ଜ୍ଞାନ : ଜୀବନରେ କାହାକୁ ବି ଅଧିକ ପ୍ରେମ କରନ୍ତୁ ନାହିଁ ଓ ନା ହିଁ କାହା ସହିତ ଶତ୍ରୁତା, ସାଙ୍ଗ ସିଏ ହେଇଥାଏ ଯିଏ…

ବାଲ୍ମୀକି ରାମାୟଣ ଜରିଆରେ ଜୀବନ ସହ ଜଡିତ କିଛି ଶିକ୍ଷା ଦେଇଛନ୍ତି । ଯାହାକୁ ଆପଣାଇବା ଦ୍ଵାରା ଜୀବନର ସମସ୍ତ ସମସ୍ୟାରୁ ଆପଣ ବଞ୍ଚି ପାରିବେ । ବାଲ୍ମୀକି ରାମାୟଣର କିଷ୍କିଂଧା କାଣ୍ଡ ଓ ଯୁଦ୍ଧକାଣ୍ଡର ଶ୍ଳୋକ ଗୁଡିକ ସାହାର୍ଯ୍ୟରେ ବୁଝାଇବାକୁ ଚେଷ୍ଟା କରିଛନ୍ତି କି ମନୁଷ୍ୟକୁ କେଉଁ ବ୍ୟକ୍ତି ସହ ବନ୍ଧୁତା କରିବା ଉଚିତ ଓ କାହା ସହିତ  ଅଧିକ ପ୍ରେମ କିମ୍ବା ଶତ୍ରୁତା କରିବା ଉଚିତ ନୁହେଁ ।

ବାଲ୍ମୀକିଙ୍କର ଶ୍ଳୋକ ଓ ଏହି ଶ୍ଳୋକ ଗୁଡିକର ଅର୍ଥ –

ପ୍ରଥମ ଶ୍ଳୋକ –

ଉତ୍ସାହୋ ବଲବାନ୍ ଆର୍ୟ ନାସ୍ତି ଉତ୍ସାହାତ୍ ପରମ୍ ବଲମ୍ ।

ସଃ ଉତ୍ସାହସ୍ୟ ହି ଲୋକେଷୁ ନ କିଂଚିତ୍ ଅପି ଦୁର୍ଲଭମ୍ ॥

ଏହି ଶ୍ଳୋକର ଅର୍ଥ –

ଏହି ଶ୍ଳୋକ ଜରିଆରେ ବାଲ୍ମୀକି ଜୀବନରେ ଉତ୍ସାହର ମହତ୍ୱ କହିଛନ୍ତି । ବାଲ୍ମୀକିଙ୍କ ଅନୁସାରେ ଜୀବନରେ ଉତ୍ସାହ ଠାରୁ ବଢିକରି କୌଣସି ବି ଜିନିଷ ହୋଇ ନ ଥାଏ ଓ ଉତ୍ସାହ ସହିତ ମଣିଷ ନିଜ ଜୀବନରେ ସବୁକିଛି କରି ପାରିବ ।

ଦ୍ଵିତୀୟ ଶ୍ଳୋକ –

ନିରୁତ୍ସାହସ୍ୟ ଦୀନସ୍ୟ ଶୋକପର୍ୟାକୁଲାତ୍ମନଃ ।

ସର୍ବାର୍ଥା ବ୍ୟବସୀଦନ୍ତି ବ୍ୟସନମ୍ ଚାଧିଗଚ୍ଛତି ॥

ଏହି ଶ୍ଳୋକର ଅର୍ଥ –

ଜୀବନରେ ଅଧିକ ରୁ ଅଧିକ ଉତ୍ସାହିତ ହେବା ଠାରୁ ବଞ୍ଚନ୍ତୁ । କାରଣ ଅଧିକ ଉତ୍ସାହିତ ହୋଇଗଲେ ଜୀବନରେ ସମସ୍ତ କାର୍ଯ୍ୟ ଖରାପ ବି ହୋଇଯାଏ । ଏହା ଛଡା ବେଳେ ବେଳେ ଆମେ ବିଭିନ୍ନ ପ୍ରକାରର ସମସ୍ୟାରେ ବି ଘେରିଯାଉ । ବାଲ୍ମୀକିଙ୍କ ଅନୁସାରେ ଜୀବନରେ ଅଧିକ ଉତ୍ସାହିତ ହେବା ସମସ୍ୟାର କାରଣ ହୋଇଥାଏ ।

ତୃତୀୟ ଶ୍ଳୋକ –

ଗୁଣବାନ୍ ବା ପରଜନଃ ସ୍ୱଜନୋ ନିର୍ଗୁଣୋ ଽପି ବା ।

ନିର୍ଗୁଣଃ ସ୍ୱଜନଃ ଶ୍ରେୟାନ୍ ଯଃ ପରଃ ପର ଏବ ସଃ ।।

ଏହି ଶ୍ଳୋକର ଅର୍ଥ –

ନିଜର ଲୋକ ତ ନିଜର ହିଁ ହୋଇଥାଏ । ସେମାନେ କେତେ ବି ଗୁଣହୀନ କାହିଁକି ନ ହୋଇଥାନ୍ତୁ । ନିଜର ସମ୍ପର୍କୀୟ କିମ୍ବା ପରିବାରର ସଦସ୍ୟଙ୍କ ଠାରୁ ଅନ୍ୟ ଲୋକମାନେ ଯେତେ ବି ଗୁଣବାନ ହୋଇଥାନ୍ତୁ ନା କାହିଁକି ଆମେ ସର୍ବଦା ନିଜ ଲୋକଙ୍କ ସହିତ ହିଁ ଖୁସିରେ ରହିଥାଉ ।

ଚତୁର୍ଥ ଶ୍ଳୋକ –

ନ ଚ ଅତିପ୍ରଣଯଃ କାର୍ଯଃ କର୍ତବ୍ୟୋ ଅପ୍ରଣଯଃ ଚ ତେ ।

ଉଭଯମ୍ ହି ମହାଦୋଷମ୍ ତସ୍ମାତ୍ ଅଂତର ଦୃକ୍ ଭବ ॥

ଏହି ଶ୍ଳୋକର ଅର୍ଥ –

ଜୀବନରେ କାହା ସହିତ ଶତ୍ରୁତା କରନ୍ତୁ ନାହିଁ ଓ ନା ହିଁ କାହା ସହିତ ଝଗଡା କିମ୍ବା ଅଧିକ ଭଲ ବି ପାଆନ୍ତୁ ନାହିଁ । ଯେତେବେଳେ ଆମେ କାହା ସହିତ ଝଗଡା କରିଥାଉ ତେବେ ଆମକୁ ବି କଷ୍ଟ ପହଞ୍ଚିଥାଏ ଓ ଯେତେବେଳେ ଆମେ କାହାକୁ ଅଧିକ ପ୍ରେମ ବି କରିଥାଉ ସେତେବେଳେ ବି ଆମକୁ ହିଁ ଦୁଃଖ ଲାଗିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।