ଝିଅର ବିବାହ ଠିକ କରିବା ସମୟରେ ସବୁ ପିତାଙ୍କ ମନରେ ଚାଲିଥାଏ ଏହି ୧୦ଟି ବିଚାର, ପୁଅ ବାଲା ନିଶ୍ଚିତ ପଢନ୍ତୁ

ସମସ୍ତ ପିତାଙ୍କ ପାଇଁ ତାଙ୍କ ଝିଅ କୌଣସି ପରି ଠାରୁ କମ ନୁହେଁ । ସେ ଝିଅଙ୍କ ଉପରେ ଯେତେ ବି ଚିଲାନ୍ତୁ, ଯେତେ ବି ଷ୍ଟ୍ରିକ୍ଟ ହୁଅନ୍ତୁ କିନ୍ତୁ ହୃଦୟରୁ ସେ ତାଙ୍କୁ ବହୁତ ଭଲ ପାଆନ୍ତି । ଏମିତିରେ ଯେତେବେଳେ ଝିଅର ବିବାହର ବୟସ ହୋଇଯାଏ ଓ ଘରୁ ଯିବାର ସମୟ ଆସିଯାଏ ତେବେ ବାପାଙ୍କର ହୃଦୟ କାନ୍ଦିଥାଏ । ନିଜର ଝିଅର ବିବାହ ଠିକ କରିବା ସମୟରେ ତାଙ୍କ ମନରେ ବିଭିନ୍ନ ପ୍ରକାରର ବିଚାର ଆସିଥାଏ ।

୧. ପୁଅ କେତେ ଆୟ କରୁଛି ? ଏହା ସମସ୍ତ ପିତା ଜାଣିବାକୁ ଚାହାନ୍ତି । ଖାସକରି ସେତେବେଳେ ଯେତେବେଳେ ତାଙ୍କର ଝିଅ କୌଣସି କାମ କରୁ ନ ଥିବ ।

ଏହା ସହିତ ସବୁ ବାପା ଚିନ୍ତା କରିଥାନ୍ତି କି ବିବାହ ପରେ ସେହି ପୁଅ ମୋ ଝିଅର ସମସ୍ତ ସୁଖ ସୁବିଧାର ଧ୍ୟାନ ରଖି ପାରିବ କି ନାହିଁ ।

୨. ପୁଅ ମଧ୍ୟରେ କୌଣସି ଖରାପ ଅଭ୍ୟାସ ଅଛି ନା ନାହିଁ ? ସମସ୍ତେ ଏହା ଚାହାନ୍ତି କି ତାଙ୍କର ଝିଅକୁ ଭଲ ସ୍ଵାମୀ ମିଳୁ ।

୩. ଶଶୁର ଘର ଲୋକମାନେ କେମିତି ହୋଇଥିବେ ? ତାଙ୍କର ଷ୍ଟାଣ୍ଡାର୍ଡ କିମ୍ବା ବ୍ୟାକଗ୍ରାଉଂଡ କଣ ଅଟେ ? କେତେକ ପିତା ନିଜ ଝିଅର ବିବାହ ଠିକ କରିବା ପୂର୍ବରୁ ପୁଅର ପରିବାର ହିସ୍ଟ୍ରୀର ଯାଞ୍ଚ କରିଥାନ୍ତି । ସେ ଜାଣିବାକୁ ଚାହାନ୍ତି କି ଏହି ଲୋକମାନେ ଭଲ ଅଟନ୍ତି କି ନାହିଁ ଓ ତାଙ୍କର ସମ୍ପତି ଓ ବିଜନେସ ଇତ୍ୟାଦି କିପରି ଅଟେ ।

୪. ମୋ ଝିଅର ବିବାହ ପରେ ତାକୁ କେତେ ସ୍ଵତନ୍ତ୍ରତା ମିଳିବ ନା ନାହିଁ ? ଝିଅକୁ ଶାଶୁ ଘରେ କୌଣସି ଅସୁବିଧା ତ ହେବ ନାହିଁ ।

୫. ପୁଅ ବାଲା ଯୌତୁକ ଲୋଭୀ ତ ନୁହନ୍ତି ? ଏମିତିରେ ଗୋଟିଏ ପିତାଙ୍କ ଦାୟିତ୍ଵ ଥାଏ କି ଝିଅର ବିବାହ କୌଣସି ଲୋଭି ଲୋକଙ୍କ ଘରେ ନ ହେଉ ।

୬. ଝିଅର ବିବାହ ଠିକ ହେବା ପରେ ପିତାଙ୍କ ମନରେ ଚିନ୍ତା ରହିଥାଏ କି ତାଙ୍କ ଝିଅ ଯିବା ପରେ ଘରର ସୁଖଶାନ୍ତି ରହିବ କି ନାହିଁ । ସେ ତା’ ବିନା କେମିତି ରହି ପାରିବେ ।

୭. ଝିଅର ବିବାହ ଠିକ ହେବା ମାତ୍ରେ ହିଁ ପିତାଙ୍କୁ ବିବାହର  ପ୍ରସ୍ତୁତି ଓ ଖର୍ଚ୍ଚର ବି ଟେନସନ ରହିଥାଏ । ଯଦି ଟଙ୍କା ଥିବ ତେବେ ଏହି କଥାର ଚିନ୍ତା ବି ରହିଥାଏ କି ଏତେ ସବୁ ପ୍ରସ୍ତୁତି କେମିତି ହେବ ।

୮. ଝିଅ ଯେଉଁ ଘରକୁ ଯାଉଛି ସେଠିକାର ଲୋକମାନେ ତାକୁ ଖୁସିରେ ରଖିବେ ନା ନାହିଁ ଏହି ବିଚାର ବି ପିତାଙ୍କ ମନରେ ନିଶ୍ଚିତ ଆସିଥାଏ ।

୯. ପୁଅର ବ୍ୟବହାର ଓ କଥାବାର୍ତ୍ତା କେମିତି ଅଟେ । ଏହି କଥା ବି ଗୋଟିଏ ପିତା ଚିନ୍ତା କରିଥାଏ ।

୧୦. ଝିଅର ବିବାହ ନିଜ ଘରୁ କେତେ ଦୂରରେ କରିବାର ଅଛି, ତାହାର ବାପଘର ଯିବା ଆସିବାରେ ଅସୁବିଧା ତ ହେବ ନାହିଁ, ଏହି କଥା ବି କିଛି ପିତାଙ୍କ ମନରେ ଚାଲିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।