JioPhone Next କୁ ଟକ୍କର ଦେଉଛି Samsung ର ଏହି ସ୍ମାର୍ଟଫୋନ, ଏହା ହେଉଛି ଭାରତର ସବୁଠୁ ଶସ୍ତା 4G Smartphone, ଦେଖନ୍ତୁ କଣ ସବୁ ରହିଛି ଫିଚର୍ସ

ଅନେକ ଅପେକ୍ଷା ପରେ ଇଣ୍ଡିଆରେ ଲଞ୍ଚ ହୋଇଛି JioPhone Next 4G ସ୍ମାର୍ଟଫୋନ । ଏହାର ମୂଲ୍ୟ ୬୪୯୯/- ଟଙ୍କା ରଖାଯାଇଛି । କିନ୍ତୁ ଯେପରି କୁହା ଯାଉଥିଲା ଏହା ଇଣ୍ଡିଆର ସବୁଠୁ ଶସ୍ତା ୪ଜି ସ୍ମାର୍ଟଫୋନ ଏହା ସେପରି ନୁହେଁ । ପ୍ରକୃତରେ ଭାରତରେ ସବୁଠୁ ଶସ୍ତା ୪ଜି ସ୍ମାର୍ଟଫୋନ ଦେଉଛି Samsung କମ୍ପାନୀ । Samsung Galaxy M01 Core ଭାରତର ସବୁଠୁ ଶସ୍ତା ସ୍ମାର୍ଟଫୋନ । ଜିଓଫୋନକୁ ବିନା EMI ରେ ନେବା ପାଇଁ ଗ୍ରାହକଙ୍କୁ ୬୪୯୯/- ଟଙ୍କା ଦେବାକୁ ପଡିବ ।

ଏହା ଆପଣଙ୍କୁ ଶସ୍ତା ଲାଗୁଥିଲେ ମଧ୍ୟ ମୋବାଇଲ ଷ୍ଟୋରରେ ସବୁଠୁ ଶସ୍ତା ୪ଜି ସ୍ମାର୍ଟଫୋନ ଦେଖିଲେ Samsung Galaxy M01 Core ହିଁ ପାଇବେ । ଏହି ସାମସଙ୍ଗ ଫୋନକୁ ରିଲାଇନ୍ସ ଡିଜିଟାଲ ଓ ଫ୍ଲିପକାର୍ଟ ଉଭୟ JioPhone Next ଠାରୁ କମ୍ ମୂଲ୍ଯରେ ବିକ୍ରି କରୁଛନ୍ତି । ଏହି ଦୁଇ ଫୋନର ଫିଚର ସ୍ପେଶିଫିକେସନ ଭିନ୍ନ ରହିଛି । ଏହି ସାମସଙ୍ଗ ଫୋନର ମୂଲ୍ୟ ୪୯୯୯/- ଟଙ୍କା ରହିଛି । ଏହା ଜିଓଫୋନ ନେକ୍ସ୍ଟ ଠାରୁ ୧୫୦୦/- ଟଙ୍କା କମ୍ ରହିଛି ।

Galaxy M01 Core ଦୁଇଟି ଭ୍ୟାରିଆନ୍ସରେ ଅଲଗା ଅଲଗା ରାମ୍ ଓ ଷ୍ଟୋରେଜ ଅଫସନ୍ ରହିଛି । ବେସ ଭ୍ୟାରିଆଣ୍ଟ ରେ ୧ଜିବିରାମ୍ ସହ ୧୬ଜିବି ଷ୍ଟୋରେଜ ରହିଛି ଓ ଏହାର ମୂଲ୍ୟ ୪୯୯୯/- ଟଙ୍କା ରହିଛି । ଅନ୍ୟଟିରେ ୨ଜୀବି ରାମ୍ ସହ ୩୨ଜିବି ଷ୍ଟୋରେଜ ରହିଛି ଓ ଏହାର ମୂଲ୍ୟ ୬୧୯୯/- ଟଙ୍କା ରହିଛି । ଏହିପରି ଭାବେ ଏହି ସାମସଙ୍ଗ ସ୍ମାର୍ଟଫୋନର ଦୁଇଟି ଯାକ ଭ୍ୟାରିଆଣ୍ଟର ମୂଲ୍ୟ ଜିଓଫୋନ ନେକ୍ସ୍ଟ ଠାରୁ କମ୍ ରହିଛି ।

ଜିଓଫୋନ ନେକ୍ସ୍ଟରେ 28nm Qualcomm Snapdragon 215 ଚିପସେଟ ଥିବା ବେଳେ ସାମସଙ୍ଗ ଗାଲାକ୍ସି ଏମ01 କୋରରେ MediaTek  MT6739 ଚିପସେଟ ଦିଆଯାଇଛି । ଜିଓଫୋନ ପ୍ରଗତି ଓଏସ ରେ ଚାଲୁଥିବା ବେଳେ ଏହି ସାମସଙ୍ଗ ସ୍ମାର୍ଟଫୋନ ଆଣ୍ଡ୍ରୋଏଡ ଗୋ ୧୦ ରେ ଚାଲୁଛି ।

ସେହିପରି ଜିଓଫୋନ ନେକ୍ସ୍ଟରେ ୧୩ ମେଗାପିକ୍ସେଲର କ୍ୟାମେରା ରହିଥିବା ବେଳେ ସାମସଙ୍ଗର ଏହି ଫୋନରେ ୮ ମେଗାପିକ୍ସେଲର କ୍ୟାମେରା ରହିଛି । ଏହି ଦୁଇ ୪ଜି ସ୍ମାର୍ଟଫୋନ ମଧ୍ୟରୁ ଆପଣଙ୍କୁ କେଉଁ ସ୍ମାର୍ଟଫୋନ ସବୁଠୁ ଅଧିକ ଭଲ ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।