ଖୁସି ଖବର, ଜୁନ୍ 1 ରୁ ଖୋଲିବ ସମସ୍ତ ବିଶ୍ଵ ବିଦ୍ୟାଳୟ ଓ କଲେଜ, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

ବନ୍ଧୁଗଣ ନମସ୍କାର, ବର୍ତ୍ତମାନ ଖବର ଆସୁଛି କି ସମସ୍ତ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଆସନ୍ତା ଜୁନ ମାସ ୧ ତାରିଖ ରୁ ଖୋଲିବାକୁ ଯାଉଛି । ତେବେ ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ ଏହି ସମ୍ବନ୍ଧରେ ଘୋଷଣା କରିଛନ୍ତି ଯେ ଗ୍ରୀଷ୍ମ ଛୁଟି ର ନୋଟିସ ଛାତ୍ରଛାତ୍ରୀ ମାନଙ୍କୁ ମେ ମାସ ୪ ତାରିଖ ରୁ ଦିଆ ଯାଇଥିଲା ।

ଏହି ଅବଧି ରେ ସମସ୍ତ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଥିଲା । ଏହି ଗ୍ରୀଷ୍ମ ଛୁଟି ସରିବା କ୍ଷଣି ହି ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧକ୍ଷ ମାନଙ୍କୁ କୁହାଯାଇଛି । ଗ୍ରୀଷ୍ମ ଛୁଟି ର ଅବଧି ସରିବା ପରେ ଜୁନ ମାସ ୧ ତାରିଖ ରୁ ଅନଲାଇନ କ୍ଳାସ ର ଆରମ୍ଭ ପୁଣିଥରେ ହେବ ବୋଲି ସମସ୍ତ କୁଳପତି ଓ ଅଧ୍ୟକ୍ଷ ଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ଅଧିକାରୀ ଓ କେବଳ କଲେଜ ଅଧିକାରୀ ମାନେ ହିଁ କଲେଜ ଯାଇ ପାରିବେ ବୋଲି କୁହା ଯାଉଛି ।

କାରଣ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ରହିଛି ସେଭଳି ପରିସ୍ଥିତି ରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅଫଲାଇନ କ୍ଳାସ ହେବ ନା ନାହିଁ ତାହା ଉପରେ କୌଣସି ସରକାରଙ୍କ ପକ୍ଷରୁ କୌଣସି ସୂଚନା ଆସି ନାହିଁ । ଯେହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ତରଫ ରୁ କୌଣସି ଗାଇଡ଼ ଲାଇନ ମିଳିନାହିଁ ତେଣୁ ପୂର୍ବ ରୁ ଯେଉଁଭଳି ଭାବରେ ଶିକ୍ଷକ ମାନେ ସ୍କୁଲ ଓ କଲେଜ ରେ ରହି ଅନଲାଇନ ଷ୍ଟଡି ଆପ୍ ରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଉଥିଲେ ସେହିଭଳି ପାଠ୍ୟକ୍ରମ ଚାଲୁ ରହିବ ।

ବର୍ତ୍ତମାନ ସୂଚନା ଅନୁସାରେ ମେ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ରହିବ ଏବଂ ଜୁନ ମାସ ୧ ତାରିଖ ରୁ ଅନଲାଇନ ପାଠ୍ୟକ୍ରମ ଚାଲୁ ରହିବ । କୋରନା ମହାମାରୀ ରେ ପରିସ୍ଥିତି ସୁଧୁରିବା ପରେ ହିଁ ଏହା ନିର୍ଣ୍ଣୟ କରାଯିବ ଯେ ଛାତ୍ରଛାତ୍ରୀ ମାନେ କେବେ ସ୍କୁଲ ଓ କଲେଜ ଯାଇ ପାରିବେ ଏବଂ କେବେ ହଷ୍ଟେଲ ଖୋଲିବ । ଏଥିପାଇଁ ଆଗାମୀ ଗାଇଡ଼ ଲାଇନ ର ଅପେକ୍ଷା ରେ ରହିବାକୁ ପଡ଼ିବ ।

କୋରନା ମହାମାରୀ ର ଏହି ବିକଟ ପରିସ୍ଥିତି ରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍କୁଲ ଓ କଲେଜ ରେ କ୍ଳାସ କରିବା ଅସମ୍ଭବ । ଯେଉଁ କାରଣରୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅନଲାଇନ କ୍ଳାସ ହେବ ଏବଂ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରାଯିବ ।

ଅଧ୍ୟାପକ ମାନେ କୋଭିଡ଼ ର ସମସ୍ତ ଗାଇଡ଼ ଲାଇନ କୁ ମଧ୍ୟ ପାଳନ କରିବେ । ସମସ୍ତ କଲେଜ ଓ ସ୍କୁଲ ଓ ହଷ୍ଟେଲ ମଧ୍ୟ ସେ ପର୍ଯ୍ୟନ୍ତ ବନ୍ଦ ରହିବ ଯେ ପର୍ଯ୍ୟନ୍ତ କୌଣସି ନୂତନ ଗାଇଡ଼ ଲାଇନ ସାମ୍ନା କୁ ଆସି ନାହିଁ । ପରେ ଯେଉଁ ପରୀକ୍ଷା ଗୁଡ଼ିକ ବନ୍ଦ ହୋଇଥିଲା ତାହା କେବେ ହେବ ଅଥବା ହେବ ନାହିଁ ଏହି ସମ୍ବନ୍ଧରେ ମଧ୍ୟ ବିସ୍ତୃତ ରୂପରେ ଆଲୋଚନା କରାଯିବ ।