ଝିଅ ପାଇବା ଜିଦ୍ଦିରେ ଏହି ଦମ୍ପତି, ଲଗାତାର ହେଲା ୧୩ ଟି ପୁଅ ତଥାପି ଅଟକିବାର ନାମ ଧରୁ ନାହାନ୍ତି, ଦେଖନ୍ତୁ ଭିଡିଓ

ଝିଅମାନେ କୌଣସି ମାମଲାରେ ପୁଅମାନଙ୍କ ଠାରୁ କମ ନୁହଁନ୍ତି । ପୁଣି ଆଜିର ଦୁନିଆରେ ତ ପୁଅ ଓ ଝିଅ ସମାନ ଅଟନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଆଜି ବି କେତେକ ଘରେ ଝିଅ ହେବା ଉପରେ ଲୋକ ଏତେ ଖୁସି ହୋଇ ନଥାନ୍ତି ଯେତିକି ପୁଅ ହେବା ଉପରେ ହୋଇଥାନ୍ତି । ଆପଣ ଏମିତି ବହୁତ ଦମ୍ପତିକୁ ଦେଖିଥିବେ ଯେଉଁମାନେ ଗୋଟିଏ ପୁଅ ଚକ୍କରରେ ବହୁତ ଝିଅମାନଙ୍କର ଲାଇନ ଲଗାଇ ଦିଅନ୍ତି ।

ଅର୍ଥାତ ଯେତେଦିନ ପର୍ଯ୍ୟନ୍ତ ତାଙ୍କର ପୁଅ ଜନ୍ମ ନ ହୋଇଥାଏ ସେତେଦିନ ପର୍ଯ୍ୟନ୍ତ ସେମାନେ ଫ୍ୟାମିଲି ପ୍ଲାନିଙ୍ଗ କରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଦମ୍ପତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଚିନ୍ତାଧାରା ବିଲକୁଲ ଏହାର ବିପରୀତ ଅଟେ । ଅର୍ଥାତ ଏହି ଦମ୍ପତି ଝିଅ ପାଇବା ମୋହରେ ଝିଅ ଜନ୍ମ ହେବାର ଅପେକ୍ଷାରେ ସେମାନେ ୧୩ଟି ପୁଅ ଜନ୍ମ କରିସାରିଛନ୍ତି । ଏତିକି ନୁହେଁ ଏମାନେ ସେତେଦିନ ପର୍ଯ୍ୟନ୍ତ ଅଟକିବେ ନାହିଁ ଯେତେଦିନ ପର୍ଯ୍ୟନ୍ତ ଏମାନଙ୍କ ଘରେ ଏକ ଝିଅ ଜନ୍ମ ନ ହୋଇଛି ।

କହିବାକୁ ଗଲେ ଏହି ଦମ୍ପତି ବ୍ରାଜିଲ ର Concei ao de Coitରେ ରୁହନ୍ତି । ୪୦ ବର୍ଷୀୟ ସ୍ଵାମୀ Ireneu Cruz ଏକ ଚାଷୀ ଅଟନ୍ତି । ଯେତେବେଳେ କି ତାଙ୍କର ପତ୍ନୀ Jucicleide Silva ଜଣେ ଗୃହିଣୀ ଅଟନ୍ତି । ଏହି ଦମ୍ପତିଙ୍କର ୧୩ଟି ପୁଅ ଅଛନ୍ତି । ଏମାନଙ୍କ ମଧ୍ୟରେ ସବୁଠୁ ବଡ ପୁଅର ବୟସ ୧୮ ବର୍ଷ ଅଟେ । ଯେତେବେଳେ କି ସବୁଠୁ ସାନ ପୁଅର ବୟସ ୧ ମାସ ଅଟେ । ଏହି ଦମ୍ପତି ନିଷ୍ପତି ନେଇଛନ୍ତି କି ଏମାନେ ସେତେ ଦିନ ପର୍ଯ୍ୟନ୍ତ ପିଲା ଜନ୍ମ କରୁଥିବେ ଯେତେଦିନ ପର୍ଯ୍ୟନ୍ତ ଏମାନଙ୍କ ଘରେ ଏକ ଝିଅ ଜନ୍ମ ନ ହୋଇଛି ।

ପପୁଲେଶନ ଏକ୍ସପର୍ଟ୍ସର କହିବା ଅଟେ କି ଗୋଟିଏ ପରେ ଗୋଟିଏ ଲଗାତାର ୧୩ଟି ପୁଅ ହେଉଥିବା ୮୦୦୦ ଲୋକମାନଙ୍କ ମଧ୍ୟରେ ଗୋଟିଏ ବ୍ୟକ୍ତିର ହିଁ ଚାନ୍ସ ଥାଏ । ବର୍ତ୍ତମାନ ଏହି ଦମ୍ପତି ଏମିତି ଗୋଟିଏ ଦମ୍ପତି ଅଟନ୍ତି ଯେଉଁମାନଙ୍କୁ ଝିଅର ଆଶା ଅଛି । ନଚେତ ସାଧାରଣତଃ ୧୩ ଜଣ ପିଲା ମଧ୍ୟରେ ବହୁତ ଝିଅ ଜନ୍ମ ହୋଇ ଯାଇଥାନ୍ତେ । କିନ୍ତୁ ଏହି ଦମ୍ପତି ଠିକ କରି ବସିଛନ୍ତି କି ଏମାନଙ୍କୁ ଝିଅ ଦରକାର, ଏଥିପାଇଁ ତାଙ୍କର ପରିବାର ଯେତେ ବି ବଢିଯାଉ ।

ସ୍ଵାମୀର ସ୍ଵପ୍ନ ଅଛି କି ସେ ନିଜର ସବୁ ପୁଅଙ୍କୁ ଫୁଟବଲ ପ୍ଲେୟାର କରିବେ । ଏମାନେ ନିଜର ସବୁ ପୁଅଙ୍କର ନାମ Rରେ ହିଁ ରଖିଛନ୍ତି । ଏମାନେ ଅଧିକ ଧନୀ ନୁହଁନ୍ତି ସେଥିପାଇଁ ବେଳେ ବେଳେ ପିଲାମାନଙ୍କର ପେଟ ପୋଷିବା କଷ୍ଟ ହୋଇପଡେ । କହିବାକୁ ଗଲେ ଏହି ଦମ୍ପତିଙ୍କ ଠାରୁ ଆମ ସମସ୍ତଙ୍କୁ କିଛି ଶିଖିବା ଉଚିତ । କିନ୍ତୁ ଭାରତରେ କିଛି ଲୋକ ଝିଅ ଜନ୍ମ ହେବା ଦ୍ଵାରା ବହୁତ ଦୁଃଖିତ ହୋଇ ଯାଆନ୍ତି ।