ଯେଉଁ ଜଳି ଯାଇଥିବା ଲାସ ଦୋହଲାଇ ଦେଇଥିଲା ପୁରା ଝାଡଖଣ୍ଡ, ଜୁଆ ଚକରରେ ହୋଇଥିଲା ସେହି ବିନୀତାଙ୍କ ମର୍ଡର

ଜୁଆରେ ହାରିଯାଇଥିବାରୁ ପ୍ରତିଶୋଧ ନେବା ପାଇଁ ତିନି ଜଣ ଲୋକ କଲେ ବିନୀତାଙ୍କର ମର୍ଡର । ସେମାନେ ଚଳନ୍ତି କାର ରେ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ । ଖୁଣ୍ଟିର ପୋଲିସ ୭୨ ଘଣ୍ଟା ମଧ୍ୟରେ ବିନୀତା ତିର୍କୀ ଓରଫ ଅଞ୍ଜଳିଙ୍କର ହତ୍ୟାକାରୀମାନଙ୍କୁ ଧରିବାରେ ସଫଳ ହୋଇଛି । ପୋଲିସ ହତ୍ୟାରେ ସାମିଲ ଥିବା ଫିର୍ଦୋଷ ରସିଦଙ୍କୁ ତାଙ୍କର ମହିଳା ସହଯୋଗୀ ସହ ଗିରଫ କରିଛି । ପୋଲିସ ଏକ ଅଲ୍ଟୋ କାର, ମୃତକ ର ଗହଣା ଓ ୬ ଟି ମୋବାଇଲ ଫୋନକୁ ବରାମତ କରିଛି । ଏହି ସୁଚନା ଖୁଣ୍ଟିର ପୋଲିସ ଅଧିକାରୀ ଏସିପି ଆଶୁତୋଷ ଶେଖର ସୋମବାର ଦିନ ଦେଇଛନ୍ତି ।

୨୬ ଡିସେମ୍ବର ଦିନ କଲାମାଟିର ତିରିଲଟୋଲିରେ ମହିଳାଙ୍କର ଅଧାଜଳା ଲାସ ମିଳିଥିଲା । ମହିଳାଙ୍କର ପରିଚୟ ବିନୀତା ତିର୍କୀଙ୍କ ରୂପରେ ହୋଇଥିଲା । ଏହି କେସ ର ତଦନ୍ତ ପାଇଁ ଏସଡିପିଓ ଆଶିଷ କୁମାର ମହଲୀଙ୍କ ନେତୃତ୍ଵରେ ଏସଆଇଟି ର ଗଠନ କରାଯାଇଥିଲା । ଟିମ ବିଭିନ୍ନ ସ୍ଥାନରେ ଚାପା ମାରି ଜଣେ ମହିଳାଙ୍କୁ ଗିରଫ କରିଥିଲା । ସେହି ମହିଳା ଜଣଙ୍କୁ ପଚରା ଉଚରା କରିବା ଦ୍ଵାରା ମହିଳା ତାଙ୍କର ଭୁଲକୁ ସ୍ଵୀକାର କରିଥିଲେ ଓ ଅନ୍ୟ ଦୁଇଜଣଙ୍କର ନାମ ମଧ୍ୟ କହିଥିଲେ ।

ମହିଳା ଜଣକ କହିଥିବା ସ୍ଥାନରେ ଫିର୍ଦୋଷଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଏକ ଆରୋପିର ତଲାସ ଜାରି ଅଛି । ଏସିପିଙ୍କ ମତରେ ଜୁଆ ଖେଳିବା ନିଶାରେ ପଇସା ଓ ଗହଣାକୁ ହାରିଯିବା ତଥା କରଜରେ ବୁଡଯିବା କାରଣରୁ ଫିର୍ଦୋଷ ଓ ତାହାର ସହଯୋଗୀ ଏହି କାମକୁ ଅଞ୍ଜାମ ଦେଇଥିଲେ । ପ୍ରଥମେ  ଏହି ଚାରିଜଣ  ଏକ ଢାବାକୁ ଯାଇ ପାର୍ଟି କରିବାର ନିସ୍ପତି ନେଇଥିଲେ । ଏହା ପରେ ସେମାନେ ସନ୍ଧ୍ୟା ୬ ଟା ବେଳେ କାରରେ ପାର୍ଟି କରିବା ପାଇଁ ବାହାରିଥିଲେ ।

କିନ୍ତୁ ନିର୍ଧାରିତ ସ୍ଥାନକୁ ନଯାଇ ରିଙ୍ଗ ରୋଡ ଆଡକୁ ଚାଲିଗଲେ । ରିଙ୍ଗ ରୋଡରେ ବିନୀତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହା ପରେ ଲାସକୁ ଲୁଚାଇବା ପାଇଁ ଖୁଣ୍ଟି ଥାନା ଅନ୍ତର୍ଗତ ତିରିଲଟୋଲି ପାଖରେ ଗୋଟିଏ କ୍ଷେତରେ ଲାସକୁ ଫିଙ୍ଗି ଦେଇଥିଲେ । ଏହା ପରେ ନିଶାଯୁକ୍ତ ପଦାର୍ଥ ପକାଇ ଲାସକୁ ଜାଳିଦେଇଥିଲେ ।