ପବଜୀ ଖେଳରେ ଝିଅ ଦେଇ ବସିଲା ହୃଦୟ, ମଂଗେତରକୁ ଛାଡି ପହଞ୍ଚିଲା ପଞ୍ଜାବ ଓ ସେଠି ବେରୋଜଗାର ପୁଅ ସହ କରିନେଲା ବିବାହ, ଆଉ ତା ପରେ…

ପବଜୀ ଗେମର ଦିବାନା ମହାରାଷ୍ଟ୍ରର ଏକ ଝିଅ ଖେଳ ଖେଳରେ ନୱାଂସହରର ଏକ ପୁଅକୁ ହୃଦୟ ଦେଇ ବସିଲା । ଏହା ପରେ ସେ ଘରୁ ଫେରାରେ ହୋଇଗଲା । ପଞ୍ଜାବର ଏହି ପୁଅଟି ବେରୋଜଗାର ଅଟେ ଓ ଝିଅ ଜଣକ ଇଞ୍ଜିନିୟର ଅଟେ । ଝିଅ ଜଣକ ମହାରଷ୍ଟ୍ରର ଏକ ଭଲ ପରିବାରର ଅଟେ । ଏହା ସହିତ ଝିଅ ଜଣକ ଘରୁ ଯିବା ସମୟରେ ଲକ୍ଷ ଲକ୍ଷ ଟଙ୍କା ଚୋରୀ ବି କରି ନେଇଛି ।

ପୁଲିସ ଦ୍ଵାରା ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ସତାରା ଜିଲ୍ଲାରେ ରହୁଥିବା ଇଞ୍ଜିନିୟର ଝିଅର ବିବାହ ଏକ ଇଞ୍ଜିନିୟର ପୁଅ ସହ ଠିକ ହୋଇଥିଲା । ଦୁଇ ଜଣଙ୍କର ନିର୍ବନ୍ଧ ବି ହୋଇ ସାରିଥିଲା । କିନ୍ତୁ ଏହା ମଧ୍ୟରେ ଝିଅ ଅଚାନକ ଘରୁ ଗାୟବ ହୋଇଗଲା । ଏହା ପରେ ଝିଅର ପରିଜନ ମାନେ ନିଜ ସ୍ତରରେ ଖୋଜିବାକୁ ଲାଗିଲେ ଓ ଯେତେବେଳେ ଝିଅ ଜଣକ ମିଳିଲା ନାହିଁ ତେବେ ପରିଜନମାନେ ପୁଲିସରେ ଏଫଆଇଆର ଦେଲେ ।

ଏହା ପରେ ପୁଲିସ ଝିଅର ଫୋନ ଡୀଟେଲ ବାହାର କରିଲେ ତ ଜଣା ପଡିଲା କି ଝିଅ ନୱାଂଶହରରେ ରହୁଥିବା ଏକ ପୁଅ ସହ ଫେରାର ଦିନ ପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିଲା । ଏହା ବି ଜଣା ପଡିଲା କି ଝିଅକୁ ପବଜୀ ଗେମ ଖେଳିବାର ନିଶା ଥିଲା ଓ ଏହି ଆଧାରରେ ତାର ବନ୍ଧୁତା ନୱାଂଶହର ର ନ୍ଯୂ ଟୀଚର କଲୋନୀରେ ରହୁଥିବା ଏକ ପୁଅ ସହ ହୋଇଗଲା ।

ଯେତେବେଳ ଝିଅର ବିବାହ ଠିକ ହେଲା ତ ସେ ଘର ଛାଡି ପୁଅ ପାଖକୁ ଚାଲି ଯାଇଥିଲା । ଏହା ସହିତ ଝିଅ ନିଜ ଘରୁ ପାଖାପାଖି ୪ ଲକ୍ଷ ଟଙ୍କା ନେଇ ଆସିଲା ।

ପୁରା ପରିବାର ତାଲା ଲଗାଇ ଫେରାର

ଏହା ପରେ ପୁଲିସ ଯେତେବେଳ ସେହି ପୁଅର ଘରେ ଛାପା ମାରିଲା ତେବେ ପୁରା ପରିବାର ଘରେ ତାଲା ଲଗାଇ ଫେରାର ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକମାନଙ୍କୁ ପଚାରିବାରୁ ଜଣା ପଡିଲା କି ଝିଅ ଆସିବା ପରେ ପୁଅର ପରିଜନମାନେ ସେମାନଙ୍କର ବିବାହ କରିଦେଲେ । ପୁଅ କୌଣସି କାମ କରୁ ନ ଥିଲା । ସେହି ଝିଅ ଗତ ତିନି ଦିନ ହେବ ପୁଅ ଘରେ ରାହୁଥିଲା । ବର୍ତ୍ତମାନ ପୁଲିସ ଏହି ମାମଲାର ଯାଞ୍ଚ କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।