ଝିଅର ଏମିତି ନାମ ରଖିଦେଲେ ଏହି ମାତା ପିତା କି ସବୁ ହେଇଗଲେ ଆଶ୍ଚର୍ଯ୍ୟ, ଶେଷରେ କୋର୍ଟ ଦେଲା ଆଦେଶ – ସଙ୍ଗେ ସଙ୍ଗେ ବଦଳାଇ ଦିଅନ୍ତୁ !

ଆମ ଦେଶରେ ସମସ୍ତଙ୍କୁ ସ୍ଵତନ୍ତ୍ରତା ଅଛି କି ସେମାନେ ନିଜର ପିଲାମାନଙ୍କର ନାମ ଯାହା ବି ରଖି ପାରିବେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏମିତି ବି ଏକ ଦେଶ ଅଛି ଯେଉଁଠି ପିତା ମାତାଙ୍କୁ କୌଣସି ନିଜସ୍ୱ ଅଧିକାର ନାହିଁ କି ସେମାନେ ନିଜର ସନ୍ତାନର ନାମ ରଖି ପାରିବେ । ଆଜି ଆମେ ଆପଣଙ୍କୁ ଏହି ଅଜବ ଗଜବ ଦେଶ ବିଷୟରେ କହିବାକୁ ଯାଉଛୁ । ଯେଉଁଠି ପିତା ମାତାଙ୍କୁ ନିଜ ସନ୍ତାନର ନାମ ରଖିବା ପାଇଁ ବି ଅନୁମତି ନାହିଁ ।

ଆମେ ଯେଉଁ ଦେଶ ବିଷୟରେ କଥା ହେଉଛୁ ସେହି ଦେଶର ନାମ ଇଟାଲୀ ଅଟେ । ଇଟାଲୀର ଆଇନ ଅନୁସାରେ ଏକ ଶିଶୁକୁ ଜନ୍ମ ଦେବା ବାଲା ଦମ୍ପତି ଏହି କଥାର ଧ୍ୟାନ ରଖିବେ କି ଯଦି ତାଙ୍କର ଝିଅ ହେଲା ତେବେ ତାହାର ନାମ ଏକ ଝିଅ ଭଳି ନାମ ହେବା ହିଁ ଦରକାର ଓ ଯଦି ପୁଅ ହେଲା ତେବ ତାହାର ନାମ ଏକ ପୁଅ ଭଳି ନାମ  ହେବା ହିଁ ଦରକାର ।

କିନ୍ତୁ ସମସ୍ୟା ସେତେବେଳେ ଦେଖା ଦେଲା ଯେତେବେଳେ ଏକ ଦମ୍ପତିକୁ କୋର୍ଟକୁ ପଠାଇ ଦିଆଗଲା ଓ ଆଦେଶ ଦିଆଗଲା କି – ଗୋଟିଏ ସପ୍ତାହ ମଧ୍ୟରେ ଆପଣ ନିଜର ନବଜାତ ଶିଶୁର ନାମ ବଦଳାଇ ଦିଅନ୍ତୁ ଅନ୍ୟଥା କୋର୍ଟ ସେହି ଶିଶୁର ନାମ ବଦଳାଇ ଦେବ ।

କହିବାକୁ ଗଲେ ଏହି ଦମ୍ପତି ନିଜ ଝିଅର ନାମ ବ୍ଲୂ ରଖିଥିଲେ । କିନ୍ତୁ ଇଟାଲୀର ନିୟମ ଅନୁସାରେ କୌଣସି ଝିଅର ନାମ ବ୍ଲୂ ହୋଇ ପାରିବ ନାହିଁ ଓ ସେଥିପାଇଁ କୋର୍ଟ ସେହି ମାତା ପିତାଙ୍କୁ ନିଜ ଝିଅର ନାମ ବଦଳାଇବା ପାଇଁ ଆଦେଶ ଦେଲା । ଅନ୍ୟ ପଟେ କୋର୍ଟରୁ ମିଳିଥିବା ଏହି ଆଦେଶର ଜବାବରେ ନୂତନ ବିବାହିତ ଦମ୍ପତି ମିଡିଆକୁ କହିଲେ କି ଆମେରିକାର ଗାୟିକା ବ୍ୟୋନ୍ସ ବି ନିଜର ଝିଅର ନାମ ବ୍ଲୂ ରଖିଛନ୍ତି ଓ ଏହା ଛଡା ଅନ୍ୟ କିଛି ଲୋକମାନେ ବି ନିଜ ଝିଅର ନାମ ବ୍ଲୂ ରଖିଛନ୍ତି ।

କିନ୍ତୁ କୋର୍ଟ ଦମ୍ପତିଙ୍କର ଏହି ଦଲିଲକୁ ଖାରଜ କରିଦେଲେ ଓ କହିଲେ କି ବ୍ୟୋନ୍ସ ଜଣେ ଆମେରିକା ନାଗରିକ ଅଟେ, ଇଟାଲିୟନ ନୁହେଁ । ଏହା ପରେ କୋର୍ଟ ସେହି ସମସ୍ତଙ୍କୁ ନୋଟିସ ପଠାଇଲା ଯେଉଁମାନେ ନିଜ ଝିଅର ନାମ ବ୍ଲୁ ରଖିଛନ୍ତି ଓ ସମସ୍ତଙ୍କୁ ଏକ ସପ୍ତାହ ମଧ୍ୟରେ ନାମ ବଦଳାଇବା ପାଇଁ ଆଦେଶ ବି ଦେଲା । ଆପଣଙ୍କୁ କହିଦେଉଛୁ କି ଏହି ଦମ୍ପତି କୋର୍ଟର ଏହି ଆଦେଶରେ ଦୁଃଖିତ ଅଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।