Jio ନିଜର ୟୁଜର୍ସ ମାନଙ୍କୁ ଦେଲା ବଡ ଉପହାର, ୮୪ ଦିନର ପ୍ଳାନରେ କରିଲା ବଡ ପରିବର୍ତ୍ତନ, ନିଶ୍ଚୟ ଜାଣନ୍ତୁ

Reliance Jio ଅନ୍ୟ ଟେଲିଫୋନ ଅପରେଟର ତୁଳନାରେ କମ ଟଙ୍କାରେ ଅଧିକ ସୁବିଧା ଓ କଲିଙ୍ଗ ଦେଉଛି । ହେଲେ ଏଥର କମ୍ପାନୀ କିଛି ନୂଆ କରିଛି । Jioର ଏହି ସ୍କିମରେ ଆପଣଙ୍କୁ ପୁରା ମାସର ରିଚାର୍ଜ ମିଳିପାରେ ବା ଆପଣଙ୍କୁ ବିଦେଶ ଯିବାର ମଉକା ମିଳିପାରେ । ଯଦି ଆପଣ ମଧ୍ୟ ଏହି ମଉକାର ଫାଇଦା ଉଠାଇବାରେ ସଫଳ ହେଲେ, ତେବେ Jio ତରଫରୁ ଆପଣଙ୍କୁ ମଧ୍ୟ ଏକ ମାସର ରିଚାର୍ଜ ମାଗଣା ମିଳିବ ଓ ଯଦି ଆପଣଙ୍କ ଭାଗ୍ୟ ବହୁତ ଭଲ ଥିବ, ତେବେ ଆପଣଙ୍କୁ ଥାଇଲ୍ୟାଣ୍ଡ ଯିବାର ସୁବର୍ଣ୍ଣ ସୁଯୋଗ ମିଳିପାରେ ।


ରିଲିଆନ୍ସ ଜିଓ ସ୍ନାପଚାଟ ସହ ମିଶି ନିଜର ଉପଭୋକ୍ତା ମାନଙ୍କ ପାଇଁ ଏକ ପ୍ରତିଯୋଗୀତା ଆରମ୍ଭ କରିଛି । ଏହି ପ୍ରତିଯୋଗୀତାର ନାମ ହେଉଛି ଜିଓସ ଗଟ ଟ୍ୟାଲେନ୍ଟ । ଏହା ୨୬ ଜାନୁୟାରୀରୁ ଆରମ୍ଭ ହୋଇସାରିଛି । ହେଲେ ଆଜି ଥିଲା ଏହି ପ୍ରତିଯୋଗୀତାର ଶେଷ ଦିନ । ଏହାପରେ ବୋଧେ ଆପଣଙ୍କୁ ଏହି ଅଫର ପୁନର୍ବାର ମିଳିନପାରେ । ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆପଣଙ୍କୁ ମାଈ ଜିଓ ଆପ୍ ରେ ଯିବାକୁ ହେବ । ଯେଉଁଠି ଆପଣଙ୍କୁ ଏହାର ବିକଳ୍ପ ମିଳିବ ।

ପେଜରେ କ୍ଲିକ୍ କରିବା ପରେ ଆପଣଙ୍କୁ ଏକ ବିକଳ୍ପ ମିଳିବ, ଯେଉଁଠି ଆପଣ ନିଜ ପ୍ରତିଭାକୁ ରଚନାତ୍ମକ ରୂପରେ ଦେଖାଇ ପାରିବେ । ଏଥିପାଇଁ ଆପଣଙ୍କୁ ସ୍ନାପଚାଟ ଖୋଲିବାକୁ ହେବ । ଏଠାରେ ତା’ର କୋଡକୁ ସ୍କାନ କରିବାକୁ ହେବ । ଏହାପରେ ୟୁଜର୍ସ ମାନଙ୍କୁ jioର jios ଗଟ ଟ୍ୟାଲେନ୍ଟ ଲେନ୍ସ ଖୋଲିବାକୁ ହେବ । ଏହାପରେ ଆପଣଙ୍କୁ ନିଜର ୧୦ ସେକେଣ୍ଡର କ୍ରିଏଟିଭ ଭିଡିଓ ବନେଇବାକୁ ହେବ ଓ ଏହାକୁ ଅପଲୋଡ କରିବାକୁ ହେବ ।


ୟୁଜର୍ସଙ୍କୁ ଏଠି ଭିଡିଓ ବନେଇବା ପାଇଁ ଅଲଗା ଅଲଗା ପ୍ରକାରର ପ୍ରମ ମିଳିବ, ଯେଉଁଥିରେ ମାଇକ, ହ୍ୟାଟ, ହେଡଫୋନ ଓ ଲାଇଟ ରିଙ୍ଗ ମିଳିବ । ଆପଣ ଏସବୁ ସାହାର୍ଯ୍ୟରେ ନିଜର ଭିଡିଓ ବନେଇ ପାରିବେ । ଯଦି ଆପଣ ଭାଗ୍ୟଶାଳୀ ଥିବେ ତେବେ ଆପଣଙ୍କୁ ଥାଇଲ୍ୟାଣ୍ଡର ଯାତ୍ରା କରିବାର ମଉକା ମିଳିବ ବା ଏକ ମାସର ମାଗଣା ରିଚାର୍ଜ ମିଳିବ ।