ଦିନେ ଥିଲେ ସାଇକେଲ ମେକାନିକ ଆଉ ଆଜି ହେଉଛନ୍ତି ଜଣେ ଲୋକପ୍ରିୟ IAS ଅଫିସର, ତାଙ୍କ ଜୀବନର ସଂଘର୍ଷ କାହାଣୀ ଶୁଣିଲେ ଆପଣ ମଧ୍ୟ କରିବେ ପ୍ରଶଂସା

ଦୁଃଖ ସମସ୍ତଙ୍କ ଜୀବନରେ ଆସିଥାଏ । କେହି ଏହାକୁ ଡରି ଯାଇ ହାରିଯାଏ ତ ଆଉ କେହି ଓଲଟା ଦୁଃଖ ଯ-ନ୍ତ୍ର-ଣା-କୁ ହ-ରା-ଇ ନିଜେ ଜିତିଯାଏ । ଆଉ ସମସ୍ତଙ୍କ ପାଇଁ ସୃଷ୍ଟି କରେ ଉଦାହରଣ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିତ୍ବଙ୍କ ବିଷୟରେ କହିବାକୁ ଯାଉଛି ଯିଏ ଅନେକ ଅକୁହା ଯ-ନ୍ତ୍ର-ଣା ସହ ସଂ-ଘ-ର୍ଷ କରି ଶେଷରେ ସଫଳତା ପାଇଛନ୍ତି । ଦିନେ ସାଇକେଲ ମେକାନିକ ଥିବା ଏହି ବ୍ୟକ୍ତିଜଣକ ଆଜି ଭାରତୀୟ ପ୍ରଶାସନିକ ସେବାରେ ଜଣେ କର୍ତ୍ତବ୍ୟନିଷ୍ଠ ଓ ଲୋକପ୍ରିୟ ଅଧିକାରୀ ।

ବ୍ୟକ୍ତିଜଣକ ହେଉଛନ୍ତି ମହାରାଷ୍ଟ୍ରର ଏକ ଛୋଟିଆ ସହର ବୋଇସାରର ବାସିନ୍ଦା ବରୁଣ ବରୁଣୱାଲ । ପଢିବାର ଯୋଶ ଓ ଜୀବନରେ କିଛି ନୂଆ କରି ଦେଖାଇବାର ଦୃଢ ଇଚ୍ଛାଶକ୍ତି ଆଜି ବରୁଣଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି । ଯାହା ପାଇଁ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଦିନରାତି କଠିନ ପରିଶ୍ରମ କରୁଛନ୍ତି, ହେଲେ ସେମାନଙ୍କ ମଧ୍ୟରୁ ହାତଗଣତି ସଫଳ ହେଉଛନ୍ତି । ହେଲେ ଏହି ସଫଳତା ପାଇଁ ସ୍ଵପ୍ନ ଦେଖିବାକୁ ଡରନ୍ତି ଦାରିଦ୍ର୍ୟତା ଭିତରେ ଦିନ କ-ଟୁ-ଥି-ବା ଯୁବଗୋଷ୍ଠୀ ।

କାରଣ ଘର ଚଳାଇବାର ଦାୟିତ୍ଵ ଅଧିକାଂଶ ସେମାନଙ୍କ ଯୋଶ ଉପରେ ଭାରି ପଡିଥାଏ । କିନ୍ତୁ ଏହିସବୁ ପ୍ରତିବନ୍ଧକକୁ ପାର କରିଥିଲେ ବରୁଣ । ମାଟ୍ରିକ ପାସ୍ କରିବା ପରେ ବାପାଙ୍କୁ ହ-ରା-ଇ-ଥି-ଲେ ବରୁଣ । ମେଧାବୀ ଥିଲେ ବି ଘର ଚଳାଇବା ପାଇଁ ବାଧ୍ୟ ହୋଇ ସାଇକେଲ ଦୋକାନରେ ରିପାରିଙ୍ଗ କାମ କଲେ । କିନ୍ତୁ ବରୁଣଙ୍କ ବିଷୟରେ ଜାଣି ତାଙ୍କ ବାପାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କ ପାଖରେ ପହଞ୍ଚିଥିଲେ । ସେ ତାଙ୍କୁ ପଢା ଜାରି ରଖିବାକୁ କହିଥିଲେ ଓ କଲେଜ ଆଡମିଶନ ପାଇଁ ତାଙ୍କ ହାତରେ ୧୦ ହଜାର ଟଙ୍କା ଧରେଇ ଦେଇଥିଲେ ।

କଲେଜରରେ ଆଡମିଶନ ସିନା ହୋଇଗଲା ହେଲେ କଲେଜର ଅନ୍ୟ ଫିସ୍ ଦେବା ତାଙ୍କ ପାଇଁ କାଠିକର ପାଠ ଥିଲା । ତାଙ୍କ ଧୀଶକ୍ତି ଦେଖି କଲେଜର ଅଧ୍ୟାପକ ମାନେ ତାଙ୍କ ଦରମାରୁ କିଛି କିଛି ଯୋଗଦାନ ଦେଇ ଦୁଇ ବର୍ଷ ଯାଏଁ ତାଙ୍କର ପାଠପଢା ଖର୍ଚ୍ଚ ତୁଲାଇଥିଲେ । ଏହାପରେ ଡାକ୍ତରୀ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାବରୁ ସେଥିରୁ ମନ ହଟାଇ ଇଂଜିନିୟରିଂରେ ନାମ ଲେଖାଇଥିଲେ । ଶେଷ ବର୍ଷ ହେଉ ହେଉ ତାଙ୍କୁ ଭଲ ଚାକିରି ମିଳି ଯାଇଥିଲା ।

କିନ୍ତୁ ମନରେ କିଛି ଅଲଗା କରିବାର ଇଚ୍ଛା ଥିବାରୁ ସେ  ସେହି ଚାକିରିକୁ ମନା କରି ଦେଇଥିଲେ । ଏହାପରେ ବରୁଣ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଓ ପ୍ରଥମ ପ୍ରୟାସରେ ହିଁ ସଫଳ ହୋଇଥିଲେ । ୨୦୧୩ ମସିହାରେ ସର୍ବ ଭାରତୀୟ ୟୁପିଏସସି ପରୀକ୍ଷାରେ ୩୨ତମ ସ୍ଥାନ ପାଇଁ ସେ ଆଇଏଏସ ଅଫିସର ହୋଇଥିଲେ । ଏକାଡେମି କ୍ଷେତ୍ରରେ କେବେ ମଧ୍ୟ ବିଫଳ ହୋଇ ନଥିବା ବରୁଣ ଜୀବନରେ ଅନେକ ସମସ୍ଯା ଓ ବିଫଳତାର ସାମନା କରିଛନ୍ତି । କିନ୍ତୁ ସେସବୁକୁ ଖାତିର ନକରି ସେ ଆଗକୁ ବଢି ସଫଳତା ହାସଲ କରିଛନ୍ତି ।

ଦିନେ ସାଇକେଲ ମେକାନିକ ଥିବା ବରୁଣ ଆଜି ଜଣେ ଲୋକପ୍ରିୟ ଆଇଏଏସ ଅଫିସର । ଜୀବନ କଷ୍ଟ ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ, ଯୁବଗୋଷ୍ଠୀଙ୍କୁ ଏହି ବାର୍ତ୍ତା ଦିଅନ୍ତି ବରୁଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।