଥାନ୍ତି । ଏମାନେ ନିଜ ସାଥିଙ୍କୁ ଅସୀମ ପ୍ରେମ କରନ୍ତି । ତାଙ୍କର ଏହି ପ୍ରେମ ହିଁ ତାଙ୍କ ମନରେ ସନ୍ଦେହକୁ ଜନ୍ମ ଦେଇଥାଏ ଓ ସେମାନେ ନିଜ ସାଥିଙ୍କୁ ହରାଇବାକୁ ଖୁବ୍ ଭୟ କରନ୍ତି । ସେଥିପାଇଁ ଏମାନେ ନିଜ ସାଥିଙ୍କ ଉପରେ ନଜର ରଖିବା ମଧ୍ୟ ଆରମ୍ଭ କରି ଦିଅନ୍ତି । କିନ୍ତୁ ଏହା ପଛରେ ସେମାନଙ୍କର କିଛି ଖରାପ ଉଦ୍ଦେଶ୍ୟ ନ ଥାଏ । ଏମାନଙ୍କ ହୃଦୟ ପରିଷ୍କାର ଅଟେ ।

ନଂ-୨- ମକର ରାଶି

ଏହି ରାଶିର ସ୍ତ୍ରୀମାନେ ବହୁତ ସକାରାତ୍ମକ ଚିନ୍ତାଧାରାର ହୋଇଥାନ୍ତି । କୌଣସି ନକାରାତ୍ମକ ବିଷୟ ଏମାନଙ୍କ ଉପରେ ସହଜରେ ପ୍ରଭାବ ପକାଇ ପାରି ନ ଥାଏ । କିନ୍ତୁ ନିଜ ଜୀବନସାଥି ଙ୍କୁ ନେଇ ଏମାନେ ବହୁତ ସଜାଗ ଓ ଚିନ୍ତିତ ରହିଥାନ୍ତି । ନିଜ ସହ କିଛି ମନ୍ଦ ନ ଘଟୁ ବୋଲି ଏମାନେ ସବୁବେଳେ ଇଚ୍ଛା ରଖନ୍ତି । ସେଥିପାଇଁ ଏମାନେ ନିଜ ସାଥିଙ୍କ ଉପରେ ନଜର ରଖନ୍ତି ।

ନଂ.୩- କନ୍ୟା ରାଶି

କନ୍ୟା ରାଶିର ମହିଳାମାନେ ସ୍ଵାଭାବିକ ରୂପରେ ଟିକେ ସନ୍ଦେହୀ ପ୍ରକୃତିର ହୋଇଥାନ୍ତି । ସେଥିପାଇଁ ସମୟ ସମୟରେ ଏମାନେ ନିଜ ସାଥିଙ୍କ କଲ୍ ଓ ମେସେଜ ଚେକ୍ କରିବାକୁ ପଛାନ୍ତି ନାହିଁ । ସେଥିପାଇଁ କେବେ କେବେ କନ୍ୟା ରାଶି ମହିଳାଙ୍କର ନିଜ ସାଥିଙ୍କ ସହ ଝଗଡା ମଧ୍ୟ ହୋଇଯାଏ । କିନ୍ତୁ ଏମାନଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନ ଥାଏ । ଏମାନଙ୍କ ସନ୍ଦେହୀ ସ୍ଵଭାବ ହିଁ ତାଙ୍କୁ ଏପରି କରିବାକୁ ଉସୁକାଇ ଥାଏ ।

ନଂ.୪- ମୀନ ରାଶି

ମୀନ ରାଶିର ମହିଳାମାନେ ଟିକେ ନକାରାତ୍ମକ ସ୍ୱଭାବର ହୋଇଥାନ୍ତି । ତାଙ୍କ ସାଥୀ ତାଙ୍କୁ କେବେ ଛାଡ଼ି ଚାଲି ନ ଯାଆନ୍ତୁ, ସେମାନଙ୍କୁ ସବୁବେଳେ ଏହି କଥାର ଭୟ ରହିଥାଏ । ସେଥିପାଇଁ ଏମାନେ ନିଜ ସାଥିଙ୍କୁ ନେଇ ଚିନ୍ତିତ ରହିବାକୁ ଲାଗନ୍ତି ଓ ତାଙ୍କ ଉପରେ ନଜର ରଖିବାକୁ ଆରମ୍ଭ କରନ୍ତି ଓ ଗୁଇନ୍ଦାଗିରି କରନ୍ତି । ତାଙ୍କ ସାଥୀ ଏହା ଜାଣିଲେ ବହୁତ ବିରକ୍ତ ହୁଅନ୍ତି ଓ ସେମାନଙ୍କର ଝଗଡା ହୋଇଯାଏ । କିନ୍ତୁ ଏହି ଝଗଡା ଲମ୍ବା ସମୟ ଧରି ରୁହେ ନାହିଁ । କାରଣ ଏମାନେ ନିଜ ସାଥିଙ୍କୁ ମନାଇବାରେ ମଧ୍ୟ ବହୁତ ମାହିର୍ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।