ଜୀବନରେ ହୋଇଯାଇଥିବା ଭୁଲକୁ ନେଇ କାନ୍ଦିଲେ ସୁପର ଷ୍ଟାର Anubhab, କାନ୍ଦି କାନ୍ଦି ଯାହା କହିଲେ ଦେଖନ୍ତୁ Video

ବନ୍ଧୁଗଣ ଏ କୌଣସି ଫିଲ୍ମ ନୁହେଁ କି କୌଣସି ଧାରାବାହିକର ଶୁଟିଙ୍ଗ ଚାଲି ନାହି । ଏ ହେଉଛି ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କ ସତ କାନ୍ଦ ଯାହାର ଭିଡିଓ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାନ୍ଦ କୁ ଯେତେ ଅଟକାଇଲେ ବି ଅଟକାଇ ପାରୁ ନାହାନ୍ତି ଅନୁଭବ । ଜୀବନରେ ଯେତେ ଭୁଲ ହୋଇ ଯାଇଛି ତାହାର ଅନୁତାପ କରି କାନ୍ଦି ପକାଇଛନ୍ତି କ୍ୟାମେରା ଆଗରେ ଅନୁଭବ ମହାନ୍ତି ।

ଯେଉଁ ଭୁଲକୁ ଆଉ ସେ କେବେ ପ୍ରାୟଶ୍ଚିତ କରି ପାରିବେ ନାହି । ହାତରେ ଧରିଥିବା ରୁମାଲ କୁ ଆଖି ର ଲୁହକୁ ବାରମ୍ବାର ପୋଛି ଦେଉଛନ୍ତି । ହେଲେ ଲୁହ ପରା ଅମାନିଆ ସେ ପୁଣି ଆଖି ର ବାଟ ଦେଇ ବାହାରକୁ ଚାଲି ଆସୁଛି । ଅନୁଭବ କାନ୍ଦି କାନ୍ଦି କହୁଛନ୍ତି “15-20 ଥର ଯାଇ ମୁଁ ମୋ ବଡବାପା ଙ୍କ ହାତ ଗୋଡ ଧରି ଭୁଲ ମାଗିଥିଲି ବଡବାପା ମୋତେ କ୍ଷମା କରି ଦିଅ ।

ମୋର ଗୋଟେ ଅପସୋସ ରହିଗଲା ମୁଁ ମୋ ବଡବାପା ଙ୍କୁ ଭଲରେ ଟିକେ ମନ ଭରି ଦେଖି ପାରିଲି ନାହି । ତାଙ୍କର ଶେଷ ସମୟରେ ତାଙ୍କ ସାଥିରେ ରହି ପାରିଲି ନାହି । ଏବେ ବି ମୋ ବଡବାପା ମୋ ଛାତ ଉପରେ ବୁଲୁ ଥିବାର ମୁଁ ଦେଖି ପାରୁଛି । ତାଙ୍କର ପ୍ରତେକ ଟି ହସ ତାଙ୍କର ଆଚରଣ ମୋ ଆଖି ଆଗରେ ନାଚି ଯାଉଛି । ବହୁତ ମନେ ପଡୁଛି ମୋ ବଡବାପା ଙ୍କ କଥା” ।

ସୁପର ଷ୍ଟାର ଙ୍କ ଆଖି ରେ ଆଜି ସତରେ ଲୁହ ଝରିଛି । ଏ ଲୁହ ବର୍ଷା ଙ୍କ ପାଇଁ ନୁହେଁ ବରଂ ଏ ଲୁହ ବୋହି ଯାଉଛି ତାଙ୍କ ବଡବାପା ଙ୍କ ପାଇଁ । ଅନୁଭବ ଆଗକୁ କହିଛନ୍ତି “ଯେବେ ବଡବାପା ଜୁଇ ରେ ଅଧା ପୋଡା ହୋଇଥିଲେ ସେତେବେଳେ ତାଙ୍କ ପାଦ କୁ ଧରି ଅନେକ ଥର କ୍ଷମା ପ୍ରାର୍ଥନା କରିଛି । ମୋତେ କ୍ଷମା କରି ଦିଅ ବଡବାପା ବୋଲି ଅନେକ ଥର ଚିତ୍କାର କରିଛନ୍ତି ।

ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି” । ଅନୁଭବ ଙ୍କ କହିବା କଥା କି କେବଳ ବର୍ଷା ପାଇଁ ସେ ତାଙ୍କ ବଡବାପା ଙ୍କ ପାଖକୁ ଯାଇ ପାରିଲେ ନାହି । କାରଣ ବର୍ଷା ସେତେବେଳେ ତାଙ୍କ ଘରେ ରହୁଥିଲେ । ଆଉ ସେଥିପାଇଁ ଅନୁଭବ ତାଙ୍କ ବଡବାପାଙ୍କୁ ଦେଖା କରିବାକୁ ଯାଇ ନ ଥିଲେ ।

 

ବଡବାପା ଙ୍କ ମୃତ୍ୟୁ ର ପୂର୍ବ ଦିନ ବର୍ଷ ଘର ଛାଡିଥିଲେ । ହେଲେ ସେତେ ବେଳକୁ ମୋ ପାଇଁ ସବୁ କିଛି ବିଳମ୍ବ ହୋଇ ଯାଇଥିଲା ବୋଲି କହିଛନ୍ତି ଅନୁଭବ ମହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅନୁଭବ ମହାନ୍ତି ଙ୍କ ଏଭଳି ରାୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।