ଜୀଅଁନ୍ତା ସ୍ତ୍ରୀ’ର ଶୁଦ୍ଧିକ୍ରିୟା କଲେ ସ୍ଵାମୀ, ସାହି ଲୋକଙ୍କୁ ଖୁଆଇଲେ ଶ୍ରାଦ୍ଧ ଭୋଜି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ଭୋଜି ବଢା ହେଉଛି ଆଉ ଲାଇନ ହୋଇ ବସି ଶ୍ରାଦ୍ଧ ଖାଉଛନ୍ତି ଲୋକେ । ଆପଣ ଭାବୁଥିବେ ଶ୍ରାଦ୍ଧରେ ସବୁଠି ଭୋଜି ଦିଆଯାଏ ଏଥିରେ ନୂଆ କଣ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଯାହାର ପରଲୋକ ପାଇଆନ ଶ୍ରାଦ୍ଧ ଭୋଜି ଚାଲିଛି ତାଙ୍କର ମୃତ୍ୟୁ ହୋଇନି । ଅର୍ଥାତ ସେ ଆଜି ବି ଜୀବିତ ଅଛନ୍ତି । ଆଶ୍ଚର୍ଯ୍ୟ ହେବେ ବି ସତ ! ସ୍ତ୍ରୀ ବଞ୍ଚି ଥାଉ ଥାଉ ତାଙ୍କର ଶ୍ରାଦ୍ଧ କରିଛନ୍ତି ସ୍ଵାମୀ । ଅକ୍ଷୟ ରାଉତଙ୍କର ବିବାହ ପରେ ଦୁଇଟି ସନ୍ତାନ ହେଲେ । କିନ୍ତୁ ସଂସାର ଗଢିବା ପରେ ବି ଅକ୍ଷୟଙ୍କ ବନ୍ଧୁ ବିକାଶ ଜୈନଙ୍କ ସହ ଫେରାର ହୋଇଗଲେ ପତ୍ନୀ ।

ତେବେ ଅକ୍ଷୟଙ୍କ ପତ୍ନୀ ପୂର୍ବରୁ ବି ଥରେ ଫେରାର ହୋଇଥିଲେ ମଧ୍ୟ ଘରକୁ ଫେରି ଆସିଥିଲେ । ହେଲେ ଏବେ ପୁଣି ଥରେ ପଳାଇ ଯିବାରୁ ଏହାକୁ ନେଇ ବଲାଙ୍ଗିର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘରର ବୋହୂ ଦୁଇ ଦୁଇଥର ଫେରାର ହେବାପରେ ପରିବାର ଲୋକେ କଣ କରିବେ ନକରିବେ ଭାବି ଜାତି ଭାଇଙ୍କ ପରାମର୍ଶ ଲୋଡିଥିଲେ ଅକ୍ଷୟ । ଆଉ ଶେଷରେ ଆଇନଗତ ଛାଡପତ୍ର ନକରି ଏମିତି ଜିଅଁନ୍ତା ଶ୍ରାଦ୍ଧ ଦେବାକୁ ନିଷ୍ପତ୍ତି ନେଇଥିଲେ ଅକ୍ଷୟ ।

ଖାଲି ଶ୍ରାଦ୍ଧ ଭୋଜି ଦେଲେ ତାହା ନୁହେଁ ବରଂ ସଂପୂର୍ଣ୍ଣ ରୀତିନୀତିରେ ପିଣ୍ଡ ଦେଲେ ଓ ଶୁଦ୍ଧିକ୍ରିୟା ମଧ୍ୟ କଲେ । ପରକ୍ରିୟାପ୍ରୀତି ଯୋଗୁଁ ଛାରଖାର ହୋଇଗଲା ଦୁଇ ଦୁଇଟି ସଂସାର । ଅନ୍ୟପଟେ ବିକାଶଙ୍କ ସ୍ତ୍ରୀ କିନ୍ତୁ ଅକ୍ଷୟଙ୍କୁ ଦୋଷ ଦେଇଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିକାଶ ନିଜ ସ୍ତ୍ରୀଙ୍କ ନାଁରେ ଥିବା ସମ୍ପତିର କାଗଜପତ୍ର ନେଇ ଫେରାର ହୋଇଛନ୍ତି ।

ତାଙ୍କୁ ମଧ୍ୟ ସ୍ଵାମୀ ଧୋକା ଦେଇ ପଳାଇ ଥିବାରୁ ଦୁଇ ପିଲାଙ୍କୁ ନେଇ ସେ ଏବେ କଣ କରିବେ ତାକୁ ନେଇ ଚିନ୍ତାରେ । ସମ୍ପତି ଲୋଭରେ ବିକାଶଙ୍କ ବନ୍ଧୁ ଓ ତାଙ୍କ ପତ୍ନୀ ମୋ ସ୍ଵାମୀଙ୍କୁ ଚାଲାଖିରେ ନେଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିକାଶଙ୍କ ପତ୍ନୀ । ତେବେ ଜଣେ ବିବାହିତା ମହିଳା ଦୁଇଟି ସନ୍ତାନର ମା ହେବାପରେ କେମିତି ନିଜ ସଂସାର ସହ ଆଉ ଜଣକ ସଂସାର ଭାଙ୍ଗି ପଳାଇଗଲେ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି ।

ବିକାଶଙ୍କ ପତ୍ନୀ ସ୍ଵାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିବା ବେଳେ ଅନ୍ୟପଟେ ଜୀବିତ ସ୍ତ୍ରୀ ପାଇଁ ଶ୍ରାଦ୍ଧ କର୍ମ ସମ୍ପନ୍ନ କରିଛନ୍ତି ସ୍ବାମୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।