ଝିଅ ପାଇଁ ସାଙ୍ଗକୁ ରାସ୍ତାରୁ ହଟେଇ ଦେଲା ସାଙ୍ଗ, ଏଥିପାଇଁ ଯାହା ସବୁ କରିଲା ନା ଜାଣିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ video

ଅତି ସାଧାରଣ କଥା ପାଇଁ ସାଙ୍ଗକୁ ନି-ର୍ମ-ମ ଭାବେ ହତ୍ୟା କରିଛି ଆଉ ଜଣେ ସାଙ୍ଗ । କ୍ରୋଧିତ ଯୁବକଜଣକ ସାଙ୍ଗର ବେ-କରେ ଦଉଡି ଲଗେଇ ତାକୁ କୂଅରେ ପକେଇ ହ-ତ୍ୟା କରିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ସମ୍ବେଦନଶୀଳ ଘଟଣା । ମୃ-ତ-କ ଜଣକ ହେଉଛନ୍ତି ଖୋର୍ଦ୍ଧା ବାଣପୁର କଲେଜ ର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର 17 ବର୍ଷୀୟ ଛାତ୍ର ଆଶୁତୋଷ । ଅଭିଯୁକ୍ତ ଯୁବକର ନାଁ ହେଉଛି ଆଶୀର୍ବାଦ ପ୍ରଧାନ, ଯିଏକି ସାମାନ୍ଯ କଥାରେ ରାଗିଯାଇ ସାଙ୍ଗ ଆଶୁତୋଷକୁ ଏଭଳି ନି-ର୍ଦ୍ଦ-ୟ ଭାବେ ହ-ତ୍ୟା କରିଛି ।

ଆଶୁତୋଷ ଓ ଆଶୀର୍ବାଦ ବେଶ ଭଲ ସାଙ୍ଗ ଥିଲେ ଏବଂ ଆଶୀର୍ବାଦ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଆଶୁତୋଷଙ୍କୁ ନେଇ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହାପରେ ସାଙ୍ଗ ଆଶୁତୋଷକୁ ରାସ୍ତାରୁ ହଟେଇବାକୁ ଆଶୀର୍ବାଦ ଯୋଜନା କରିଥିଲା । ଗତ ଶନିବାର ଦିନ ସନ୍ଧ୍ୟା ସମୟରେ ଆଶୁତୋଷ ଯେତେବେଳେ ଟ୍ୟୁସନ ସାରି ଘରକୁ ଫେରୁଥିଲେ କୌଶଳକ୍ରମେ ତାଙ୍କୁ ଡାକି ନେଇ ଅ-ପ-ହ-ର-ଣ କରି ନେଇଥିଲା ଆଶୀର୍ବାଦ ।

କେବଳ ସେତିକି ନୁହେଁ ବରଂ ସେଦିନ ରାତିରେ ଆଶୁତୋଷର ମୋବାଇଲରୁ ବାପା ପ୍ରଶାନ୍ତ ମହାପାତ୍ରଙ୍କୁ ସେ ମେସେଜ ମଧ୍ୟ କରିଥିଲା କି, ତୁମ ପୁଅକୁ ମୁଁ ଅ-ପ-ହ-ର-ଣ କରି ନେଇଛି । 5 ଲକ୍ଷ ଟଙ୍କା ଦେଲେ ମୁଁ ତାକୁ ଛାଡିଦେବି । ଯଦି ପୋଲିସକୁ ଏ ସମ୍ପର୍କରେ ଖବର ଦେବେ ତେବେ ତାଙ୍କ ପୁଅକୁ ଜୀବନରେ ମା-ରି ଦେବାକୁ ମଧ୍ୟ ଧମକ ଦେଇଥିଲା ।

ହେଲେ ମଧ୍ୟ ଆଶୁତୋଷଙ୍କ ମା’ ଅନୁପମା ମହାପାତ୍ର ଏନେଇ ବାଣପୁର ଥାନାରେ ଲିଖିତ ଅ-ଭି-ଯୋ-ଗ ଦେଇଥିଲେ । ଏହାପରେ ପୋଲିସ ମୋବାଇଲ ଟ୍ରାକ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରିବା ସହ ଅଭିଯୁକ୍ତ ଆଶୀର୍ବାଦକୁ ଗିରଫ କରାଯାଇଛି । ଗିରଫ ହେବା ପରେ ପୋଲିସ ଆଗରେ ସବୁ ସତ ମାନି ନେଇଛି ଆଶୀର୍ବାଦ ।

ବହୁତ କଦର୍ଯ୍ୟ ଭାବେ ପୁଅର ହ-ତ୍ୟା କରାଯାଇଛି ବୋଲି କହି କାନ୍ଦି ପକାଇଛନ୍ତି ଆଶୁତୋଷଙ୍କ ବାପା । ଆଶୁତୋଷକୁ ମଦ ପିଆଇ ତାଙ୍କ ବେ-କ ଚି-ପି ହ-ତ୍ୟା କରିବା ପରେ ଘର ପଛପଟ ଏକ କୂଅରେ ପକାଇ ଦେଇଥିଲେ । ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।