ଝିଅ ମାନଙ୍କ ଆଙ୍ଗୁଠି ଦେଖି ଜାଣନ୍ତୁ ସେମାନଙ୍କ ସ୍ଵଭାବ- Samudra Shastra

ଆପଣ ମାନେ ଜାଣିଥିବେ କି ଆମ ହିନ୍ଦୁ ଧର୍ମରେ ବହୁତ ଶାସ୍ତ୍ର ଅଛି । ଏହା ଆମ ମାନବ କଲ୍ୟାଣ ପାଇଁ ଲେଖାଯାଇଛି । ସେହିପରି ଏକ ଶସ୍ତ୍ର ଅଛି ତାହା ହେଉଛି ସାମୁଦ୍ରିକ ଶାସ୍ତ୍ର । ଏଥିରେ ମନୁଷ୍ୟର ପାଦର ଆଙ୍ଗୁଳି କିପରି ଥିଲେ ସେ କିପରି ସ୍ଵଭାବରେ ହେବ ଓ ତାଙ୍କ ଭାଗ୍ୟ ସେଥିରେ ବର୍ଣ୍ଣନା ହୋଇଛି । ଏଥିରେ ମନୁଷ୍ୟର ଚାଲି ଚଳନ, ଖାଇବା ପିଇବା ଓ ତାଙ୍କ କଥା କହିବା ଶୈଳୀ ଦ୍ଵାରା ତାଙ୍କୁ ଭଲ ଭାବରେ ଜାଣିପାରିବେ ।

ଆମେ ଯଦି ବହୁତ ପୁରୁଣା ସମୟକୁ ଚାଲିଯିବା ତେବେ ସେହି ସମୟରେ ମୁନୀ ଓ ଋଷି ମାନେ ମନୁଷ୍ୟର ବ୍ୟବହାର ଓ କଥାବାରତା ରୁ ଜାଣି ପାରୁଥିଲେ ଆମେ କିପରି ବ୍ୟକ୍ତି ଅଟୁ । ଆମେ ଯଦି ଲୋଭୀ, ଦୟାବାନ ବା ଦାନି ବ୍ୟକ୍ତି ସେମାନେ ଆପେ ଜାଣି ପାରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଯଦି କୌଣସି ପିଲାର କନିଷ୍ଠ ଆଙ୍ଗୁଠିର ଲମ୍ବା କାରଣରୁ ଆମେ ତାଙ୍କର ଭବିଷ୍ୟ ଓ ବ୍ୟକ୍ତିତ୍ୟ ବିଷୟରେ ଜାଣିପାରିବା ।

ଯଦି ଆପଣଙ୍କର କନିଷ୍ଠା ଆଙ୍ଗୁଠି ମାଧ୍ୟମ ଧରଣର ଅଟେ ଏହା ଅନାମିକା ଆଙ୍ଗୁଠିରୁ ଟିକେ ଲମ୍ବା ଅଟେ ତେବେ ଆପଣ ଜଣେ ଇମାନ୍ଦାର ଓ ଭଲ ବ୍ୟକ୍ତି ହେବା ସହିତ ଭାବ ପ୍ରବଣ ଲୋକ ଅଟନ୍ତି । ଯଦି ଆପଣ କାହାକୁ ଭଲ  ପାଉଛନ୍ତି ତେବେ ତାର ସାଥ କେବେ ହେଲେ ଛାଡି ନଥାନ୍ତି ଓ ଆପଣ ଭାବିଥାନ୍ତି କି ଲୋକେ ଆପଣଙ୍କୁ ଠିକ ଭାବରେ ଚିହ୍ନି ପାରିଲେନି ।

ଆପଣ କେବେ ହେଲେ ନିଜ ଲୋକଙ୍କ ଠାରୁ ଦୂରେଇ ରହି ପାରିବେନି କିନ୍ତୁ ଦେଖାଇ ଥାନ୍ତି କି ଆପଣ ତାଙ୍କ ବିନା ରହିପାରିବେ । ଯେଉଁ ସମୟରେ ଆପଣ ଗୋଟିଏ ଜିନିଷ କରିବା ପାଇଁ ଆରମ୍ଭ କରିଥାନ୍ତି ବା ଭାବିଥାନ୍ତି ତେବେ ସେହି ଜିନିଷରେ ସଫଳତା ପାଇଲା ପରେ ହିଁ ଶାନ୍ତିରେ ବସିଥାନ୍ତି । ଆପଣଙ୍କୁ ସବୁ କାମରେ ଡଋଥାନ୍ତି ସେଥିପାଇଁ ସବୁ କାର୍ଯ୍ୟ କଲା ବେଳେ ଭାବି କରି ସାବଧାନ ହୋଇ କାର୍ଯ୍ୟ କରନ୍ତି ।

ଯେଉଁ ବ୍ୟକ୍ତି ଆପଣ ଭଲ ପାନ୍ତି ନାହିଁ ବା ନିଜକୁ ଭଲ ଲାଗେ ନାହିଁ ସେହି ବ୍ୟକ୍ତି ସହ ଆପଣ ନା କେବେ ମିଶିଥାନ୍ତି ନା କଥା ହୋଇଥାନ୍ତି । ଆପଣ କାହା ସହିତ ବହୁତ ଶୀଘ୍ର ମିଶି ନଥାନ୍ତି ଓ କାହାର ହୃଦୟ ଭାଙ୍ଗି ନଥାନ୍ତି । ସେଥିପାଇଁ ଆପଣ କୌଣସି ଜିନିଷରେ କାହାକୁ ମନା ମଧ୍ୟ କରି ପାରି ନଥାନ୍ତି ।

କେହି ଯଦି ନିଜର ମନକୁ କଷ୍ଟ ଦେଇଥାଏ ଆପଣ ତା ସହିତ କେବେ ରାଗି ନଥାନ୍ତି ବା ତାକୁ କିଛି ନକହି ସେଠାରୁ ଚୁପ ଚାପ ଚାଲି ଆସନ୍ତି ଓ ଶାନ୍ତିରେ ଥାନ୍ତି ।   ଆପଣଙ୍କୁ ଯେଉଁମାନେ ମିଛ କହିଥାନ୍ତି ସେମାନଙ୍କୁ ଆପଣ କେବେ ହେଲେ ଭଲ ପାଇନଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କର କନିଷ୍ଠା ଆଙ୍ଗୁଠିର ରେଖା ଲମ୍ବା ଅନାମିକା ଆଙ୍ଗୁଠି ସହିତ ସମାନ ରହିବ ତେବେ ସେମାନେ ବହୁତ ଖୁସି ଓ ମଜାଳିଆ ପିଲା ଅଟନ୍ତି ।

ତାଙ୍କର ମନରେ ଯାହା ଥାଏ ସେମାନେ କହିଦିଅନ୍ତି ତାଙ୍କ ଭିତରେ କିଛି କଥା ଲୁଚି ରହେ ନାହିଁ । ଆପଣ ସବୁବେଳେ ନିଜ ପରିଶ୍ରମରେ କିଛି କରି ଦେଖାଇବା ପାଇଁ ଚେଷ୍ଟା କରନ୍ତି । ଆପଣ କାହା ତଳେ ରହି କାମ କରିବାକୁ ଚାହାନ୍ତି ନାହିଁ । ଆପଣ ଯାହା ସାଙ୍ଗରେ ମିଶିଯାନ୍ତି ତାଙ୍କ ସହିତ କିଛି ସମ୍ପର୍କ ଯୋଡି ହୋଇଯାଏ । ଯେଉଁ ମାନେ ଆପଣଙ୍କୁ ଛାଡି ଚାଲିଯାନ୍ତି ତେବେ ଆପଣ ସହି ପାରନ୍ତି ନାହିଁ । ଯେଉଁମାନେ ଆପଣଙ୍କ ସହ ଛଳନା କରନ୍ତି ତାଙ୍କୁ ଆପଣ ଜମା ଭଲ ପାନ୍ତୁ ନାହିଁ । ତାଙ୍କୁ କେବେ ହେଲେ ନିଜ ପାଖରେ ରଖନ୍ତି ନାହିଁ ।