ଜୀବନରେ ଧନୀ ହେବାକୁ ଚାହୁଞ୍ଚନ୍ତି ତ, ତୁରନ୍ତ ଛାଡି ଦିଅନ୍ତୁ ଏହି ୫ ଟି ଅଭ୍ୟାସ

ଚାଣକ୍ୟ ନୀତିରେ 5 ଟି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି ଯାହା ଆପଣଙ୍କୁ କେବେ ବି ଧନୀ ହେବାକୁ ଦିଏ ନାହିଁ । ଏହି ଅଭ୍ୟାସ ଆପଣଙ୍କୁ ସବୁବେଳେ ଗରିବ ରଖିଥାଏ । ଯଦି ଆପଣଙ୍କ ମଧ୍ୟରେ ଏହି ଅଭ୍ୟାସ ନାହିଁ ତେବେ ବହୁତ ଭଲ ଅଟେ କିନ୍ତୁ ଯଦି ଆପଣଙ୍କ ମଧ୍ୟରେ ଏହି ଅଭ୍ୟାସ ଅଛି ତେବେ ଏହାକୁ ଜଲ୍ଦି ଛାଡି ଦିଅନ୍ତୁ । ତେବେ ଆସନ୍ତି ଜାଣିବା କଣ ଅଟେ ଏହି ସବୁ ଅଭ୍ଯାସ ।

୧. ଅତିଥିଙ୍କର ଅପମାନ କରିବା

Image courtesy: Google

ଯଦି ଆପଣଙ୍କ ଘରକୁ ଆପଣଙ୍କ ଶତୃ ବି ଅତିଥି ହୋଇ ଆସୁଛି ତେବେ ତାହାର ସମ୍ମାନ କରନ୍ତୁ ଓ ତା’ର ଧ୍ୟାନ ରଖନ୍ତୁ । ଘରକୁ ଆସିଥିବା ଅତିଥିଙ୍କ ସମ୍ମାନ ଓ ସତ୍କାର କରିବା ଦ୍ଵାରା ଆପଣଙ୍କ ସମ୍ପର୍କ ଭଲ ହୋଇଥାଏ । ଲୋକ ଆପଣଙ୍କର ଇଜ୍ଜତ କରିଥାନ୍ତି ଓ ଭବିଷ୍ୟତରେ ଯେତେବେଳେ ଆପଣ ତାଙ୍କ ଘରକୁ ଯାଇଥାନ୍ତି ସେ ମଧ୍ୟ ଆପଣଙ୍କର ସମ୍ମାନ କରିଥାନ୍ତି ।

୨. ଖାଲି ହାତରେ ଘରକୁ ଯିବା

ଯଦି ଆପଣଙ୍କର ଅଭ୍ୟାସ ଅଟେ କି ଆପଣ ଖାଲି ହାତରେ ଘରକୁ ଫେରୁଛନ୍ତି ତେବେ ଏହା ବହୁତ ଭୁଲ ଅଭ୍ୟାସ ଅଟେ । ଏହାକୁ ଜଲ୍ଦି ବଦଳାଇ ଦିଅନ୍ତୁ । ଯଦି ଆପଣଙ୍କର ପେଶା ଏମିତି ଅଟେ କି ଆପଣ ଘରୁ ଅପ ଡାଉନ କରିଥାନ୍ତି ତେବେ ଘରକୁ ଯିବା ସମୟରେ କିଛି ନା କିଛି ଖାଦ୍ୟ ସାମଗ୍ରୀ ଘରକୁ ନେଇ ଯାଆନ୍ତୁ । ଏହା ଦ୍ଵାରା ଘରେ ଖୁସି ଆସିଥାଏ, ଲୋକ ଆପଣଙ୍କର ସମ୍ମାନ କରିଥାନ୍ତି । ଘର ଲୋକ ଆପଣଙ୍କୁ ଭଲ ପାଇଥାନ୍ତି । ଏହା ଦ୍ଵାରା ଘରର ପରିବେଶ ବହୁତ ଭଲ ହୋଇଯାଇଥାଏ ।

୩. ଖାଇବା ସମୟରେ ଖାଦ୍ୟ କେବେ ବି ଛାଡନ୍ତୁ ନାହିଁ

Image courtesy: Google

ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି କି ଆପଣ ଖାଇବା ସମୟରେ ଖାଦ୍ୟ ସବୁବେଳେ ଛାଡିଥାନ୍ତି ତେବେ ଏହା ବହୁତ ଖରାପ ଅଭ୍ୟାସ ଅଟେ । ଏହାକୁ ତୁରନ୍ତ ଛାଡି ଦିଅନ୍ତୁ । ଖାଦ୍ୟ ସେତିକି ହିଁ ନିଅନ୍ତୁ ଯେତିକି ଆପଣଙ୍କୁ ଆବଶ୍ୟକ ବା ଆପଣ ଯେତିକି ଖାଇ ପାରିବେ । ନା ତା’ ଠାରୁ କମ ନା ତା’ ଠାରୁ ଅଧିକ । ଅନ୍ନ ଜୀବନ ବଞ୍ଚିବାର ଏକ ସାଧନ ଅଟେ । ଯଦି ଆପଣ ତା’ର ସମ୍ମାନ କରିବେ ନାହିଁ ତେବେ ବାକି ଜିନିଷର ସମ୍ମାନ କେମିତି କରିବେ । ତେଣୁ ଅନ୍ନର ଅପମାନ କରିବେ ତ ଆପଣଙ୍କ ଜୀବନରେ ଦୁଃଖ ହିଁ ଦୁଃଖ ଆସିବ । ଆପଣ କେବେ ବି ଧନୀ ହୋଇ ପାରିବେ ନାହିଁ ।

୪. ଶେଯକୁ ଓ ନିଜକୁ ଅପରିଷ୍କାର ରଖିବା

Image courtesy: Google

ଯଦି ଆପଣ ବି ନିଜ ଶେଯକୁ ଓ ନିଜକୁ ଅପରିଷ୍କାର ରଖୁଛନ୍ତି ତେବେ ଏହା ବହୁତ ଖରାପ ଅଭ୍ୟାସ ଅଟେ । ଯଦି ଆପଣଙ୍କର ଅଭ୍ୟାସ ଅଟେ କି ଶେଯ ଉପରେ ଖାଇବା ଜିନିଷ, କାମଧନ୍ଦା ର ଜିନିଷ ଖେଳାଇ ରଖିବା ତେବେ ଏହା ବହୁତ ଖରାପ ଅଭ୍ୟାସ ଅଟେ । ଏହାକୁ ଛାଡି ଦିଅନ୍ତୁ । ଆପଣ ସକାଳୁ ଉଠି ନିଜ ଶେଯକୁ ସଫା କରିବା ଉଚିତ ଓ ନିଜକୁ ମଧ୍ୟ । ଯଦି ଆପଣ ନିଜକୁ ସଫା ନ ରଖିବେ ତେବେ ଲୋକ ଆପଣଙ୍କ ପାଖକୁ ଆସିବାକୁ ପସନ୍ଦ କରିବେ ନାହିଁ ।

୫. ସକାଳେ ଡେରିରେ ଉଠିବା

Image courtesy: Google

ଯଦି ଆପଣଙ୍କର ଅଭ୍ଯାସ ଅଟେ କି ଆପଣ ସକାଳେ ଡେରିରେ ଉଠନ୍ତି ତେବେ ଏହା ବହୁତ ଖରାପ ଅଭ୍ଯାସ ଅଟେ । ଡେରିରେ ଉଠୁଥିବା ବ୍ୟକ୍ତି ସବୁବେଳେ ଅଳସୁଆ ହୋଇଥାଏ । ସେ କୌଣସି କାମ କରିବାକୁ ଚାହେଁ ନାହିଁ । ଅଳସୁଆ ବ୍ୟକ୍ତି କେବେ ବି ସେହି କାମ କରି ନଥାଏ ଯାହା ଦ୍ଵାରା ସେ ସଫଳ ହୋଇ ପାରିବ । ଯଦି ଆପଣ ସଫଳ ହେବାକୁ ଚାହୁଞ୍ଚନ୍ତି ତେବେ ଆପଣ ସକାଳେ ଜଲ୍ଦି ଉଠନ୍ତୁ ଓ କାମରେ ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।