4 ଜଣ ଝିଅ ପରସ୍ପରଙ୍କର ହାତ ଧରି କେନାଲକୁ ଡେଇଁ ଦେଦେଲେ ଜୀବନ, ସୁଇସାଇଡ ନୋଟକୁ ପଢି ଆଶ୍ଚର୍ଯ୍ୟ ହୋଇଗଲେ ପୋଲିସ ମାନେ

ଗୁଜୁରାଟର ବନାସକାଂ ରୁ ଏକ ଭୟଙ୍କର ଏବଂ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ଏଠି ଚାରି ଜଣ ଝିଅ ନର୍ମଦା କେନାଲରେ ଡେଇଁ ଆତ୍ମହ,,,ତ୍ୟା କରିଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଛାଇ ଯାଇଛି । ପୁଲିସକୁ ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଛି । ସେଥିରେ ଆତ୍ମହ,,,ତ୍ୟା କରିବାର କାରଣ ବିଷୟରେ ଲେଖା ହୋଇଛି । କିନ୍ତୁ ବର୍ତ୍ତମାନ ପୁଲିସ ନିଜର ଯାଞ୍ଚ କରୁଛି । ଏବଂ ଏହା ପଛରେ ଥିବା ସତ୍ୟତାକୁ ଜାଣିବାକୁ ଚେଷ୍ଟା କରୁଛି ।

ମିଡିୟା ରିପୋର୍ଟ ଅନୁସାରେ ମିନାକ୍ଷୀ, ଶିଲ୍ପା, ହକୀ ଏବଂ ଜମନା ନାମକ ଚାରି ଜଣ ସାଙ୍ଗ ବାୱ ଥାନା କ୍ଷେତ୍ରରେ ଆସୁଥିବା ଦେବପୁରାର ନର୍ମଦା ନଦୀର କେନାଲରେ ଆତ୍ମହ,,,ତ୍ୟା କରିଛନ୍ତି । ଏଥିରେ ଜମନା ଏବଂ ଶିଲ୍ପା ଭଉଣୀ ଅଟନ୍ତି ଏବଂ ମିନାକ୍ଷୀ ଏବଂ ହକୀ ତାଙ୍କ ସାଙ୍ଗ । ଏହା ସହିତ ମିନାକ୍ଷୀ, ଶିଲ୍ପା ଏବଂ ଜମନା ବିବାହିତା ବି ଅଟନ୍ତି ।

ଘଟଣା ସ୍ଥଳରୁ ପୁଲିସକୁ ଯେଉଁ ସୁଇସାଇଡ ନୋଟ ମିଳିଛି ସେଥିରେ ମିନାକ୍ଷୀ ଲେଖିଛନ୍ତି କି ସେ ହୃଦୟ ଜନିତ ରୋଗ ଦ୍ଵାରା ପୀଡିତ ଅଛନ୍ତି ଏବଂ ସେ ଏହି ସମସ୍ୟା ସହିତ ବଞ୍ଚିବାକୁ ଚାହାନ୍ତି ନାହିଁ । ସୁସାଇଡ ନୋଟରେ ଶିଲ୍ପା ବିଷୟରେ କୁହାଯାଇଛି କି ସେ ନିଜର ସ୍ଵାମୀଙ୍କୁ ପସନ୍ଦ କରନ୍ତି ନାହିଁ । ତାହାର ଶଶୁର ଘରର ଲୋକମାନେ ବି ତାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯେଉଁ କାରଣରୁ ସେ ବଞ୍ଚିବାକୁ ଚାହାନ୍ତି ନାହିଁ ।

ମିନାକ୍ଷୀ ଏବଂ ଶିଲ୍ପା ଛଡା ଯେଉଁ ଅନ୍ୟ ଦୁଇଜଣ ଝିଅମାନେ ଆତ୍ମହ,,,ତ୍ୟା କରିଛନ୍ତି ତାଙ୍କର କାରଣ ଆଶ୍ଚର୍ଯ୍ୟକର ଅଟେ । କୁହାଯାଉଛି କି ଯେତେବେଳେ ମିନାକ୍ଷୀ ଏବଂ ଶିଲ୍ପା ଏହି କାମ କରିବାକୁ ଯାଉଥିଲେ ସେତେବେଳେ ହକୀ ଏବଂ ଯମନା ବି ସେଠି ଆସିଲେ । କୁହାଯାଉଛି କି ସେ ଦୁଇଜଣ ବି ନିଜ ଜୀବନରେ ଖୁସି ନ ଥିଲେ । ଏହା ପରେ ଚାରିଜଣ ବନ୍ଧୁ ସୁଇସାଇଡ ନୋଟ ଲେଖିଲେ ଏବଂ ପରସ୍ପରଙ୍କର ହାତ ଧରି କେନାଲକୁ ଡେଇଁ ପଡିଲେ ।

ଏହି ଚାରିଜଣ ସୁଇସାଇଡ ନୋଟରେ ନିଜର ବାପା ମାଆ ଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏବଂ କହିଛନ୍ତି କି ତାଙ୍କ ପାଇଁ ବଞ୍ଚିବା ଅପେକ୍ଷା ମୁ,,ର୍ତ୍ୟୁ ଭଲ ଅଟେ । ସେଥିପାଇଁ ସେମାନେ ମ,,ରିବାକୁ ଯାଉଛନ୍ତି ।