ଏହି ଝିଅଟିର ଆଖିରୁ ବାହାରି ଥାଏ ‘କ୍ରିସ୍ଟଲ ଲୁହ’, ଡାକ୍ତରମାନେ ବି ଦେଖି ଆଶ୍ଚର୍ଯ୍ୟ, ଜାଣନ୍ତୁ ପୁରା ଘଟଣା

ମଣିଷ ହେଉ କିମ୍ବା ପଶୁ, ଯେତେବେଳେ ବି ସିଏ କାନ୍ଦି ଥାଏ ତେବେ ତା’ ଆଖିରୁ ପାଣିର ଲୁହ ବାହାରି ଥାଏ । କିନ୍ତୁ ଜଣେ ଝିଅ ଏମିତି ଅଛନ୍ତି, ଯାହାର ଆଖିରୁ ‘କ୍ରିସ୍ଟଲ ଲୁହ’ ବାହାରି ଥାଏ । ଏହିଭଳି ମାମଲାକୁ ଦେଖି ଡାକ୍ତର ମାନେ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି କି ଝିଅଟିର ଆଖିରୁ ଲୁହ ଜାଗାରେ କ୍ରିସ୍ଟଲ କାହିଁକି ବାହାରୁଛି ?

ଏହି ଝିଅଟି ଅର୍ମେନିୟାର ଏକ ଗ୍ରାମ ସ୍ପେଂଡରିୟନର ନିବାସୀ ଅଟେ । ଯାହାର ନାମ ସୈଟେନିକ କାଜେରିୟନ ଅଟେ । କାଜେରିୟନ ର କହିବା ଅଟେ କି ତା’ର ପରିବାର ଚାଷ କରି ନିଜର ଭରଣ ପୋଷଣ କରିଥାନ୍ତି । ମିଡିଆ ରିପୋର୍ଟ ଅନୁସାରେ ୨୨ ବର୍ଷୀୟ କାଜେରିୟନ ଆଖିରୁ ସବୁଦିନ ଲୁହ ଜାଗାରେ ୫୦ କ୍ରିସ୍ଟଲ ବାହାରି ଥାଏ । ତାଙ୍କର ଏହି ରୋଗ ଡାକ୍ତରମାନଙ୍କୁ ବି ବୁଝା ପଡୁ ନାହିଁ । ଏମିତିରେ ସେମାନେ ଏହାର ଚିକିଶ୍ଚା କରି ପାରୁ ନାହାନ୍ତି ଓ ନା ହିଁ ଅପରେସନ କରି ପାରୁଛନ୍ତି ।

କାଜେରିୟନ କହିଲେ କି ପ୍ରଥମେ ସେ ନେତ୍ର ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ଆଖିରେ ପଡୁଥିବା ଔଷଧର ବ୍ୟବହାର କରିଲେ, ଯାହା ଦ୍ଵାରା ଅଳ୍ପ ଭଲ ହୋଇଗଲା । କିନ୍ତୁ ବର୍ତ୍ତମାନ ତାଙ୍କୁ କ୍ରିସ୍ଟଲ ଲୁହ କାରଣରୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

ରୁସ ର ଏକ ନେତ୍ର ବିଶେଷଜ୍ଞ କହିଲେ କି ଏହି ଝିଅଟିର ରୋଗ ବିଲକୁଲ ଅସାଧାରଣ ଅଟେ । ଏହାକୁ ବୁଝିବା ବହୁତ କଷ୍ଟ ଅଟେ । କିନ୍ତୁ ସେ ଅନ୍ଦାଜ ଲଗାଉଛନ୍ତି କି ଲୁହରେ ପ୍ରୋଟିନ ଅଧିକ ଥିବା କାରଣରୁ ଏହିଭଳି ହେବାର ସମ୍ଭାବନା ଅଛି । ଏହା ଛଡା ଲୁହରେ ଯଦି ଲୁଣର ମାତ୍ର ବଢିଯାଏ, ତେବେ ବି ଲୁହ କ୍ରିସ୍ଟଲରେ ପରିବର୍ତ୍ତିତ ହୋଇଯାଏ ।

ଅର୍ମେନିୟା ର ଉପ-ସ୍ୱାସ୍ଥ୍ୟ ମନ୍ତ୍ରୀ ଓଗେଂସ ଅରୂଟୁୟନଙ୍କର କହିବା ଅଟେ କି ଝିଅଟିର ଏହି ଅଜବ ଗଜବ ରୋଗକୁ ଅଧ୍ୟୟନ କରାଯାଉଛି ଓ ଜାଣିବାକୁ ଚେଷ୍ଟା କରାଯାଉଛି କି ଝିଅଟି ସହିତ କଣ ହେଉଛି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।