ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପୂଜା କର ବା ନକର, ଜୀବନରେ କେବଳ ଏହି 4 ଟି ଅଭ୍ଯାସ ନିଶ୍ଚୟ ରଖ, ଦରିଦ୍ରତା କେବେ ବି ପାଖ ମାଡିବନି (Vastu tips)

ଆମ ଅଭ୍ଯାସର ଆମ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ । ଆମ ଭାଗ୍ୟ ମଧ୍ୟ ଏହାଦ୍ବାରା ପ୍ରଭାବିତ ହୋଇଥାଏ । ଆମ ଅଭ୍ଯାସ ଗୁଡିକ ଉତ୍ତମ ହୋଇଥିଲେ ଆମ ଜୀବନରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ ଉନ୍ନତି ହୋଇଥାଏ । ଏହାର ବିପରୀତ ମନ୍ଦ ଅଭ୍ଯାସର ଆମ ଜୀବନରେ ମନ୍ଦ ପ୍ରଭାବ ପଡିଥାଏ । ଆମ୍ର ବ୍ୟସ୍ତବହୁଳ ଜୀବନରେ ପୂଜାପାଠ କରିବାକୁ ଆମକୁ ସମୟ ମିଳି ନଥାଏ । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କେବଳ ସତ୍ୟ ଆଚରଣ ଓ ଅଭ୍ଯାସ ବଳରେ ହିଁ ଭଗବାନ ପ୍ରସନ୍ନ ହୁଅନ୍ତି ।

ଆପଣଙ୍କୁ ପ୍ରତ୍ଯେକ ଦିନ ସକାଳେ ପୂଜାପାଠ କରିବାକୁ ସମୟ ମିଳୁ ନଥିଲେ ମଧ୍ୟ ଆପଣ ପ୍ରତିଦିନ ନିଦାରୁ ଉଠିବା ପରେ ଈଶ୍ବରଙ୍କ ସ୍ମରଣ ଅବଶ୍ୟ କରନ୍ତୁ । ସପ୍ତାହରେ ବା ମାସରେ ଯେକୌଣସି ଗୋଟିଏ ଦିନ ମଧ୍ୟ ଅଳ୍ପ ସମୟ ବାହାର କରି ନିଜ କୁଳଦେବତାଙ୍କ ପୂଜା ଅବଶ୍ୟ କରନ୍ତୁ । ପ୍ରତ୍ଯେକ ଦିନ ନିଜ କୁଳଦେବତାଙ୍କୁ ନମସ୍କାର ନିହାତି କରିବା ଉଚିତ । ଘରେ ଯଦି ତୁଳସୀ ଅଛନ୍ତି ତେବେ ତାଙ୍କ ପାଖେ ଗୋଟିଏ ଦୀପ ଜଳାଇବା ନିହାତି ଆବଶ୍ୟକ । ଏହାଦ୍ବାର ଆପଣଙ୍କ ଉପରେ ଓ ଆପଣଙ୍କ ପରିବାର ଉପରେ କୁଳଦେବତାଙ୍କ ଆଶୀର୍ବାଦ ବଜାୟ ରୁହେ ।

ସର୍ବଦା ନିତ୍ୟକର୍ମ ଶେଷ କରି ଭଲ ଭାବେ ପରିଷ୍କାର ହେବା ପରେ ହିଁ ରୋଷେଇ ଘରକୁ ଯାଆନ୍ତୁ ଓ ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ଚୁଲାକୁ ଅବଶ୍ୟ ପ୍ରଣାମ କରନ୍ତୁ । ଏପରି କରିବା ଦ୍ଵାରା ମାତା ଅନ୍ନପୂର୍ଣ୍ଣା ଓ ଅଗ୍ନିଦେବ ଉଭୟଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାସହ ଧ୍ୟାନ ରଖନ୍ତୁ ଯେପରି କେବେ ମଧ୍ୟ ଅନ୍ନର ଅପମାନ କରିବେ ନାହିଁ ।

କେବେ ମଧ୍ୟ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ ବା କାହା ମନକୁ କଷ୍ଟ ଦେବା ଭଳି କଥା କୁହନ୍ତୁ ନାହିଁ । ବିଶେଷ କରି ବଡ ଓ ଗୁରଜନ ମାନଙ୍କୁ କେବେ ମଧ୍ୟ ଅନାଦର ଓ ଅସମ୍ମାନ କରନ୍ତୁ ନାହିଁ । ଘରର ମହିଳାଙ୍କ ସୁରକ୍ଷା ଓ ସମ୍ମାନର ସବର୍ଦା ଧ୍ୟାନ ରଖନ୍ତୁ ଓ ଘରକୁ ଆସିଥିବା ଅତିଥିଙ୍କ ଉଚିତ ଆଦର ସତ୍କାର କରନ୍ତୁ । ଗରିବ ଦୀନହୀନ ବ୍ୟକ୍ତିଙ୍କ ଯଥାସମ୍ଭବ ସହାୟତା କରନ୍ତୁ ଓ କୌଣସି ପଶୁପକ୍ଷୀଙ୍କ ସହ ଅନୁଚିତ କାର୍ଯ୍ୟ କରନ୍ତୁ ନାହିଁ । ଦ୍ଵାରକୁ ଆସିଥିବା ପଶୁକୁ ରୋଟି ଅବଶ୍ୟ ଖୁଆନ୍ତୁ । ଏହିସବୁ ଅଭ୍ଯାସ ପାଳନ କରିବା ଦ୍ଵାରା ଇଶ୍ଵର ଖୁବ ପ୍ରସନ୍ନ ହୁଅନ୍ତି ।

ଘରୁ ବାହାରିବା ବେଳେ ସର୍ବଦା ଈଶ୍ବରଙ୍କ ନାମ ନେଇ ବାହାରନ୍ତୁ । ଆପଣଙ୍କ ଗୋଡ ତଳେ ଯେପରି କୌଣସି ଛୋଟ ଜୀବଜନ୍ତୁ ନ ଆସନ୍ତି ସେଥିର ମଧ୍ୟ ଧ୍ୟାନ ରଖନ୍ତୁ । ଆପଣଙ୍କ ଗୋଦା ତଳେ ଯେପରି କେହି ପ୍ରାଣତ୍ୟାଗ ନକରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯେଉଁ ମନୁଷ୍ୟ ଠାରେ ଏହି ସବୁ ଅଭ୍ଯାସ ଥାଏ ତାଙ୍କ ଉପରେ ଇଶ୍ଵର ସର୍ବଦା ପ୍ରସନ୍ନ ରୁହନ୍ତି ଓ ସେ ଜୀବନରେ ସର୍ବଦା ଉନ୍ନତି କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।