ବସି ରହିଥିବା ଡାର୍କ ଟ୍ୟାନିଂଗକୁ ହଟାନ୍ତୁ ଏହି ପ୍ରାକୃତିକ ଉପାୟରେ

କହିବାକୁ ଗଲେ ଗରମ ଦିନରେ ଅଧିକ ତାପମାତ୍ରାର ସୂର୍ଯ୍ୟ କିରଣ ଯୋଗୁ ଆମର ସ୍କିନ କଳା ପଡିଯାଏ ମାନେ ଆମର ସ୍କିନ ଟ୍ୟାନିଂଗ ହୋଇଯାଏ । ଯାହା ଦ୍ଵାରା ଆମ ଶରୀର ଖରାପ ବି ଦେଖାଯାଏ । କହିବାକୁ ଗଲେ ଏହି ସମସ୍ୟାର ସାମ୍ନା ସମସ୍ତେ କରିଥାନ୍ତି । ଏହାକୁ ଆଧାର କରି ଆଜି ଆମେ ଆପଣଙ୍କ ପାଇଁ ଏକ ଘରେଲୁ ଓ ସରଳ ଉପାୟ ନେଇ ଆସିଛୁ । ଯାହାକୁ କରିବା ଦ୍ଵାରା ଆପଣଙ୍କ ସ୍କିନ କୋମଳ ହୋଇଯିବ, ଡାର୍କ ଟ୍ୟାନିଂଗ ଗାୟବ ହୋଇଯିବ ।

ଏହି ଉପାୟକୁ ତିଆରି କରିବା ପାଇଁ ଗୋଟିଏ ବାଉଲର ୧/୪ ଅଂଶ ମସୁର ଡାଲି, ଗୋଟିଏ ଆଳୁ, ଗୋଟିଏ ଲେମ୍ବୁ ଓ ମହୁ ଦରକାର । ପ୍ରଥମେ ଦୁଇରୁ ତିନି ଘଣ୍ଟା ମସୁର ଡାଲିକୁ ପାଣିରେ ଭିଜାଇ ରଖନ୍ତୁ । ଏହା ପରେ ଏହାକୁ ପେସ୍ଟ କରି ଦିଅନ୍ତୁ । ଏହା ପରେ ପ୍ରଥମେ ଏକ ବାଉଲରେ ଗୋଟିଏ ଚାମଚ ଲେମ୍ବୁ ରସ, ଗୋଟିଏ ଚାମଚ ପାଣିକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ । ଏହା ପରେ ଏଥିରେ ଦୁଇ ଚାମଚ ମହୁ, ଦୁଇ ଚାମଚ ଆଳୁ ରସ ଓ ଦୁଇ ଚାମଚ ମସୁଲ ଡାଲି ପେସ୍ଟ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

ସର୍ବ ପ୍ରଥମେ ଆପଣ ନିଜ ଶରୀରର ଯେଉଁ ଯେଉଁ ଜାଗାରେ ଟ୍ୟାନିଂଗ ଅଛି ସେହି ସବୁ ସ୍ଥାନରେ ଏଲୋବେରା ଜେଲକୁ ଭଲ ଭାବରେ ଲଗାଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ କି ଏଲୋବେରା ଜେଲକୁ ମସାଜ କରିବେ ନାହିଁ । ଏହାକୁ କେବଳ ଧୀରେ ଧୀରେ ନିଜ ଶରୀରରେ ଓ ଚେହେରାରେ ଲଗାଇବାର ଅଛି । ବର୍ତ୍ତମାନ ଆପଣ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ଏହା ପରେ ଆପଣ ତିଆରି କରିଥିବା ପେସ୍ଟକୁ ନିଜର ଦୁଇ ହାତରେ ନେଇ ନିଜର ଚେହେରାରେ ବା ଶରୀରରେ ଭଲ ଭାବରେ ମସାଜ କରନ୍ତୁ । ଏହାକୁ ଆପଣ ନିଜ ଚେହେରା ସହିତ ନିଜ ବେକରେ ବି ୨ ରୁ ୩ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ । ଏହାକୁ ଆପଣ ନିଜ ଶରୀରର ଯେ କୌଣସି ଅଂଶରେ ଟ୍ୟାନିଂଗ ଅଛି ସେହି ସବୁ ସ୍ଥାନରେ ପ୍ରଥମେ ଏଲୋବେରା ଜେଲ ଲଗାଇବା ପରେ ଏହି ପେସ୍ଟକୁ ଲଗାଇ ଭଲ ଭାବରେ ମସାଜ କରନ୍ତୁ ।

ଏହି ପେସ୍ଟକୁ ଲଗାଇବା ଦ୍ଵାରା ଏହା ସ୍କିନ ଭିତରକୁ ଯାଇ ଆମର ସ୍କିନକୁ କୋମଳ ଓ ଗ୍ଲୋ କରିବାରେ ସାହାର୍ଯ୍ୟ କରିଥାଏ । ପୁଣି ୫ ମିନିଟ ପରେ ଆପଣ ନିଜ ଚେହେରାକୁ ପରିଷ୍କାର କରି ଦିଅନ୍ତୁ ନଚେତ ସ୍ନାନ କରି ନିଅନ୍ତୁ । ଆପଣ ଏହି ଉପାୟକୁ ସପ୍ତାହକୁ ୩ ଥର ନିଶ୍ଚିତ କରନ୍ତୁ । ଏହାକୁ ବ୍ୟବହାର କରିବା ପରେ ପ୍ରଥମ ଦିନ ଅପେକ୍ଷା ଦ୍ଵିତୀୟ ଦିନରେ ଆପଣ ନିଜ ଶରୀରରେ କିମ୍ବା ଚେହରାରେ ପାର୍ଥକ୍ୟ ଦେଖି ପାରିବେ । ଏହି ଉପାୟ ସବୁ ପ୍ରକାରର ସ୍କିନ ପାଇଁ ଉପୋଯୋଗୀ ଅଟେ ।